Advertisment

Odisha Transport Services: ରାଜ୍ୟରେ ଗଡ଼ୁନି ଗାଡ଼ି, କଲବଲ ସାଧାରଣ ଯାତ୍ରୀ…

ଚତୁର୍ଥ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ। ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ସାରା ରାଜ୍ୟରେ ଗମନାଗମନ ଓ ପରିବହନ ସେବା ଠପ୍...

Odisha Transport Services

Odisha Transport Services

Advertisment

ଗଡ଼ୁନି ଗାଡ଼ି, କଲବଲ ଯାତ୍ରୀଚତୁର୍ଥ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଯୋଗୁଁ ସାରା ରାଜ୍ୟରେ ଗମନାଗମନ ଓ ପରିବହନ ସେବା ଠପ୍ ହୋଇଯାଇଥିବା ବେଳେ, ସାମ୍ନାକୁ ଆସୁଛି ଯାତ୍ରୀ ଯନ୍ତ୍ରଣାର ପୁଳା ପୁଳା ଚିତ୍ରକେଉଁଠି ବସଷ୍ଟାଣ୍ଡରେ ଛୁଆପିଲା ଧରି କଲବଲ ହେଉଛନ୍ତି ଲୋକ, ତ କିଏ ଗାଡ଼ି ନପାଇ ମେଡିକାଲରୁ ମାଇଲ ମାଇଲ ବାଟ ଚାଲି ଚାଲି ଘରକୁ ଫେରୁଛି

Advertisment

୬ ଦଫା ଦାବିରେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନକୁ ଓହ୍ଲାଇଥିବା ଡ୍ରାଇଭର ମହାସଂଘର ଅଧିକାଂଶ ଦାବି ଉପରେ ସରକାର ବିଚାର କରୁଥିବା କହିଥିଲେ ମଧ୍ୟ, ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ଦାବିରେ ସଂଘ ଅଡ଼ି ବସିଥିବାରୁ କ୍ରମାଗତ ଚତୁର୍ଥ ଦିନ ପାଇଁ ରାଜ୍ୟବ୍ୟାପୀ ଠପ୍ ହୋଇଛି ପରିବହନ ସେବା

ଅଧିକ ପଢ଼ନ୍ତୁ :ଆଜି ଆସୁଛନ୍ତି ରାହୁଲ ଗାନ୍ଧି, ବରମୁଣ୍ଡାରେ କଂଗ୍ରେସର ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ

Advertisment

ସେପଟେ ଡ୍ରାଇଭରଙ୍କ ଆନ୍ଦୋଳନ ଯେତେ ଲମ୍ବୁଛି, ପେଟ୍ରୋଲ ଟାଙ୍କିରୁ ତେଲ ସରି ସରି ଆସୁଛିରାଜ୍ୟରେ ପ୍ରତିଦିନ ପ୍ରାୟ ୩୬ ଲକ୍ଷ ଲିଟର ପେଟ୍ରୋଲ ଓ ୮୫ ଲକ୍ଷ ଲିଟର ଡିଜେଲ ଦରକାରଏଥିପାଇଁ ଡିପୋରୁ ପ୍ରତିଦିନ ୬୦୦ ଟ୍ୟାଙ୍କର ତେଲ ବିଭିନ୍ନ ପେଟ୍ରୋଲ ପମ୍ପକୁ ଆସିଥାଏସାଧାରଣତଃ ରାଜ୍ୟର ପେଟ୍ରୋଲ ପମ୍ପଗୁଡ଼ିକରେ ୪ ଦିନର ଷ୍ଟକ୍ ରହିଥାଏଏବେ ସୁଦ୍ଧା ପ୍ରାୟ ୪୦୦ ଟ୍ୟାଙ୍କର ଆସୁଥିବା ସୂଚନା ରହିଛି

କିନ୍ତୁ ଆନ୍ଦୋଳନ ଜାରି ରହିଲେ ସମସ୍ୟା ଆହୁରି ବଢିଯିବ ବୋଲି ଆଶଙ୍କା କରାଯାଉଛିସେପଟେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ ଡିଜେଲ ଏବଂ ଆବଶ୍ୟକ ସାମଗ୍ରୀ ମହଜୁଦ ଅଛି ବୋଲି କହିବା ସହ ଲୋକଙ୍କୁ ବ୍ୟସ୍ତ କି ଭୟଭୀତ ନହେବାକୁ କହିଛନ୍ତି ଯୋଗାଣ ମନ୍ତ୍ରୀ

Advertisment

ଏପଟେ ଡ୍ରାଇଭର ମହାସଂଘର କଂଗ୍ରେସ ପ୍ରତି ଅଚାନକ ଦରଦକଂଗ୍ରେସର କାର୍ଯ୍ୟକ୍ରମ ପାଇଁ ଆଜି କୋହଳ ହୋଇଛି ଡ୍ରାଇଭର ସଂଘ ଆନ୍ଦୋଳନଏଥିପାଇଁ ଆନ୍ଦୋଳନରେ ରାଜନୀତିର ଗନ୍ଧ ବାରିଛନ୍ତି ପରିବହନ ମନ୍ତ୍ରୀଆଜି ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ ଏବଂ କଂଗ୍ରେସର ରାଲି ହେବାକୁ ଥିବା ବେଳେ, ଗତରାତିରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ଓଡ଼ିଶା ଡ୍ରାଇଭର ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲିକହିଛନ୍ତି କଂଗ୍ରେସ ଗାଡ଼ିକୁ ଅଟକାଇବୁନିପିସିସି ସଭାପତି ଅନୁରୋଧ କରିଥିଲେ, ତେଣୁ ତାଙ୍କ ଗାଡ଼ି ଅଟକାଇବୁନି ବୋଲି ମେଣ୍ଡୁଲି କହିଛନ୍ତିତେବେ ଆନ୍ଦୋଳନ ଜାରି ରହିଛିସରକାର ଲିଖିତ ପ୍ରତିଶ୍ରୁତି ଦେବା ପରେ ଯାଇ ଆମେ ଆନ୍ଦୋଳନରୁ ହଟିବୁ ବୋଲି ମେଣ୍ଡୁଲି ସୋସିଆଲ ମିଡିଆରେ ନିଜ ପ୍ରତିକ୍ରିୟା ରଖିଛନ୍ତି

ଅନ୍ୟପକ୍ଷରେ ପରିବହନ ମନ୍ତ୍ରୀ ବିଭୂତି ଜେନା ସୋସିଆଲ ମିଡିଆରେ ଲେଖିଛନ୍ତି, ଆନ୍ଦୋଳନ କରୁଥିବା ଡ଼୍ରାଇଭର ମହାସଂଘର ସମସ୍ତ ଦାବିକୁ ସରକାର ଶୁଣି କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା ହୋଇସାରିଥିବା ବେଳେ, ପୁଣି ଆନ୍ଦୋଳନର ଆବଶ୍ୟକତା ନାହିଁ୧୧ ତାରିଖରେ ଥିବା କଂଗ୍ରେସ ରାଲିକୁ ସମର୍ଥନ ଦେଇ ଦିନକ ପାଇଁ ସ୍ଥଗିତ ରଖିବା, ଆନ୍ଦୋଳନରେ ରାଜନୀତି ଦେଖାଦେଇଛିନିରୀହ, ସରଳ ଡ୍ରାଇଭରଙ୍କୁ ଡ୍ରାଇଭର ନେତା ଆନ୍ଦୋଳନ ନାମରେ ଭ୍ରମିତ କରନ୍ତୁ ନାହିଁଡ୍ରାଇଭର ଭାଇମାନଙ୍କୁ ଆନ୍ଦୋଳନରୁ ଓହରିବାକୁ ନିବେଦନ କରୁଛି ବୋଲି ଲେଖିଛନ୍ତି ପରିବହନ ମନ୍ତ୍ରୀସୂଚନା ଯୋଗ୍ୟ ଯେ, ଗତକାଲି ପିସିସି ସଭାପତି ଭକ୍ତ ଦାସ ଅଭିଯୋଗ କରିଥିଲେ, ରାହୁଲଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଭଣ୍ଡୁର ଉଦ୍ଦେଶ୍ୟରେ ସରକାର ଡ୍ରାଇଭର ଆନ୍ଦୋଳନକୁ ସମାପ୍ତ କରିବା ପାଇଁ ପଦକ୍ଷେପ ନେଉନାହାନ୍ତି

Transport Vehicles
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ