Advertisment

Utkarsh Odisha 2025: କାଲିଠୁ ଆରମ୍ଭ ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌; ମିଳିପାରେ ୩ କୋଟିର ନିଯୁକ୍ତି

କାଲି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉତ୍କର୍ଷ ଓଡ଼ିଶା କନକ୍ଲେଭ ଉଦଘାଟନ ହେବ। ଦୁଇ ଦିନ ଭିତରେ ବିଭିନ୍ନ କ୍ଷେତ୍ର ପାଇଁ ୧୫ଟି ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ।

ଅଦ୍ୟତନ ହୋଇଛି
Utkarsh Odisha

Utkarsh Odisha

Advertisment

ଆସନ୍ତାକାଲିଠୁ ଆରମ୍ଭ ହେବ ଉତ୍କର୍ଷ ଓଡ଼ିଶା-ମେକ ଇନ୍ ଓଡ଼ିଶା କନକ୍ଲେଭ। କାଲି ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍କର୍ଷ ଓଡ଼ିଶା କନକ୍ଲେଭର ଉଦଘାଟନ କରିବେ। ଦୁଇ ଦିନ ଭିତରେ ବିଭିନ୍ନ କ୍ଷେତ୍ର ପାଇଁ ୧୫ଟି ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ।

Advertisment

 ଭୁବନେଶ୍ୱର ଜନତା ମଇଦାନରେ ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭର ଶୁଭାରମ୍ଭ ହେବ। ୨ଦିନ ଧରି କାର୍ଯ୍ୟକ୍ରମ ଚାଲିବ।  କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ନିବେଶକ ଓ ଶିଳ୍ପ ପ୍ରତିନିଧି ଯୋଗଦେବେ। ‌ଅଷ୍ଟ୍ରେଲିଆ, ଜାପାନ, ବ୍ରିଟେନ୍‌, ଜର୍ମାନୀ, ସିଙ୍ଗାପୁର, ମାଲେସିଆ, କ୍ୟୁବା ଓ ହଲାଣ୍ଡ ଭଳି ୧୨ଟି ଦେଶର ନିବେଶକଙ୍କୁ ଏଥିପାଇଁ ଆମନ୍ତ୍ରିତ କରାଯାଇଛି। ଏଥିରେ ଯୋଗଦେବେ ଦେଶର ଶହେଟି FORTUNE-500  କମ୍ପାନୀ।

 କନ୍‌କ୍ଲେଭ୍‌ର ସହଯୋଗୀ ଥିବା ଭାରତୀୟ ଶିଳ୍ପ ସଂଘ (CII)ର ଜାତୀୟ ପରିଷଦର ପ୍ରାୟ ୨୦୦ ବରିଷ୍ଠ ସଦସ୍ୟ ଓଡ଼ିଶା ଆସୁଛନ୍ତି। ଏହାରୁ ଲାଭ ଉଠାଇବା ଲାଗି ଏହି ଅଧିବେଶନଗୁଡ଼ିକ ଆୟୋଜନ କରିବା ନେଇ ଯୋଜନା ହୋଇଛି। ତେବେ ଉଦ୍‌ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଅନ୍ୟମାନେ ଉପସ୍ଥିତ ରହିବେ।

Advertisment

ଅଧିକ ପଢ଼ନ୍ତୁ: ହସ୍ପିଟାଲରେ ଡ୍ରୋନ୍ ହମଲା; ୭୦ ମୃତ

ଜାନୁଆରୀ ୨୮ ପୂର୍ବାହ୍ନରେ ବିଶିଷ୍ଟ ଶିଳ୍ପପତିମାନେ ଆସିବେ। ଅପରାହ୍ନରେ ପାଞ୍ଚଟି ଅଧିବେଶନ ଆୟୋଜନ କରାଯିବ। କନ୍‌କ୍ଲେଭ୍‌ର ଦ୍ବିତୀୟ ଦିନରେ ୧୦ଟି ଅଧିବେଶନ ଆୟୋଜନ କରାଯିବ। ଉଦ୍‌ଯାପନୀ ସମାରୋହରେ ରାଜ୍ୟର ୩୦ଟି ଜିଲ୍ଲାରୁ ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) କ୍ଷେତ୍ରରେ କାର୍ଯ୍ୟ କରୁଥିବା  ୪୦ ବର୍ଷରୁ କମ୍ ବୟସ୍କ ୬୦ ଜଣ ଯୁବ ଉଦ୍ୟୋଗୀଙ୍କୁ ଚୟନ କରାଯିବ।

ପ୍ରତି ଜିଲ୍ଲାରୁ ୨ ଜଣ ଲେଖାଏଁ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯିବ। କନ୍‌‌କ୍ଲେଭ୍‌ରେ ପ୍ରାୟ ୫ ଲକ୍ଷ କୋଟିର ପୁଞ୍ଜି ବିନିଯୋଗ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି। ଏଥିସହ ୩.୫ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି।

Advertisment

ଅଧିକ ପଢ଼ନ୍ତୁ:ଉତ୍କର୍ଷ ଓଡ଼ିଶାକୁ ନେଇ ଆକାଶ ଛୁଇଁଲା ଉତ୍କଣ୍ଠା; ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ୮ MOU

PMO CMO Investments BBSR
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ