/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756533883.jpg)
TELKOI DROWNING MISSING
କାଳ ସାଜିଲା ପାଣି ସହ ଖେଳ । ପାଲଲହଡ଼ା ଉପଖଣ୍ଡ ନଗିରା ପଞ୍ଚାୟତର ଗର୍ଜନ ଖୋଳ ଜଳପ୍ରପାତରେ ଗାଧୋଇବା ବେଳେ ଆଖି ଆଗରେ ଭାସିଯାଇ ଜଣେ ନିଖୋଜ । ୩ ଜଣ ସାଙ୍ଗ ଜଳପ୍ରପାତ ବୁଲିବାକୁ ଯାଇ ଜଳପ୍ରପାତରେ ଗାଧୋଇବା ବେଳେ ଜଣେ ସାଙ୍ଗ ନିଖୋଜ ହୋଇଯାଇଛନ୍ତି ।
Advertisment
କେନ୍ଦୁଝର ବାଂଶପାଳ ବ୍ଲକରୁ ୩ ଜଣ ସାଙ୍ଗ ନଗିରା ଗର୍ଜନ ଖୋଳ ଜଳପ୍ରପାତ ବୁଲିବାକୁ ଆସିଥିଲେ । ସେଠାରେ ଗାଧୋଇବା ବେଳେ ଲିପୁନ୍ ବେହେରା ଆଉ ଜଳପ୍ରପାତ ଭିତରୁ ଫେରି ପାରିନଥିଲେ । ଆଖି ଆଗରେ ସେ ବୁଡ଼ି ଯାଇଥିଲେ ବି କେହି କିଛି କରିପାରିନଥିଲେ । ବାଂଶପାଳ ଦମକଳ ବାହିନୀ ଖବର ପାଇ ଖୋଜାଖୋଜି କରିଥିଲେ ବି ତାଙ୍କର ପତ୍ତା ମିଳିପାରିନାହିଁ ।
ଜଳପ୍ରପାତ ବହୁ ଗଭୀର ହୋଇଥିବାରୁ ଖୋଜିବା କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ସୂଚନା ମିଳିଛି।...
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)