Advertisment

Ration Card: ଆଜି ତୁରନ୍ତ କରନ୍ତୁ ଏହି କାମ.. ନହେଲେ କଟିବ ରାସନ କାର୍ଡ

ରାସନ କାର୍ଡ e-KYC ପାଇଁ ଆଜି ପୁରୁଛି କଣ୍ଟ। ଡେଡଲାଇନର ଆଜି ଶେଷ ଦିନ। ଯେଉଁ ହିତାଧିକାରୀ e-KYC କରି ନାହାନ୍ତି, ଆଜି କରି ଦିଅନ୍ତୁ। ଆଉ ଯେଉଁମାନେ ନ କରିବେ, ତାକୁ ସରେଣ୍ଡର କରାଗଲା ବୋଲି ଧରି ନିଆଯିବ।

Ration card

Ration card

Advertisment

ରାସନ କାର୍ଡ e-KYC ପାଇଁ ଆଜି ପୁରୁଛି କଣ୍ଟ। ଡେଡଲାଇନର ଆଜି ଶେଷ ଦିନ। ଯେଉଁ ହିତାଧିକାରୀ e-KYC କରି ନାହାନ୍ତି, ଆଜି କରି ଦିଅନ୍ତୁ। ଆଉ ଯେଉଁମାନେ ନ କରିବେ, ତାକୁ ସରେଣ୍ଡର କରାଗଲା ବୋଲି ଧରି ନିଆଯିବ। ସେହି ଜାଗାରେ ନୂଆ ଲୋକଙ୍କୁ ଦିଆଯିବ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଜି ପରେ ଆଉ ବଢ଼ିବନି ସମୟସୀମା।

Advertisment

ରାଜ୍ୟରେ ଆହୁରି ଲକ୍ଷାଧିକ ହିତାଧିକାରୀ e-KYC କରିନଥିଲେ। ସେମାନଙ୍କ ମଧ୍ୟରୁ କିଛି ଡେଡାଲାଇନ୍ ବୃଦ୍ଧି ପାଇଁ ଲିଖିତ ଭାବେ ଜଣାଇବା ପରେ ସରକାର ଗତ ୩୦ ତାରିଖରେ ସମୟସୀମାକୁ ସଂପ୍ରସାରଣ କରିଥିଲେ। ରାଜ୍ୟରେ ଭୂତ ହିତାଧିକାରୀ ଚିହ୍ନଟ ଓ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ୍ କାର୍ଡ ଯୋଗାଇ ଦେବାର ଉଦ୍ଦେଶ୍ୟରେ ରାଜ୍ୟ ସରକାର ଗତ ଜୁନ୍ ମାସରୁ e-KYC ଅପଡେଟ୍ ପ୍ରକ୍ରିୟା ଆରମ୍ଭ କରିଥିଲେ। ଯାହାର ଡେଡଲାଇନ୍ ପ୍ରଥମେ ଡିସେମ୍ବର ୩୧, ଜାନୁଆରୀ ୧୫, ଜାନୁଆରୀ ୩୧ ପରେ ଫେବ୍ରୁଆରୀ ୧୫ ଯାଏଁ ଚତୁର୍ଥ ଥର ବୃଦ୍ଧି କରିଥିଲେ ସରକାର।

ରାସନ କାର୍ଡରେ ଅନେକ ସରକାରୀ ସୁବିଧା ମିଳୁଥିବା ବେଳେ କିଛି ଧନୀ ଶ୍ରେଣୀର ଲୋକେ ଚଞ୍ଚକତା କରି ରାସନକାର୍ଡ ହାତେଇଛନ୍ତି। ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ନଫେରାଇଲେ କାର୍ଯ୍ୟାନୁଷ୍ଠାନ ହେବ। ରାଜ୍ୟରେ ପ୍ରାୟ ୮ ଲକ୍ଷ ଆୟକର ଦେଉଥିବା ଲୋକ କାର୍ଡ ନେଇଥିବା ଜଣାପଡ଼ିଛି। ଚାକିରି କରିଥିବା ବା ଆୟକର ଦେଉଥିବା ୧୨ ହଜାରରୁ ଅଧିକ ଅଯୋଗ୍ୟ ରାସନ କାର୍ଡ ଫେରାଇ ସାରିଲେଣି ।

Advertisment

ଅଧିକ ପଢନ୍ତୁ: ସାବଧାନ ! E-Kyc ଅପ୍‌ଡେଟ୍‌ ନଥିଲେ ସରକାର କାଟିବେ ରାସନ କାର୍ଡ।

BJP Ration Card
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ