Advertisment

ତାତିରେ ତ୍ରାହି ତ୍ରାହି ଡାକୁଥିବା ପକ୍ଷୀଙ୍କ ପ୍ରାଣଦାତା କିନ୍ନର ଚିନ୍ମୟୀ ଦାସ

ଜଙ୍ଗଲରେ ମେଣ୍ଟାଉଛନ୍ତି ପଶୁପକ୍ଷୀଙ୍କ ଶୋଷ ।

ଅଦ୍ୟତନ ହୋଇଛି
undefined

Bird Lover Chinmayee Das

Advertisment

ହାତରେ କିଛି ମାଟି ପାତ୍ର ଓ ପିଇବା ପାଣି, ସାଙ୍ଗରେ ଖଣ୍ଡିଏ ସିଡି। ପ୍ରଚଣ୍ଡ ତାତିରେ ଘଂଚ ଜଙ୍ଗଲ ଓ ପାହାଡରେ ଘୁରି ବୁଲୁଛନ୍ତି କିନ୍ନର ଚିନ୍ମୟୀ। ଗଛକୁ ଗଛ ଚଢି ପଶୁପକ୍ଷୀଙ୍କ ପାଇଁ ବ୍ୟବସ୍ଥା କରୁଛନ୍ତି ପିଇବା ପାଣିର। କେଉଁଠି ଗଛ କୋରଡରେ କଳସରେ ପାଣି ରଖୁଛନ୍ତି ତ କେଉଁଠି ଶିକାରେ ଝୁଲାଇ ଦେଉଛନ୍ତି। ଖରାରେ ଡହଳ ବିକଳ ହେଉଥିବା ପଶୁପକ୍ଷୀଙ୍କ ପାଟି ଫିଟୁନଥିବାରୁ ସେମାନଙ୍କ ଦରଦ ବୁଝିଛନ୍ତି ଚିନ୍ମୟୀ। କେବଳ ପାଣି ନୁହେଁ, ଖାଦ୍ୟ ବି ଦେଉଛନ୍ତି।

Advertisment

ଅନୁଗୁଳ ଜରପଡାର କିନ୍ନର ଚିନ୍ମୟୀଙ୍କ ଏଭଳି ଉଦ୍ୟମ ନୂଆ ନୁହେଁ। ବର୍ଷ ବର୍ଷ ଧରି ସେ ନିଜକୁ ନିୟୋଜିତ କରିଛନ୍ତି ପଶୁପକ୍ଷୀଙ୍କ ସେବାରେ। ଏଥର ଚିନ୍ମୟୀଙ୍କ ସହ ସାମିଲ ହୋଇଛନ୍ତି ବନ ବିଭାଗ, କିଛି ସଂଗଠନ ଏବଂ ସ୍ଥାନୀୟ ବାସିନ୍ଦା। ପାହାଡରେ ଜଳାଶୟ ନଥିବାରୁ ଶୋଷିଲା ଜୀବଜନ୍ତୁଙ୍କ ପାଇଁ କରିଛନ୍ତି ଖାଦ୍ୟ ଓ ପାଣିର ବ୍ୟବସ୍ଥା।

ଅନ୍ୟପଟେ ରାଜ୍ୟରେ ତାତି କଥା ନକହିବା ଭଲ । ବାହାରକୁ ବାହାରିଲେ ଦେହ ଜଳିଯାଉଛି । ତେବେ କାଳବୈଖାଶୀ ହେବ, ତାତିରୁ ମିଳିବ ତ୍ରାହି । ପାଣିପାଗ ବିଭାଗର ଏହି ଆକଳନ ସତ୍ତ୍ୱେ ରାଜ୍ୟରେ ପ୍ରବଳ ଗରମ ହେଉଛି । ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ଝାରସୁଗୁଡ଼ା ଓ କେନ୍ଦୁଝରରେ ତାମମାତ୍ରା ରହିଛି ୪୧ ଡିଗ୍ରୀ ସେଲସିୟସ । ସେହିପରି ଭୁବନେଶ୍ୱରରେ ପାରଦ ୪୦.୭ ରହିଥିବା ବେଳେ ବାଲେଶ୍ୱରରେ ରହିଛି ୪୦.୧ ଡିଗ୍ରୀ । ପାଗରେ ପରିବର୍ତ୍ତନ ନେଇ ପାଣିପାଗ ବିଭାଗ କହିଛି-ଉତ୍ତର, ଆଭ୍ୟନ୍ତରୀଣ ଓ ପାର୍ଶ୍ୱବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ସମ୍ଭାବନା ରହିଛି । ଫଳରେ ଗତ କିଛି ଦିନ ଧରି ଲାଗି ରହିଥିବା ତାତିର ପ୍ରଭାବରେ କିଛିଟା ଆଶ୍ୱସ୍ତି ମିଳିପାରେ ।

Advertisment

ଗତକିଛି ଦିନ ଧରି ସାରା ରାଜ୍ୟରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ଲହରି । ଗତକାଲି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବୌଦ୍ଧ ଓ ବାରିପଦା । ଗତକାଲି ୩୦ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା । ସେପଟେ ହିଟୱେଭ ନେଇ ଆଜି ପାଇଁ ମୟୂରଭଞ୍ଜ, କେନ୍ଦୁଝର ଓ ଅନୁଗୁଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଗ୍ରୀଷ୍ମଲହରି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Heat Wave
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ