ଆଳୁ ମିଶନ ନେଇ କୃଷିମନ୍ତ୍ରୀଙ୍କ ବଡ଼ ସୂଚନା, ୟୁପି ଓ ପଞ୍ଜାବରୁ ଆସିବ ଆଳୁ ବିହନ

ସେହିପରି ହାଇବ୍ରିଡ୍‌ ଶୀତଳ ଭଣ୍ଡାର ପାଇଁ ପିପିପି ମୋଡ଼ରେ ଲୋକଙ୍କୁ ପ୍ରସ୍ତାବ ଦିଆଯାଇଛି । ସବୁ ସବ୍ ଡିଭିଜନରେ ଶୀତଳ ଭଣ୍ଡାର ହେବ । ଅନେକ ଲୋକ ଆବେଦନ ବି କରିଛନ୍ତି ।

Potato Mission

ଉତ୍ତରପ୍ରଦେଶ ଏବଂ ପଞ୍ଜାବରୁ ଆସିବ ଆଳୁ ବିହନ । ନୂଆ ଆଳୁ ମିଶନ ନେଇ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ପ୍ରତିକ୍ରିୟା ରଖିଛନ୍ତି । ଗତ ସରକାର ଆଳୁ ମିଶନ କରିଥିଲେ ଯାହା ଫେଲ ହୋଇଥିଲା । ହେଲେ ବର୍ତ୍ତମାନର ସରକାର ରାଜ୍ୟରେ ଆଳୁ ଉତ୍ପାଦନ ଅଧିକ ପାଇଁ ଚେଷ୍ଟା କରୁଛନ୍ତି । ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଚାଷୀଙ୍କୁ ଆଳୁ ବିହନ ଯୋଗାଇ ଦିଆଯିବ । ବିହନ ସମୟ ସୀମା ଭିତରେ ଦିଆ ଯାଉ ନଥିଲା । ଜାନୁଆରିରେ ଆଳୁ ଅମଳ ସମୟରେ ଦିଆଯାଉଥିଲା । ସେଥିପାଇଁ ଆଳୁ ମିଶନ ଫେଲ ମାରିଥିଲା । ହେଲେ ଏବେ ଉତ୍ତରପ୍ରଦେଶ ଏବଂ ପଞ୍ଜାବରୁ ଆଳୁ ବିହନ ଆସିବ ବୋଲି କୃଷିମନ୍ତ୍ରୀ କହିଛନ୍ତି ।

ସେହିପରି ହାଇବ୍ରିଡ୍‌ ଶୀତଳ ଭଣ୍ଡାର ପାଇଁ ପିପିପି ମୋଡ଼ରେ ଲୋକଙ୍କୁ ପ୍ରସ୍ତାବ ଦିଆଯାଇଛି । ସବୁ ସବ୍ ଡିଭିଜନରେ ଶୀତଳ ଭଣ୍ଡାର ହେବ । ଅନେକ ଲୋକ ଆବେଦନ ବି କରିଛନ୍ତି । ନୂଆ ଟେକ୍ନୋଲୋଜି ବ୍ୟବହାର କରି ଭିନ୍ନ ଭିନ୍ନ ତାପମାତ୍ରାରେ ବିଭିନ୍ନ ପରିବା କିଭଳି ରଖିହେବ, ସେନେଇ ବିଭାଗ ତର୍ଜମା କରୁଛି । ଶୀତଳ ଭଣ୍ଡାରର ଭଡା କେମିତି ଅଧିକ ନ ହେବ ସେ ନେଇ ବି ତର୍ଜମା ହେଉଛି । ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ନେତୃତ୍ୱରେ ଗୋଟିଏ ଟିମ୍ କଲିକତା ଯାଇଛନ୍ତି । ଏହି ଟିମ୍‌ ପଶ୍ଚିମବଙ୍ଗ ଶୀତଳ ଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଛନ୍ତି କୃଷିମନ୍ତ୍ରୀ ।