Advertisment

Unique Remuna Temple: କଳକୀ ଅବତାରରେ ପୂଜା ପାଉଛନ୍ତି ଜଗନ୍ନାଥ, ନବକଳେବର ହୁଏନି କି ଗଡ଼େନି ଏଠି ରଥ

କୁହାଯାଏ ମହାପ୍ରଭୁ ଏଠାରେ କଳ୍କୀ ଅବତାରରେ ପୂଜା ପାଆନ୍ତି। ମହାପ୍ରଭୁ ଜଗନ୍ନାଥ ଓ ବଡ଼ଠାକୁର ବଳଭଦ୍ରଙ୍କର ହାତ ଗୋଡ ଥିବାବେଳେ ମା ସୁଭଦ୍ରାଙ୍କର ଅଧାଗଢ଼ା ବିଗ୍ରହ ଏଠାରେ ପୂଜା ପାଏ।

Unique Remuna Temple

Unique Remuna Temple

Advertisment

କଳିଆ ଠାକୁରଙ୍କ ନିଆରା ମନ୍ଦିର। ଏଠି ଦିଅଁଙ୍କ ଅଛି ହାତ ଓ ପାଦ। ପୁରୀ ହେଉ ବା ଅନ୍ୟ କେଉଁଠି ସବୁଠାରେ ଅଧାଗଢା ରୂପରେ ପୂଜା ପାଆନ୍ତି ତିନି ଠାକୁର। ହେଲେ ବାଲେଶ୍ବର ଜିଲ୍ଲା ରେମୁଣାରେ ପୂଜା ପାଆନ୍ତି ହାତ ଗୋଡ ଥିବା ଜଗନ୍ନାଥ। କଥାଟା ଅବିଶ୍ୱାସ ହେଉଥିଲେ ମଧ୍ୟ ସତ। ଇଏ ଏମିତି ଏକ ମନ୍ଦିର ଯେଉଁଠି କାଳିଆର ଅଛି ହାତ ଗୋଡ଼, ବଡ଼ଭାଇ ବଳଭଦ୍ରଙ୍କ ବି ଅଛି ହାତ ଗୋଡ଼ କିନ୍ତୁ ଭଉଣୀ ଦେବୀ ସୁଭଦ୍ରା ସେମିତି ଦର ଗଢ଼ା । ହଳଦୀମୁହିଁ ଭକ୍ତଙ୍କୁ ଦରଗଢ଼ା ବେଶରେ ହିଁ ଦେଉଛନ୍ତି ଦର୍ଶନ ।

Advertisment

ଏମିତି ଏକ ସ୍ୱତନ୍ତ୍ର ଜଗନ୍ନାଥ ମନ୍ଦିର ରହିଛି ବାଲେଶ୍ବର ଜିଲ୍ଲା ରେମୁଣା ପତ୍ରିପାଳ ପଞ୍ଚାୟତରେ ।କୁଟ ପୋଖରୀ କୂଳରେ ଅବସ୍ଥିତ ଏହି ମନ୍ଦିରରେ ପୂଜା ପାଉଛନ୍ତି କାଳିଆ ସାଆନ୍ତଙ୍କ ସମେତ ବଡ଼ ଠାକୁର ବଳଭଦ୍ର ଓ ମାତା ସୁଭଦ୍ରା। ହେଲେ ଅନ୍ୟ ସ୍ଥାନ ମାନଙ୍କରେ ଅଧାଗଢ଼ା ଦାରୁ ଦେବତା ପୂଜା ପାଉଥିବାବେଳେ ଏହି ମନ୍ଦିରରେ ପୂଜା ପାଉଛନ୍ତି ହାତ ଗୋଡ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କ ବିଗ୍ରହ।

କୁହାଯାଏ ମହାପ୍ରଭୁ ଏଠାରେ କଳ୍କୀ ଅବତାରରେ ପୂଜା ପାଆନ୍ତି। ମହାପ୍ରଭୁ ଜଗନ୍ନାଥ ଓ ବଡ଼ଠାକୁର ବଳଭଦ୍ରଙ୍କର ହାତ ଗୋଡ ଥିବାବେଳେ ମା ସୁଭଦ୍ରାଙ୍କର ଅଧାଗଢ଼ା ବିଗ୍ରହ ଏଠାରେ ପୂଜା ପାଏ। ଆଉ ଭକ୍ତ ଯିଏ ଯାହା ମାନସିକ କରେ ପ୍ରଭୁ ତାହାର ମନୋବଞ୍ଛା ପୂରଣ କରନ୍ତି।

Advertisment

ଏଠାରେ ମହାପ୍ରଭୁଙ୍କ ସମେତ ଅଷ୍ଟାଦଶଭୁଜା ମା ଦୁର୍ଗା ପୂଜା ପାଆନ୍ତି। ଶ୍ରୀ ଜିଉଙ୍କ ସମସ୍ତ ପର୍ବ ପର୍ବାଣୀ ପାଳନ ହେଉଥିବା ବେଳେ ମକର,ରାହାସ ପୂର୍ଣ୍ଣମୀ ବେଶ୍ ଧୁମ୍ ଧାମରେ ପାଳନ କରାଯାଏ। ଏଠାରେ ଜୀଉ ମାନଙ୍କର ନବକଳେବର ହୁଏ ନାହିଁ କି ରଥଯାତ୍ରାରେ ମହାପ୍ରଭୁ ରଥାରୂଢ଼ ହୁଅନ୍ତିନି।

ନାଲା ପାଟଣା ଗ୍ରାମବାସୀମାନେ ଏଇ ୧୫ ବର୍ଷ ହେବ ଗାଁ କମିଟି ଛୋଟ ବିଗ୍ରହଙ୍କୁ ନେଇ ରଥଯାତ୍ରା ପାଳନ କରି ଆସୁଛନ୍ତି। ହାତ ଗୋଡ ଥିବା ବଡ଼ଠାକୁର ବଳଭଦ୍ର, ଜଗତର ନାଥ ଜଗନ୍ନାଥ, ସୁଭଦ୍ରା ଓ ଚକ୍ରରାଜ ସୁଦର୍ଶନ ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିରକୁ ନଯାଇ ସେହି ମନ୍ଦିରରେ ପୂଜା ପାଇଥାନ୍ତି।

Advertisment

ସତରେ ମହାପ୍ରଭୁଙ୍କର ଅପୂର୍ବ ଲୀଳା। କେଉଁଟି ଅଧାଗଢ଼ା ରୂପରେ ପୂଜାପାଇ ଭକ୍ତଙ୍କର ମନଷ୍କମାନା ପୂରଣ କରୁଛନ୍ତି ତ ଆଉ କେଉଁଠି ହାତଗୋଡ ଥାଇ ପାପିଙ୍କୁ ବିନାଶ ପାଇଁ ସଂକେତ ଦେଉଛନ୍ତି..

ଅଧିକ ପଢନ୍ତୁ: ବର୍ଷାରେ ଭିଜିବ ରଥଯାତ୍ରା, ଏହି ଦିନ ଯାଏଁଁ ପ୍ରବଳ ଛେଚିବ...

Jagannath Temple Lord Jagannath Balasore Remuna
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ