Advertisment

ଶଳାଭାଉଜ ଓ ନଣନ୍ଦେଇ ନଈକୁ ଡେଇଁବା ଘଟଣାରେ ଟ୍ବିଷ୍ଟ୍; ଚମକି ପଡ଼ିଲା ପୋଲିସ

କଟକ ତ୍ରିଶୁଳିଆ ବ୍ରିଜ୍ ଉପରୁ କାଠଯୋଡ଼ି ନଈକୁ ଡେଇଁବା ଘଟଣାରେ ଟୁଇଷ୍ଟ। ରାତିରେ ଭରାନଈକୁ ଡେଇଁଥିଲେ, ରାତି ପାହିଲାବେଳକୁ ପୁରୀ ଘାଟ ଥାନାରେ ହାଜର ହୋଇଗଲେ।

undefined

Kathajodi River

Advertisment

ଚର୍ଚ୍ଚା ହେଲା, ଡେଇଁଥିଲେ ଭରା ନଈକୁ। କିନ୍ତୁ ରାତି ପାହିଲାବେଳକୁ ଥାନାରେ ହାଜର। ଚମକି ପଡ଼ିଲା କଟକ ପୋଲିସ। ସତରେ କଣ ନଈକୁ ଡେଇଁଥିଲେ ? ଯଦି ନୁହଁ, ତେବେ କାହିଁକି ଏହି ନାଟକ ? କଟକ ତ୍ରିଶୁଳିଆ ବ୍ରିଜରୁ କାଠଯୋଡ଼ିକୁ ଡେଇଁଥିବା ଶଳା ଭାଉଜ ଓ ନଣନ୍ଦେଇଙ୍କୁ ନେଇ ସମସ୍ତଙ୍କ ମୁହଁରେ ଏବେ ଏଭଳି ପ୍ରଶ୍ନ। ତାହାରି ଭିତରେ ସଂପୃକ୍ତ ମହିଳାଙ୍କ ସ୍ବାମୀ ସାମ୍ନାକୁ ଆସି ପ୍ରେମ ସଂପର୍କ ପାଇଁ ଉଭୟଙ୍କ ଏହା ମିଛ ନାଟକ ବୋଲି କହିବା ପରେ ପୁରା ମାମଲା ନୂଆ ମୋଡ଼ ନେଇଛି।

Advertisment

କଟକ ତ୍ରିଶୁଳିଆ ବ୍ରିଜ୍ ଉପରୁ କାଠଯୋଡ଼ି ନଈକୁ ଡେଇଁବା ଘଟଣାରେ ଟୁଇଷ୍ଟ। ରାତିରେ ଭରାନଈକୁ ଡେଇଁଥିଲେ, ରାତି ପାହିଲାବେଳକୁ ପୁରୀ ଘାଟ ଥାନାରେ ହାଜର ହୋଇଗଲେ। ଗତକାଲି ରାତି ପ୍ରାୟ ୯ ଟା ବେଳକୁ ମିଡ଼ିଆରେ ବନିଯାଇଥିଲେ ବ୍ରେକିଂ ନ୍ୟୁଜ୍। ବ୍ରିଜ ନିକଟରୁ ସଂପୃକ୍ତ ମହିଳାଙ୍କ ଆଧାରକାର୍ଡ଼ ଏବଂ ପୁରୁଷଙ୍କ ଯୋତା ମିଳିଥିଲା। ଏହି ଘଟଣା ପରେ ନଦୀ ଭିତରେ ଖୋଜି ଖୋଜି ନାକେଦମ୍ ହୋଇଯାଇଥିଲା ଉଦ୍ଧାରକାରୀ ଟିମ୍ । ହେଲେ ୧୨ ଘଣ୍ଟା ପରେ ଅର୍ଥାତ ଆଜି ସକାଳ ପ୍ରାୟ ୯ଟାବେଳକୁ ବଦଳିଗଲା ଘଟଣା। ଉଭୟଙ୍କ ବୟାନ ଭିତ୍ତିରେ ପୋଲିସର କହିବା କଥା, ବ୍ୟକ୍ତିଗତ କାରଣରୁ ଏମାନେ ଭରା ନଈକୁ ଡେଇଁଥିଲେ ବି ଆଜି ନିଜେ ସୁରକ୍ଷିତ ଭାବେ ଆସି ଥାନାରେ ହାଜର ହୋଇଛନ୍ତି। 

ତେବେ ଏମାନେ କଣ ପ୍ରକୃତରେ ନଈକୁ ଡେଇଁଥିଲେ ? ଯେଉଁ ସ୍ଥାନରୁ ଡେଇଁଥିବା ଚର୍ଚ୍ଚା ହେଉଥିଲା, ସେହି ସ୍ଥାନରୁ ଜୀବନ ନେଇ ଫେରିବା ଏକ ପ୍ରକାର ଅସମ୍ଭବ। ତା’ହେଲେ କ’ଣ ମିଛ କହିଛନ୍ତି ପୋଲିସକୁ ? ଯଦି ହଁ, ତେବେ କାହିଁକି ? ରାତି ତମାମ ଏମାନେ କେଉଁଠି ଥିଲେ ? ଏଭଳି ନାନା ପ୍ରଶ୍ନ ଉଠୁଥିବାବେଳେ ଉଭୟ କଥାବାର୍ତ୍ତାରେ ତାଳମେଳ ରହୁନାହିଁ । ପୋଲିସ ଉଭୟଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ବୟାନ ରେକର୍ଡ କରିଛି। 

Advertisment

ଚର୍ଚ୍ଚା ହେଉଛି ଶଳା ଭାଉଜ ଓ ନଣନ୍ଦେଇ କୃଷ୍ଣ ମୁଦୁଲି ଡେଇଁବାର କିଛି ସମୟ ପରେ ଆଉ ଜଣେ ମହିଳା ବି ନଦୀକୁ ଡେଇଁବାକୁ ଉଦ୍ୟମ କରୁଥିଲେ । ଯାହାଙ୍କୁ ଜଣେ ଗଣମାଧ୍ୟମ ପ୍ରତିନିଧି ଅଟକାଇଥିଲେ । ସଂପୃକ୍ତ ମହିଳା ନଦୀ ଭିତରକୁ ଡେଇଁଥିବା କୃଷ୍ଣଙ୍କ ପତ୍ନୀ ବୋଲି କୁହାଯାଉଛି । ତେବେ ଏହି ନଦୀ ଡିଆଁ ହଟଚମଟ ଭିତରେ ଯେଉଁ ଅଭିଯୋଗ ସାମ୍ନାକୁ ଆସିଛି, ତାକୁ ନେଇ ଏବେ ହଲଚଲ୍। 

ବାଙ୍କୀ ରାମଚଣ୍ଡୀ ଗାଁର ପ୍ରଦ୍ୟୁମ୍ନ ଲେଙ୍କା ନାମକ ଜଣେ ବ୍ୟକ୍ତି ସାମ୍ନାକୁ ଆସି କହିଛନ୍ତି, ସେହି ମହିଳା ହେଉଛନ୍ତି ତାଙ୍କ ପତ୍ନୀ ଏବଂ ଅନ୍ୟ ବ୍ୟକ୍ତି ହେଉଛନ୍ତି ତାଙ୍କ ଶଳା । ଉଭୟେ ସଂପର୍କରେ ଶଳା ଭାଉଜ ଓ ନଣନ୍ଦେଇ। ଏବେ ସ୍ତ୍ରୀକୁ ଆଉ ଗ୍ରହଣ କରିବିନି ବୋଲି କହିଛନ୍ତି ପ୍ରଦ୍ୟୁମ୍ନ। ଗତ ଜୁଲାଇରେ ସେ ଘର ଛାଡ଼ି କୃଷ୍ଣଙ୍କ ସହ ଚାଲି ଯାଇଥିଲେ। ଥରେ କି ଦୁଇ ଥର ନୁହଁ, ଅନେକ ବାର ସେ ଏଭଳି ଘର ଛାଡ଼ି ପଳାଇଛନ୍ତି। ଏନେଇ ଗତକାଲି ପ୍ରଦ୍ୟୁମ୍ନ ଉଭୟଙ୍କ ନାଁରେ ଏତଲା ଦେବାକୁ କଟକ ମହିଳା ଥାନାକୁ ଯାଇଥିଲେ। ଏହା ଜାଣି ଭିଣୋଇ ପାଲଟା ଗାଳି କରିବା ସହ ମହାନଦୀକୁ ଡେଇଁ ଆମେ ଆତ୍ମହତ୍ୟା କରିବୁ ବୋଲି ଦେଇଥିବା କହିଛନ୍ତି ପ୍ରଦ୍ୟୁମ୍ନ। ଉଭୟ ଶଳା ଭାଉଜ ଓ ନଣନ୍ଦେଇଙ୍କୁ ଧରି ପୁରୀଘାଟ ପୋଲିସ ତଦନ୍ତ କରୁଥିବାବେଳେ ଅପେକ୍ଷା କି ସତ ସାମ୍ନାକୁ ଆସୁଛି।

Advertisment
Police Kathajodi River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ