Advertisment

Poor Health Service: ଛାତି ଥରା ଦୃଶ୍ୟ...ବଢ଼ିଲା ନାଳରେ ଗୁରୁତର ରୋଗୀକୁ ଖଟିଆରେ ନେଲେ ଗ୍ରାମବାସୀ

ରୋଗୀ ଅବସ୍ଥା ଗୁରୁତର। ସେପଟେ ନାଳରେ ପାଣି ଏ କୂଳ ସେ କୂଳ ଖାଉଛି। ଆଉ କିଛି ଉପାୟ ନାହିଁ । ଏବେ ଖଟିଆ ହିଁ ଭରସା। ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋଇଡ଼ାରେ। ଲୋକେ ଜଣେ ରୋଗୀକୁ ଖଟିଆରେ ଶୁଆଇ ଭରା ନାଳ ପାର କରାଇଛନ୍ତି।

ଅଦ୍ୟତନ ହୋଇଛି
ଖଟିଆରେ ରୋଗୀ

ଖଟିଆରେ ରୋଗୀ

Advertisment

ବାର୍ଦ୍ଧକ୍ୟ ଯନ୍ତ୍ରଣା କଷ୍ଟଦାୟକ ହେବାରୁ ପଡୋଶୀଙ୍କ ସାହାଯ୍ୟରେ ବଢିଲା ନାଳକୁ ଖଟିଆ ସାହାଯ୍ୟରେ ପାର ହେଲେ ୫୦ ବର୍ଷୀୟା ମହିଳା ଶାନ୍ତି ମୁଣ୍ଡା । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକ ବାକରତୋଡା ଗାଁରେ । ସରକାର ଗାଁ ଗାଁରେ ସ୍ୱାସ୍ଥ୍ୟ ପହଞ୍ଚାଉଛନ୍ତି ବୋଲି ଡିଣ୍ଡିମ ପିଟୁଛନ୍ତି। ହେଲେ ବ୍ୟବସ୍ଥାର ଏଭଳି ଚିତ୍ର ଦେଖିଲେ ସବୁ କଥା ବୁଝାପଡ଼ିଯାଉଛି। 

Advertisment

କୋଇଡ଼ାରୁ ମିଳିଥିବା ଖବରରୁ ଜଣାପଡ଼ିଛିଯେ, ବାକରତୋଡ଼ା ଗାଁର ଶାନ୍ତି ମୁଣ୍ଡାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଗ୍ରାମବାସୀ ଏବଂ ପଡୋଶୀ ପ୍ରଥମେ ୫୦ ବର୍ଷୀୟ ଶାନ୍ତିଙ୍କୁ ମେଡିକାଲ୍ ନେବାକୁ ଚେଷ୍ଟା କରିଥିଲେ। ହେଲେ ଚଳିତ ଲଘୁଚାପ ବର୍ଷାରେ ପୁରାଢ଼ି ନାଳରେ ପ୍ରବଳ ବର୍ଷା ଜଳ ଆସିଯିବାରୁ ନାଳ ଫୁଲି ଉଠିଥିଲା।

କିଛି ସମୟ ପରେ ବାକରତୋଡାରୁ ସାନରକ୍ସି ଓ କେ ବଲାଙ୍ଗ ମୁଖ୍ୟ ରାସ୍ତାକୁ ଯୋଗାଯୋଗ ବିଛିନ୍ନ ହୋଇଥିଲା। ଏଭଳି ପରିସ୍ଥିତିରେ ଗାଁ ଲୋକେ ଉପାୟ ଶୂନ୍ୟ ହୋଇଯାଇଥିଲେ। ଏପଟେ ଯେମିତି ହେଲେ ଶାନ୍ତିଙ୍କୁ ମେଡିକାଲ୍ ନେବାକୁ ପଡ଼ିବ। ଶେଷରେ ଗୁରୁତର ଶାନ୍ତିଙ୍କୁ ଗ୍ରାମବାସୀ ବଞ୍ଚାଇବାକୁ ଯାଇ ଭରା ନାଳରେ ଖଟିଆକୁ କାନ୍ଧରେ ରଖି ପାର କରିଥିଲେ।

Advertisment

ଏଠାରେ ଲୋକଙ୍କ ଅଭିଯୋଗ ବାକରତୋଡାରୁ ସାନରକ୍ସି ଯିବା ପାଇଁ ପୁରାଢି ନାଳରେ କୌଣସି ବ୍ରିଜ ନଥିବାରୁ ଲୋକେ ବର୍ଷା ହେଲେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ବିପଜ୍ଜନକ ଭାବେ ରୋଗୀଙ୍କୁ ନାଳ ପାର କରାଇବା ଏଠି କୁଆଡ଼େ ଲୋକଙ୍କ ଦେହସୁହା ହୋଇଗଲାଣି। ଏ ବାବଦରେ ବିଭାଗୀୟ ଅଧିକାରୀଙ୍କୁ ଆଭିଯୋଗ କଲେ ମଧ୍ୟ କୌଣସି ଫଳ ମିଳୁନାହିଁ।

ସୁତରାଂ ଲୋକେ ଶେଷରେ ଶାନ୍ତି ମୁଣ୍ଡାଙ୍କୁ ଏଭଳି ଉପାୟରେ ନାଳ ପାର କରାଇ ଡାକ୍ତରଖାନା ନେଇଥିବା ଜଣାପଡ଼ିଛି। ଭରା ନାଳକୁ ପାର କରି ଗୁରୁତର ଶାନ୍ତି ମୁଣ୍ଡାଙ୍କୁ ଏବେ ଲହୁଣୀପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି। ଏବେ ଶାନ୍ତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଉପାନ୍ତ ଅଞ୍ଚଳରେ ଏବେ ବି ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର ସମସ୍ତଙ୍କୁ ବ୍ୟଥିତ କରିଛି।

Advertisment
Seriously Ill Poor Health System Flooded Drain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ