Digha Temple Controversy
ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ଓଡ଼ିଶାରେ ସୃଷ୍ଟି ହୋଇଛି ଝଡ଼ । ମନ୍ଦିର ପାଇଁ ପୁରୀରୁ ମହାପ୍ରଭୁଙ୍କ ବଳକା ନବକଳେବର ଦାରୁ ବ୍ୟବହାର ଚର୍ଚ୍ଚା ଏବଂ ଦୀଘା ମନ୍ଦିରକୁ 'ଜଗନ୍ନାଥ ଧାମ' କୁହାଯିବାକୁ ଓଡ଼ିଶାର ସବୁ ମହଲହରେ ତୀବ୍ର ବିରୋଧ କରାଯାଉଛି । ଆଜି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ଦାରୁ ବ୍ୟବହାର ଘଟଣାର ତଦନ୍ତ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଛି ।
ଆଇନ ମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁଙ୍କ ଧାମ ସହ ଅନ୍ୟ ମନ୍ଦିରକୁ ତୁଳନା କରିବା ଅଗ୍ରହଣୀୟ । ଅନ୍ୟ ଯେଉଁ ସ୍ଥାନରେ ମନ୍ଦିର ହୋଇପାରେ କିନ୍ତୁ ଧାମର ଆଖ୍ୟା ଦିଆଯାଇପାରିବ ନାହିଁ । ଜଗନ୍ନାଥ ଧାମ କେବଳ ପୁରୀ । ଅନ୍ୟ କେଉଁ ସ୍ଥାନରେ ମହାପ୍ରଭୁଙ୍କ ମନ୍ଦିର ନିର୍ମାଣ ହେଲେ କୌଣସି ସମସ୍ୟା ନାହିଁ । କିନ୍ତୁ ଶ୍ରୀମନ୍ଦିରର ମହାପ୍ରଭୁଙ୍କ ସେବାୟତ ଦୀଘା ଯାଇ ପ୍ରତିଷ୍ଠା କାର୍ଯ୍ୟ କରିବା, ମହାପ୍ରଭୁଙ୍କ ବଳକା ଦାରୁକାଠ ସେଠାରେ ବ୍ୟବହାର ହେବା ଆଦୌ ଗ୍ରହଣୀୟ ନୁହେଁ । ମହାପ୍ରଭୁଙ୍କ ଦାରୁ କିପରି ଦୀଘା ଗଲା, ତାହା ତଦନ୍ତ ହେଲା ପରେ ସବୁ ସ୍ପଷ୍ଟ ହେବ ଏବଂ ତଦନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ: ନବକଳେବର କାଠରେ ନିର୍ମାଣ ହୋଇଛନ୍ତି କି ଦୀଘା ଦିଅଁ ? ବେଙ୍ଗଲରେ ହଁ କଲେ, ପୁରୀ ଆସି ନାହିଁ କରିଦେଲେ
ଏନେଇ ତଥ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ପରେ ମୁଖ୍ୟମନ୍ତ୍ରୀ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗତକାଲି ଅନ୍ତରୀଣ ତଦନ୍ତ କରିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ ଆଇନ ମନ୍ତ୍ରୀ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମହାପାତ୍ର ପଶ୍ଚିମବଙ୍ଗରେ ଏକ ବଙ୍ଗାଳୀ ଟିଭି ଚ୍ୟାନେଲ ଆଗରେ କହିଥିଲେ, ଶ୍ରୀମନ୍ଦିରରେ ନବକଳେବର ବେଳେ ଠାକୁରଙ୍କୁ ନିର୍ମାଣ ପରେ ବଳି ପଡ଼ିଥିବା କାଠରେ ପୁରୀରୁ ଜଗନ୍ନାଥଙ୍କୁ ତିଆରି କରି ମୁଁ ଦୀଘା ଆଣିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଥର ମୂର୍ତ୍ତି ସ୍ଥାପନ ପାଇଁ କହିଥିଲେ- ହେଲେ ମୁଁ ଦାରୁବ୍ରହ୍ମ ମୂର୍ତ୍ତି ସ୍ଥାପନ ଲାଗି ପରାମର୍ଶ ଦେଇଥିଲି । ଯେହେତୁ ସେ ମତେ ଠାକୁର ପୁରୀରୁ ତିଆରି କରି ଆଣିବାକୁ କହିଥିଲେ, ତେଣୁ ମୁଁ ତାହା ଧରି ଆସିଛି ।
କିନ୍ତୁ ପୁରୀ ଫେରିବା ପରେ ସିଧା ସିଧା ଏହି କଥାକୁ ଫାଙ୍କି ଦେଇଥିଲେ ରାମକୃଷ୍ଣ ଦାସମହାପାତ୍ର । ଫଳରେ ଜଣେ ବରିଷ୍ଠ ଦଇତାପତି ସେବକଙ୍କ ମୁହଁରେ ପୁଣି ଏଭଳି ଦୁଇ ପ୍ରକାର କଥାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମନରେ ବିଭ୍ରାନ୍ତି ଓ ସେବାୟତ ମହଲରେ କ୍ଷୋଭ ପ୍ରକାଶ ପାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746258290.jpg)