Advertisment

‘ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ଚାଲିଛି ତଦନ୍ତ, ଖୁବଶୀଘ୍ର ଆସିବ ନିର୍ଯ୍ୟାସ’

ଯେହେତୁ ଦୁର୍ନୀତି ବିରୋଧରେ ମୋହନ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି, ତେଣୁ ଅପେକ୍ଷା କରନ୍ତୁ ନିଶ୍ଚେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।

ଅଦ୍ୟତନ ହୋଇଛି
VK Pandian

VK Pandian

Advertisment

ଭି.କେ. ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତର ତଦନ୍ତ ସହ ଖର୍ଚ୍ଚର ହିସାବ ଚାଲିଛି । ଖୁବଶୀଘ୍ର ଏହାର ନିର୍ଯ୍ୟାସ ଆସିବ । ରାଜ୍ୟବାସୀଙ୍କ ମନରେ ଯାହା ସନ୍ଦେହ ଅଛି ତାହା ସତ ହୋଇପାରେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା । ଯେହେତୁ ଦୁର୍ନୀତି ବିରୋଧରେ ମୋହନ ସରକାର ଶୂନ୍ୟ ସହନଶୀଳତା ନୀତି ଆପଣାଇଛନ୍ତି, ତେଣୁ ଅପେକ୍ଷା କରନ୍ତୁ ନିଶ୍ଚେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ।

Advertisment

ଗତ ବିଜେଡି ସରକାରରେ କେବେ ଫାଇଭ୍-ଟି ସଚିବ ଓ କେବେ ଫାଇଭ୍ ଟି ଅଧ୍ୟକ୍ଷ ହିସାବରେ ଭି.କେ. ପାଣ୍ଡିଆନ୍ ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ସମୟରେ ଜିଲ୍ଲାରୁ ଜିଲ୍ଲାକୁ ହେଲିକପ୍ଟରରେ ବୁଲି ଲୋକଙ୍କଠାରୁ ଅଭିଯୋଗପତ୍ର ସଂଗ୍ରହ କରିଥିଲେ । ସେ ବାବଦରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ଅଭିଯୋଗ ଉଠିଛି । ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚର ହିସାବ ସୂଚନା ଅଧିକାର କର୍ମୀମାନେ ମାଗୁଥିଲେ ବି ତା’ର ସଠିକ୍ ତଥ୍ୟ ମିଳୁନାହିଁ । ଏମିତିକି ପାଣ୍ଡିଆନ୍‌ଙ୍କ ନାଁରେ ଭୁବନେଶ୍ବର କ୍ୟାପିଟାଲ ଥାନାରେ ଏକ ଏତଲା ମଧ୍ୟ ହୋଇଛି । ସେପଟେ ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାର ତଦନ୍ତକୁ ସ୍ବାଗତ ପ୍ରସଙ୍ଗରେ ବିଜେଡି କହିଛି ନବୀନ ସରକାର ଅମଳରେ କୌଣସି ଦୁର୍ନୀତି ହୋଇନି ।

Transport Minister BJD VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ