Advertisment

Villagers Deprived Of Basic Facilities : ଜଳଭଣ୍ଡାରରେ ଜଳବନ୍ଦୀ ହୋଇ ଯନ୍ତ୍ରଣାରେ ଜୀବନ ବିତାଉଛନ୍ତି ବିସ୍ଥାପିତ

ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି ବିସ୍ଥାପିତ । କେଉଁଠି ବିଜୁଳି ନାହିଁ ତ କେଉଁଠି ଯାତାୟାତ ପାଇଁ ବାଟ ନାହିଁ । କେଉଁଠି ସ୍କୁଲ୍ ନାହିଁ ତ ଆଉ କେଉଁଠି ସ୍ବାସ୍ଥ୍ୟସେବା ଅପହଞ୍ଚ । ପଞ୍ଚାୟତ ଅଫିସକୁ ଯିବାକୁ ହେଲେ ଡଙ୍ଗା ହିଁ ପାଲଟି ଥାଏ ଏକମାତ୍ର ଭରସା ।

ଅଦ୍ୟତନ ହୋଇଛି
undefined

ଜଳଭଣ୍ଡାରରେ ଜୀବନ ଯନ୍ତ୍ରଣା ।

Advertisment

ଜୀବନ ସହ ଉଜୁଡ଼ିଯାଇଛି ଜୀବିକା । ସ୍ବପ୍ନ ଆଉ ଭବିଷ୍ୟତ କହିଲେ କିଛି ବି ନାହିଁ । କେବଳ ଭିଟାମାଟିକୁ କାମୁଡ଼ି ପଡ଼ି ରହିଛନ୍ତି ଦଶନ୍ଧି ଦଶନ୍ଧି ଧରି । ତାହାରି ଭିତରେ ତିଆରି ହୋଇଛି ମାଳ ମାଳ ସରକାରୀ ଯୋଜନା । ନିର୍ବାଚନ ହୋଇଛି, ନେତା ବଦଳିଛନ୍ତି । ହେଲେ ଦୁର୍ଭାଗ୍ୟ, ବଦଳିପାରିନି ଭାଗ୍ୟ। 

Advertisment

ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଭଳି ମୌଳିକ ସୁବିଧା ସାତ ସପନ ହୋଇଛି । ଆମେ କହୁଛୁ କଳାହାଣ୍ଡି ଇନ୍ଦ୍ରାବତୀ ଜଳଭଣ୍ଡାର ବିସ୍ଥାପିତଙ୍କ କଥା। ଘେରି ରହିଛି ବଣପାହାଡ଼,ତାହାରି ଭିତରେ ବିସ୍ତୀର୍ଣ୍ଣ ଜଳରାଶି । ଏଇଠି ଅନବରତ କେବଳ ଡଙ୍ଗା ଭରସାରେ ଚାଲୁଛି ଜୀବନ । କଳାହାଣ୍ଡି ଜିଲ୍ଲାର ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳର ଟାପୁ ଭିତରେ ରହୁଥିବା ଲୋକଙ୍କ ଯନ୍ତ୍ରଣାର ସ୍ଥିତି ପରଖିବାକୁ ଡଙ୍ଗାରେ ଯାତ୍ରା ଆରମ୍ଭ କରିଥିଲା ଓଟିଭି ଟିମ୍ ।

ଡଙ୍ଗାରେ ଦୀର୍ଘ ସମୟର ଯାତ୍ରା ପରେ ଓଟିଭି ଟିମ୍ ପହଞ୍ଚିଥିଲା ଲକ୍ଷ୍ୟସ୍ଥଳରେ । ଥୁଆମୂଳ ରାମପୁର ବ୍ଲକ୍ ୧୬ ଖଣ୍ଡ ଗାଁ ବିଶିଷ୍ଟ ପୋଡ଼ାପଦର ପଞ୍ଚାୟତ ଜଳଭଣ୍ଡାର ପାଇଁ ସମ୍ପୂର୍ଣ୍ଣ ବିଚ୍ଛିନ୍ନାଞ୍ଚଳ ପାଲଟିଛି । ତାହାରି ଭିତରେ ଗୋଟିଏ ଗାଁ ହେଉଛି ଘୁଟ୍ରୁଖାଲ୍। ଗାଁରେ ବସବାସ କରନ୍ତି ପ୍ରାୟ ୨ଶହ ଲୋକ। ହେଲେ, ସେମାନେ ବିକାଶ କ’ଣ ଜାଣନ୍ତି ନାହିଁ । ଏହି ଅଞ୍ଚଳର କଅଁଳ ନିଷ୍ପାପ ଶିଶୁମାନେ ଜାଣନ୍ତିନି ସ୍କୁଲ୍ କ’ଣ । ତେଣୁ ସୋମବାର ହେଉ କି ରବିବାର । ସପ୍ତାହରେ ୭ ଦିନ ଏମାନଙ୍କ ପାଇଁ ଛୁଟି । କାରଣ, ଏଠି ସ୍କୁଲ କି ଅଙ୍ଗନୱାଡ଼ି କେନ୍ଦ୍ରଟିଏ ନାହିଁ ।

Advertisment

ଇନ୍ଦ୍ରାବତୀ ଜଳଭଣ୍ଡାର ଭିତରେ ମୌଳିକ ସୁବିଧାରୁ ବଞ୍ଚିତ ଏଭଳି ୧୭ଟି ଗାଁ ରହିଛି । କେଉଁଠି ବିଜୁଳି ନାହିଁ ତ କେଉଁଠି ଯାତାୟାତ ପାଇଁ ବାଟ ନାହିଁ । କେଉଁଠି ସ୍କୁଲ୍ ନାହିଁ ତ ଆଉ କେଉଁଠି ସ୍ବାସ୍ଥ୍ୟସେବା ଅପହଞ୍ଚ । ସରକାରି ଚାଉଳ କି ଭତ୍ତା ପାଇଁ ହେଉ କିମ୍ବା ରୋଗଦୁଃଖ । ପଞ୍ଚାୟତ ଅଫିସକୁ ଯିବାକୁ ହେଲେ ଡଙ୍ଗା ହିଁ ପାଲଟି ଥାଏ ଏକମାତ୍ର ଭରସା ।

ବିପଦଜନକ ନୌଯାତ୍ରା ଭିତରେ ୩୦ରୁ ଅଧିକଙ୍କ ପ୍ରାଣହାନୀ ବି ହେଲାଣି । ତତ୍କାଳୀନ ସରକାର ଡି.ଚେପଟାଘାଟରୁ କେ.ଚେପଟାଘାଟ ମଧ୍ୟରେ ଏକ ବ୍ରିଜ୍ ପାଇଁ ଟେଣ୍ଡର କରିଥିଲେ । କିନ୍ତୁ, ପ୍ଳାନରେ ତ୍ରୁଟି ଦର୍ଶାଇ ତାକୁ ପୁଣି ରିଜେକ୍ଟ କରିଦେଲେ । ସେଦିନଠୁ ବ୍ରିଜର ନାଁ ଗନ୍ଧ ନାହିଁ। ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନ ବି ଆସିଛି । କିନ୍ତୁ, ୧୦ଟି ଯନ୍ତ୍ରଚାଳିତ ଡଙ୍ଗା ଯୋଗାଇ ଯିଏ ଯାହା ବାଟରେ । ଅଲୋଡ଼ା ଇନ୍ଦ୍ରାବତୀ ବିସ୍ଥାପିତଙ୍କ ଏମିତି ଅନେକ ଯନ୍ତ୍ରଣାର କାହାଣୀ ରହିଛି । ଅପେକ୍ଷା କେବେ ବଦଳୁଛି ଏମାନଙ୍କ ଭାଗ୍ୟ ।

Advertisment

ଅଧିକ ପଢ଼ନ୍ତୁ: ଶିଶୁ ଉଦ୍ଧାର...ବିକ୍ରି ପଛରେ ବଡ଼ ରାକେଟ ..!

Odisha Kalahandi People Deprived Of Basic Facilities Road Problem Village Problem
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ