Advertisment

Traffic Constable Missing: ସପ୍ତାହେ ପରେ ବି ମିଳୁନି ପତ୍ତା , ଖୋଜି ଖୋଜି ନୟାନ୍ତ ପୋଲିସ...ମାରିଲା ପୋଷ୍ଟର୍‌

ସବୁ ଦିନ ଭଳି ଡ୍ୟୁଟି କରିବାକୁ ଯାଇଥିଲେ। ଘରକୁ ଖାଇବାକୁ ଆସିବି ବୋଲି ବି ଜଣାଇଥିଲେ। ହେଲେ ଖରାବେଳ ଯାଇ ସନ୍ଧ୍ୟା ହେଲା, ଘଣ୍ଟା କଣ୍ଟାରେ ୭ଟା ବାଜିଲା। ତଥାପି ଆସିଲେନି ଶୁଭମିତ୍ରା। ଡ୍ୟୁଟିରେ ଥାଇ ହୋଇଗଲେ ନିଖୋଜ।

Traffic Constable

Traffic Constable

Advertisment

ସବୁ ଦିନ ଭଳି ଡ୍ୟୁଟି କରିବାକୁ ଯାଇଥିଲେ। ଘରକୁ ଖାଇବାକୁ ଆସିବି ବୋଲି ବି ଜଣାଇଥିଲେ। ହେଲେ ଖରାବେଳ ଯାଇ ସନ୍ଧ୍ୟା ହେଲା, ଘଣ୍ଟା କଣ୍ଟାରେ ୭ଟା ବାଜିଲା। ତଥାପି ଆସିଲେନି ଶୁଭମିତ୍ରା। ଡ୍ୟୁଟିରେ ଥାଇ ହୋଇଗଲେ ନିଖୋଜ। ଘର ଲୋକଙ୍କୁ ଘାରିଲା ଚିନ୍ତା, କୁଆଡେ ଚାଲିଗଲେ, ପଡିଲା ହୁରି। ବହୁ ଖୋଜା ଖୋଜି କଲେ, ପୋଲିସରେ ଖବର ବି ଦେଲେ। ୬ ଦିନ ଗଡିଯାଇଥିଲେ ବି ଏଯାଏ ତାଙ୍କର ପତ୍ତା ମିଳିନି। ଟ୍ରାଫିକ କନଷ୍ଟେବଳ ଶୁଭମିତ୍ରାଙ୍କୁ କେହି ଅପରଣ କରି ନେଇଥିବା ସନ୍ଦେହ କରାଯାଉଛି। ପୋଲିସ କମିଶନରଙ୍କୁ ଭେଟି ଝିଅକୁ ଶୀଘ୍ର ଖୋଜି ଆଣିବାକୁ ଅନୁରୋଧ କରିଛନ୍ତି ତାଙ୍କ ବାପା ।

Advertisment

ଶୁଭମିତ୍ରା ସାହୁ। ବୟସ ୨୫। ଘର ଖୋର୍ଦ୍ଧା ଜିଲ୍ଲା ପିଚୁକୁଳି ଗାଁ। ସେ ଭୁବନେଶ୍ୱରର ସୂର୍ଯ୍ୟନଗରରେ ରୁହନ୍ତି। କମିଶନରେଟ୍‌ ପୁଲିସ ମୁଖ୍ୟାଳୟରେ ଥିବା ଡିସିପି(ଟ୍ରାଫିକ୍‌) କାର୍ଯ୍ୟାଳୟର ରିଜର୍ଭ ଅଫିସ(ଆର୍‌ଓ) ସେକ୍ସନରେ କାମ କରନ୍ତି । ଗତ ୬ ତାରିଖ ସକାଳେ ଶୁଭମିତ୍ରା ଅଫିସ୍‌ ଆସିଥିଲେ । ଦ୍ୱିପହର ଖାଇବାକୁ ଘରକୁ ଯାଥାନ୍ତେ, କିନ୍ତୁ ସେଦିନ ଯାଇନଥିଲେ । କାର୍ଯ୍ୟ ବ୍ୟସ୍ତ ଥିବେ ବୋଲି ପରିବାର ଲୋକ ଭାବିଥିଲେ । ସନ୍ଧ୍ୟା ୭ଟା ଯାଏ ସେ ଘରକୁ ନ ଫେରିବାରୁ ପରିବାର ଲୋକ ଅଫିସ ସହ ଯୋଗାଯୋଗ କରିଥିଲେ।

କିଛି ଖୋଜ ଖୋବର ନମିଳିବା ପରେ ସେହିଦିନ ରାତିରେ ପରିବାର ଲୋକେ କ୍ୟାପିଟାଲ ଥାନାରେ ଅଭିଯୋଗ ବି କରିଥିଲେ । ପୁଲିସ ଶୁଭମିତ୍ରାଙ୍କ ଫଟୋ ଓ ସବୁ ଥାନାକୁ ପଠାଇଥିଲା । ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ଥିବାରୁ ପୁଲିସ ଲୋକସେନ ଟ୍ରାକ କରିପାରୁନି । ୬ ଦିନ ପରେ ଏବେ ପୋଲିସ ନିଖୋଜ ପୋଷ୍ଟର ମାରିଛି। ସୋସିଆଲ ମିଡିଆରେ ଫଟୋ ବି ଜାରି କରିଛି। ତାଙ୍କ ସମ୍ପର୍କରେ ଖବର ଦେବା ବ୍ୟକ୍ତିଙ୍କୁ ୨୫ ହଜାର ଟଙ୍କାର ପୁରସ୍କାର ରାଶି ଦିଆଯିବ ବୋଲି ଘୋଷଣା କରିଛି କମିଶନରେଟ୍‌ ପୋଲିସ । ଏଥିସହ ତାଙ୍କୁ ଖୋଜିବାକୁ ବିଭିନ୍ନ ଟିମ୍‌ ଲାଗିଛି। ଖୁବଶୀଘ୍ର ତାଙ୍କୁ ଉଦ୍ଧାର କରାଯିବ ବୋଲି ପୋଲିସ କହିଛି।

Advertisment

ତେବେ ଡ୍ୟୁଟିରେ ଥାଇ କୁଆଡେ ନିଖୋଜ ହୋଇଗଲେ ମହିଳା କନଷ୍ଟେବଳ। ତାଙ୍କୁ କେହି ଅପରଣ କରି ନେଇଛି ନା ସେ ନିଜ ଇଚ୍ଛାରେ କେଉଁ ଆଡେ ଚାଲି ଯାଇଛନ୍ତି। ତାକୁ ନେଇ ପ୍ରଶ୍ନ ଉଠିଛି।

Bhubaneswar Traffic Constable Missing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ