Advertisment

କାହା ପାଇଁ ଭେଣ୍ଡିଂ ଜୋନ୍? ଉଦଘାଟନର ବର୍ଷେ ପରେ ବି ଖୋଲିପାରୁନି..!

ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି କୋଟି କୋଟି ଟଙ୍କାର ନିର୍ମାଣ । ଅଳିଆ ଗଦା, ନିଶାଖୋରଙ୍କ ଆଡ୍ଡା ପାଲଟିଛି  ।

Vending Zone

Vending Zone

Advertisment

ଉଦଘାଟନର ବର୍ଷକ ପରେ ବି ଆରମ୍ଭ ହେଇ ପାରୁନି କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଭେଣ୍ଡିଂ ଜୋନ୍। ଚକା ଚକ୍ ଦୋକାନ ଘର ହୋଇଛି, ଧାଡ଼ିକି ଧାଡ଼ି ହେଇ ରଙ୍ଗ ମରାଯାଇ ରଖାଯାଇଛି। ହେଲେ ବ୍ୟବହାର କାହିଁକି ହେଉନି ? ଦୋକାନ କାହିଁକି ଖୋଲୁନି ? ମନରେ ଏମିତି କିଛି ପ୍ରଶ୍ନ ସବୁବେଳେ ଉଙ୍କି ମାରୁଛି ।

Advertisment

ବାସ୍ତବରେ ଅନୁଗୁଳ ସହରରେ ଉଠାଦୋକାନୀଙ୍କୁ ଥଇଥାନ କରିବାକୁ ଏମିତି ଭେଣ୍ଡି ଜୋନ୍ ନିର୍ମାଣ କରାଯାଇଥିଲା। ହେଲେ ଗତବର୍ଷ ଅଗଷ୍ଟରୁ ଉଦଘାଟନ ପରେ ବି ସେମିତି ରାସ୍ତା କଡ଼ରେ ଛିଡ଼ା ହୋଇ ନିଜ ପରିଚୟ ଖୋଜୁଛି ସବୁ ଦୋକାନ ଘର। କେଉଁଠି ଅଳିଆ ଜମିଲାଣି, କେଉଁଠି ନିଶାଖୋରଙ୍କ ଆଡ୍ଡା ପାଲଟିଗଲାଣି। ଏସବୁକୁ ନିଜ ଆଖିରେ ଦେଖିଲେ ଯେକେହି ସହଜରେ ବୁଝି ପାରିବେ, ଆନ୍ତରିକତା ଅଭାବରୁ ଏହା ଅଦରକାରୀ ହୋଇପଡ଼ିଛି ।

ଅନୁଗୁଳ ଓ ଆଖପାଖର ଗାଁ ଲୋକେ ପ୍ରତିଦିନ ସହରକୁ ଆସି ବ୍ୟବସାୟ କରନ୍ତି। ଉଠା ଦୋକାନ କରି ବସନ୍ତି। ଫଳରେ ଟ୍ରାଫିକ୍ ସମସ୍ୟା ଉପୁଜେ। ନାନା ସମସ୍ୟାର ସମାଧାନ ଭାବେ ସହରର ଶିକ୍ଷକପଡ଼ା, ମିଶ୍ରପଡ଼ା ଭଳି ୪ଟି ସ୍ଥାନରେ କୋଟି କୋଟି ଟଙ୍କା ଖର୍ଚ୍ଚରେ ଭେଣ୍ଡିଂ ଜୋନ୍ ନିର୍ମାଣ କରାଯାଇଥିଲା। ହେଲେ ଉଦଘାଟନ ସିନା କରିଦେଲେ ହେଲେ ଏହାକୁ ଦୋକାନୀଙ୍କୁ ହସ୍ତାନ୍ତର କରାଯାଉନି। ପରିସ୍ଥିତି ଏମିତି ହେଇଛି କି ଅଳିଆ ଗଦାରେ ଏସବୁ ପରିଣତ ହେବାକୁ ବସିଛି। ଅପରପକ୍ଷେ, ସମସ୍ୟା ଖୁବ୍ ଶୀଘ୍ର ସମାଧାନ ହେବ ବୋଲି କହିଛନ୍ତି ଅନୁଗୁଳ ପୌରାଧ୍ୟକ୍ଷ।

Advertisment
Vending Zone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ