Advertisment

ପରିବା ହାଟରେ ଟମାଟୋ ଟେନସନ୍ !

ଟମାଟୋ କେଜି କେଉଁଠି ୮୦ ତ କେଉଁଠି ସେଞ୍ଚୁରୀ ପାର୍ । କିଲେ ସ୍ଥାନରେ ଅଢ଼େଇ ଶହ କିଣି କାମ ଚଳାଉଛନ୍ତି ଖାଉଟି ।

Tamato Price Hike

Tamato Price Hike

Advertisment

ଗରାଖ ମୁହଁରେ ଯେଉଁ କଥା...ବେପାରୀ ମୁହଁରେ ବି ସେହି କଥା । ଦରବୃଦ୍ଧିର ନିଆଁରେ ଜଳୁଥିବା ପରିବା ହାଟରେ ଟମାଟୋ ଦାମକୁ ନେଇ ବଢ଼ିଛି ଚର୍ଚ୍ଚା । ରାଜଧାନୀର ପରିବା ବଜାର ୧ ନମ୍ବର ହାଟର ପରିବା ବ୍ୟବସାୟୀ ଆଦିତ୍ୟ ପ୍ରଧାନଙ୍କ କହିବା କଥା ଗତକିଛି ଦିନ ହେଲାଣି, ଉପର ତଳ ହେଉଛି ଟମାଟୋ ଦର। କିଛିଦିନ ପୂର୍ବରୁ ଶହେ ଉପରେ ଥିଲା କିଲୋ। ଆଜି ୭୦କୁ ଖସିଛି ସତ, କିନ୍ତୁ ଆସନ୍ତାକାଲି କ’ଣ ହେବ ସେ କହିପାରୁନାହାଁନ୍ତି।

Advertisment

ରାଜଧାନୀରୁ ରାଜ୍ୟବ୍ୟାପି, ଛାନିଆଁ କରୁଛି ବିଲାତି ତଥା ଟମାଟୋର ଏଭଳି ଦାମ୍। ଯାଜପୁର ବ୍ୟାସନଗର ଅଞ୍ଚଳରେ ତ କିଲୋ ଶହେ ଟଙ୍କାରେ ବିକ୍ରି ହେଉଛି। ଖାଲି କ’ଣ ଯାଜପୁର, ରାଜ୍ୟର ଅନ୍ୟତମ ପରିବା ମଣ୍ଡି କୁହାଯାଉଥିବା କଟକର ଛତ୍ରବଜାରରେ ତ ରେକର୍ଡ ପରେ ରେକର୍ଡ କରୁଛି ଟମାଟୋ। ଗତ ୪/୫ ଦିନ ତଳେ ଯାହାର ଦର ୪୦ରୁ ୫୦ ଥିଲା, ଏବେ ୭୦ ରୁ ୮୦ ଟଙ୍କାରେ ବିକ୍ରି ହେଉଛି। ଏପରିକି କିଛି ସ୍ଥାନରେ ୧୦୦ ଟଙ୍କାରେ ବିକ୍ରି ହେଉଥିବାରୁ ସାଧାରଣ ଖାଉଟୀ, ଦୁଇ ଶହ-ଅଢ଼େଇ ଶହ ଗ୍ରାମ ନେଇ କାମ ଚଳାଉଛନ୍ତି।

ବ୍ୟବସାୟୀଙ୍କ କହିବା କଥା, ଏଭଳି ଦରବୃଦ୍ଧି ପଛର ମୁଖ୍ୟ କାରଣ ହେଉଛି, ଟମାଟୋ ପାଇଁ ଆମକୁ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼େ। ଏବେ ଓଡ଼ିଶାକୁ ମାଲ୍ କମ୍ ଆସୁଥିବାରୁ ଏଭଳି ଦାମ୍ ବଢୁଛି। ଛତ୍ରବଜାରକୁ ଦୈନିକ ପ୍ରାୟ ୪୦ ଟନ୍ ବିଲାତି ଆସେ। ଏବେ କିନ୍ତୁ ପ୍ରାୟ ୨୦ ଟନରେ ସୀମିତ ରହୁଛି। ଫଳରେ ଦର ବଢ଼ୁଥିବାରୁ କେବଳ ଯେ ଖାଉଟୀ, ତା’ନୁହେଁ । ବ୍ୟବସାୟୀ ବି ପ୍ରଭାବିତ। ତେଣୁ ଆବଶ୍ୟକ ପରିମାଣର ଶୀତଳ ଭଣ୍ଡାର ପାଇଁ ଦାବି ଉଠିଛି।

Advertisment

କେବଳ ଟମାଟୋ ନୁହଁ। ବାଇଗଣରୁ ବିନ୍ସ, ଭେଣ୍ଡିରୁ ଅମୃତଭଣ୍ଡା କିମ୍ବା କଲରାରୁ କୁନ୍ଦୁରି ଯାଏଁ, ଆକାଶଛୁଆଁ ଦାମ୍। ଖାଦ୍ୟ ଯୋଗାଣ ମନ୍ତ୍ରୀ କହିଛନ୍ତି, ପରିବା ଦର କିଭଳି ନିୟନ୍ତ୍ରଣକୁ ଆସିବ, ଏ ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାସ୍ତରରେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଏବେ ଶ୍ରାବଣ ମାସ। ଅଧିକାଂଶଙ୍କ ପସନ୍ଦ ନିରାମିଷ। ଏପରିକି ବର୍ଷା, ବନ୍ୟାର ସ୍ଥିତି ବି ଉପୁଜିଲାଣି। ଏଭଳି ସ୍ଥିତିରେ ଏବଠୁ ଦର ନିୟନ୍ତ୍ରଣ ନକଲେ ଅଣାୟତ୍ତ ହୋଇଯିବନି ତ ଟମାଟୋ ସହ ଅନ୍ୟ ପରିବା ଦର ?

Advertisment

Vegetable Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ