ସାହାରା ପାଲଟିଛି ବାଉଁଶ ପୋଲ, ଜୀବନକୁ ପାଣି ଛଡାଇ ଯାତାୟାତ କରୁଛନ୍ତି ଗ୍ରାମବାସୀ

ଲୋକମାନେ ଯାତାୟାତ କରିବା ପାଇଁ ନିଜସ୍ୱ ଉଦ୍ୟମରେ ତିଆରି କରିଛନ୍ତି ବାଉଁଶ ପୋଲ। । ବାଉଁଶ ଖୁଣ୍ଟ ଉପରେ ମାଟି ପକାଇ ହୋଇଛି ଅସ୍ଥାୟୀ ପୋଲ ।

Bridge Problem

ସାହାରା ପାଲଟିଛି ବାଉଁଶ ପୋଲ । ଜୀବନକୁ ପାଣି ଛଡାଇ ଯାତାୟାତ କରୁଛନ୍ତି ଗ୍ରାମବାସୀ । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କୁଆଣ୍ଡୋଳ ଗ୍ରାମରେ । ଗଭୀର କେନାଲ ପାରି କରିବାକୁ ପୋଲଟିଏ ନାହିଁ । ତେଣୁ ଲୋକମାନେ ଯାତାୟାତ କରିବା ପାଇଁ ନିଜସ୍ୱ ଉଦ୍ୟମରେ ତିଆରି କରିଛନ୍ତି ବାଉଁଶ ପୋଲ। । ବାଉଁଶ ଖୁଣ୍ଟ ଉପରେ ମାଟି ପକାଇ ହୋଇଛି ଅସ୍ଥାୟୀ ପୋଲ । ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଏଇଥିରେ କରୁଛନ୍ତି ଯାତାୟାତ । ସାଇକେଲ ଓ ଦୁଇ ଚକିଆ ଗାଡିବି ଏଥିରେ ବିପଦ ସଂକୁଳ ଅବସ୍ଥାରେ ଯାଉଛନ୍ତି। ତେଣୁ କେତେବେଳେ ଯେ କି ଅଘଟଣ ଘଟିଯିବ କହିବା ମୁସ୍କିଲ ।

ସେହିପରି ଏହି ପଂଚାୟତର ମସ୍ତରାମଠ ଗାଁରେ ମଧ୍ୟ ସମାନ ଅବସ୍ଥା। କେନାଲ ଉପରେ ତିଆରି ହୋଇଛି ଅସ୍ଥାୟୀ ବାଉଁଶ ପୋଲ। ଅନେକ ଥର ଅଞ୍ଚଳବାସୀ ନୂତନ ପୋଲ ଓ କେନାଲ ବନ୍ଧ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନି।

ତେବେ ଆମେ ଏନେଇ ତିଳକଣା ଜଳସେଚନ ବିଭାଗ ଯନ୍ତ୍ରୀଙ୍କ ସହ କଥା ହେଇଥିଲୁ। ସେ ଆଗରୁ ଏ ବିଷୟରେ ଜାଣି ନଥିଲେ। ଏବେ ପଦକ୍ଷେପ ନେବେ ବୋଲି ସେ କହିଛନ୍ତି ।