Special Story
ଆଶ୍ରା ଖୋଜୁଛି ୮ବର୍ଷର କୁନି ଝିଅ । ବାପା ମାଙ୍କୁ ହରାଇ ସେ ଏବେ ଅସହାୟ । ଦେଢବର୍ଷର ହୋଇଥିଲା, ମାଆ ପର ପୁରୁଷ ପ୍ରେମରେ ପାଗଳ ହୋଇ ଘର ଛାଡି ପଳାଇଲା । ବାପା ସାପ କାମୁଡାରେ ଚାଲିଗଲେ । ଏବେ କୁନି ଝିଅର ସାହା ଭରସା ସାଜିଛନ୍ତି ଜେଜେ ବାପା ଓ ଜେଜେ ମା’ ।
କଟକ ବଡମ୍ବା ବଡ଼କମ୍ବିଲୋ ଗ୍ରାମରେ ଦେଖିବାକୁ ମିଳିଛି ଏମିତି ଘଟଣା । ଅଳ୍ପ ବୟସରେ ମାଆ ପରକିୟା ପ୍ରୀତିରେ ଚାଲିଯିବା ପରେ ତା’ର ଗୋଟିଏ ସାହାରା ଥିଲେ ବାପା ରାଜକିଶୋର ପ୍ରଧାନ । ସେ ସ୍ଥାନୀୟ ଛାଞ୍ଚୁଣିଆ ସ୍କୁଲରେ ଶିକ୍ଷକ ଥିଲେ। ହେଲେ ଗତ ୨୦ ଦିନ ହେବ ସାପ କାମୁଡ଼ାରେ ତାଙ୍କର ମୃତ୍ୟୁ ଘଟିଲା। ଏବେ ଜେଜେ ବାପା ଓ ଜେଜେ ମାଆଙ୍କ କୋଳ ତା’ର ଗୋଟିଏ ମାତ୍ର ସାହାରା ପାଲଟିଛି । ହେଲେ ପରିଣତ ବୟସ ହେତୁ ତାଙ୍କୁ ଏବେ ନାତୁଣୀର ଭବିଷ୍ୟତର ଚିନ୍ତା ଘାରିଛି ।
ଯମୁନା ଏବେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଛି । ଘରେ କମେଇବା ବାଲା କେହି ନ ଥିବାରୁ ବୃଦ୍ଧ ଜେଜେ ମାଆ ଓ ଜେଜେ ବାପା ମୂଲ ଲାଗିବା ସହ ଛେଳି ଚାଷ କରି ପରିବାର ଚଳାଉଛନ୍ତି । ରୋଜଗାରିଆ ପୁଅ ଚାଲି ଯିବା ପରେ ଛେଳି ଚରାଇ କେତେଦିନ ପରିବାର ପ୍ରତି ପୋଷଣ ହେବ ? ତାଙ୍କ ପରେ ଝିଅର ଦାୟିତ୍ୱ କିଏ ନେବ ? ଏପରି ଚିନ୍ତାରେ ଏବେ ବୃଦ୍ଧ ଦମ୍ପତ୍ତି । ତେଣୁ ଝିଅକୁ ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ସ୍ଥାନୀୟ ଅଞ୍ଚଳରେ ଦାବି ଉଠିଛି । ଯଦି ଯମୁନାକୁ ସରକାର ସହାୟତାର ହାତ ବଢ଼ାନ୍ତେ ତେବେ ଶିଶୁକନ୍ୟାଟିର ଭବିଷ୍ୟତ ଉଜ୍ଜ୍ୱଳ ହୋଇପାରନ୍ତା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726028120.jpg)