• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ଚିଠି ଲେଖିଲେ ଧର୍ମେନ୍ଦ୍ର । ଚିହିଁକିଲା ବିଜେଡି । ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନ୍ ୨୦୨୦କୁ ନେଇ ତେଜିଲା ରାଜନୀତି । ଆଇନରେ ସଂଶୋଧନ ଆଣିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିରେ ଦର୍ଶାଯାଇଛି, ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେଡି ସରକାର ଏହି ଆଇନ୍ ଆଣିଥିଲେ । ଯେଉଁଥିଲାଗି ବିଶ୍ୱବିଦ୍ୟାଳୟ ତାର ସ୍ୱତନ୍ତ୍ରତା ହରାଇଛି । ଖାଲି ସେତିକି ନୁହେଁ ଏହା ୟୁଜିସି ଗାଇଡ୍ ଲାଇନର ପରିପନ୍ଥୀ । ଏଥିରେ ଆବଶ୍ୟକ ସଂଶୋଧନ ଅଣାଯିବ ଉଚିତ ବୋଲି ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଏହି ଚିଠି ପରେ ଘନେଇଛି ରାଜ୍ୟ ରାଜନୀତି।

ବିଜେଡି ସାମ୍ବାଦିକ ସମ୍ମିଳନୀ କରି କହିଛି, ନବୀନ ସରକାର ବିଶ୍ୱବିଦ୍ୟାଳୟ ସ୍ତରରେ ନିଯୁକ୍ତି ଓ ପାଣ୍ଠି ଖର୍ଚ୍ଚରେ ସ୍ୱଚ୍ଛତା ଆଣିବାକୁ ଏହି ସଂଶୋଧିତ ଆଇନ୍ ଆଣିଥିଲେ । ଆଉ ଏଥିରେ ପରିବର୍ତ୍ତନ କରିବାକୁ ଚିନ୍ତା କରୁଥିବା ବିଜେପି ଅନ୍ୟ ରାଜ୍ୟ ଭଳି ଶିକ୍ଷା ଦୁର୍ନୀତିକୁ ଆମନ୍ତ୍ରଣ କରୁଛି । ସେପଟେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି, ବିରୋଧୀ ଦଳରେ ଥିବା ସମୟରୁ ହିଁ ଏହାକୁ ଆମେ ବିରୋଧ କରୁଥିଲୁ । ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ପାଇଁ ସଂଶୋଧନର ଆବଶ୍ୟକତା ରହିଛି ।

ଅଧିକ ପଢ଼ନ୍ତୁ: NIRF ରାଙ୍କିଂ ! ଟପ୍‌-୧୦୦ରେ ଓଡ଼ିଶାର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ

ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦ରେ କଣ ରହିଛି ?

୨୦୨୦ ସେପ୍ଟେମ୍ବର ୨ରେ ସେତେବେଳର ବିଜେଡି ସରକାର ୧୯୮୯ ବିଶ୍ୱବିଦ୍ୟାଳୟ ଆଇନରେ ପରିବର୍ତ୍ତନ ଆଣି କ୍ୟାବିନେଟରେ ଅଧ୍ୟାଦେଶକୁ ପାରିତ କରାଇଥିଲେ । ଯେଉଁଥିରେ ଉଲ୍ଲେଖ ରହିଛି, କୁଳପତିଙ୍କ କାର୍ଯ୍ୟକାଳ ୩ ବଦଳରେ ୪ ବର୍ଷ ହେବ । ପ୍ରାଧ୍ୟାପକମାନଙ୍କ ନିଯୁକ୍ତି ଓଡ଼ିଶା ଲୋକସେବା ଆୟୋଗ ବା ଓପିଏସି ଦ୍ୱାରା ହେବ।

ସେହିପରି କର୍ମଚାରୀଙ୍କ ନିଯୁକ୍ତି OSSSC ଜରିଆରେ ହେବ । ସିନେଟ୍ ଉଚ୍ଛେଦ ସହ ସିଣ୍ଡିକେଟରେ ସରକାରଙ୍କ ଜଣେ ପ୍ରଶାସନିକ ଅଧିକାରୀ ରହିବେ।  କୁଳପତି ଚୟନ କମିଟିରେ ମଧ୍ୟ ସରକାରଙ୍କ ଜଣେ ପ୍ରତିନିଧି ରହିବେ । ଏସବୁ ପ୍ରାବଧାନ ଦ୍ୱାରା ବିଶ୍ୱବିଦ୍ୟାଳୟଗୁଡିକ ସେମାନଙ୍କ ସ୍ୱତନ୍ତ୍ରତା ହରାଉଛନ୍ତି ବୋଲି ଦାବି କରି କିଛି ଶିକ୍ଷାବିତ୍ ହାଇକୋର୍ଟରେ ପିଟିସନ୍ ଦାଖଲ କରିଥିଲେ।

ଏହି ଆଇନକୁ ସେତେବେଳେ ବିଧାନସଭାରେ ବି ବିରୋଧ କରାଯାଇଥିଲା । ଆଉ ଏବେ ବିଜେପି ସରକାର ଆସିବା ପରେ ଏଥିରେ ପୁଣି ସଂଶୋଧନ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଯାହାକୁ ସ୍ୱାଗତ କରିଛନ୍ତି ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି । ଏବେ ଦେଖିବାର କଥା ମୁଖ୍ୟମନ୍ତ୍ରୀ କି ପଦକ୍ଷେପ ନେଉଛନ୍ତି । ଯଦି କିଛି ସଂଶୋଧନ ଆସୁଛି ତାହେଲେ କଣ ରହିବ ରୂପରେଖ।

  • Reported by:
  • JAGDISH DAS , KAPILENDRA PRADHAN

OTV is now on Whatsapp

Join and get latest news update delivered to you via whatsapp

Join Now