Advertisment

ଗେରୁଆ ରଙ୍ଗର ରେନ୍‌କୋଟ୍‌ ପିନ୍ଧିବେ ଟ୍ରାଫିକ ପୋଲିସ...

ବର୍ଷା ବେଳେ ଟ୍ରାଫିକ ପୋଷ୍ଟରେ ମୁତୟନ ଥିବା ପୋଲିସ କର୍ମଚାରୀ ବ୍ୟବହାର କରିବାକୁ ଗେରୁଆ ରଙ୍ଗର ରେନ କୋଟ ପ୍ରଦାନ କରାଯାଇଛି ।

ଅଦ୍ୟତନ ହୋଇଛି
Orange Raincoats For Odisha Traffic Police Officers

Traffic Police Officers

Advertisment

ତୁହାକୁ ତୁହା ବର୍ଷୁଛି । କେଉଁଠି ମୂଷଳ ଧାରାରେ ତ କେଉଁଠି ଛେଚୁଛି । ଘୂର୍ଣ୍ଣିବଳୟ ସହ ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ଲଗାଣ ବର୍ଷା ବେହାଲ କରିଦେଇଛି ଜନଜୀବନକୁ । ତେବେ ଏପରି ସ୍ଥଳେ ଟ୍ରାଫିକ ପୋଲିସର ଦୁଃଖ ବୁଝିଛନ୍ତି ସରକାର । ଯେଉଁମାନେ ଘରୁ କିମ୍ବା ଅଫିସରେ କାମ କରନ୍ତି, ସେମାନେ ଏତେ ପ୍ରଭାବିତ ହୁଅନ୍ତି ନାହିଁ । କିନ୍ତୁ ଯେଉଁମାନେ ବର୍ଷାରେ କାମ କରନ୍ତି, ସେମାନଙ୍କର ଅବସ୍ଥା କହିଲେ ନସରେ । ସେମାନେ ଭାଗ୍ୟବାନ ନଥାଆନ୍ତି। ବର୍ଷାରେ ଭିଜି ଭିଜି କାମ କରିବାକୁ ହୁଏ । ଏହାର ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି ଟ୍ରାଫିକ ପୋଲିସ ।

Advertisment

ଅଧିକ ପଢ଼ନ୍ତୁ: ବଡ଼ ଖବର: ହଟିଲା ଫାଇଭ୍ -ଟି ଚାର୍ଟର ଓ ‘ମୋ ସରକାର’

ତେବେ ଗେରୁଆ ରଙ୍ଗର ରେନ୍ କୋଟ ପିନ୍ଧିବେ ରାଜଧାନୀର ଟ୍ରାଫିକ ପୋଲିସ । ବର୍ଷା ବେଳେ ଟ୍ରାଫିକ ପୋଷ୍ଟରେ ମୁତୟନ ଥିବା ପୋଲିସ କର୍ମଚାରୀ ବ୍ୟବହାର କରିବାକୁ ଗେରୁଆ ରଙ୍ଗର ରେନ କୋଟ ପ୍ରଦାନ କରାଯାଇଛି। ରାଜଧାନୀର ସମସ୍ତ ଟ୍ରାଫିକ କନେଷ୍ଟବଳଙ୍କୁ ଟ୍ରାଫିକ ଥାନାରେ ନୂଆ ରେନ୍ କୋଟ ବଣ୍ଟା ଯାଇଛି।

ରାତିରେ ପୋଲିସ କର୍ମଚାରୀଙ୍କ ଉପସ୍ଥିତି ଜଣାପଡ଼ିବା ପାଇଁ ରେନ କୋଟରେ ରେଡିୟମ ଷ୍ଟିକର ଲାଗିଛି । ରାତିରେ ଏହା ଉପରେ ଆଲୋକ ପଡ଼ିଲେ ଉଜ୍ଜଳ ଦେଖାଯିବ । ଫଳରେ ଗାଡ଼ି ଚାଳକ ସହଜରେ ପୋଲିସର ଉପସ୍ଥିତି ଜାଣିପାରିବେ। ଏହି ନୂଆ ରେନ୍ କୋଟ ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି । 

Advertisment

Odisha Traffic Police Traffic Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ