Advertisment

Big News : ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

ଲାଞ୍ଚ ମାମଲାରେ ICICI ବ୍ୟାଙ୍କ ପୂର୍ବତନ CEO ଚନ୍ଦା କୋଚର ଦୋଷୀ ସାବ୍ୟସ୍ତ । SAFEMA ଟ୍ରିବ୍ୟୁନାଲରେ ଚନ୍ଦାଙ୍କ ଆବେଦନ ଖାରଜ । ଭିଡିଓକନକୁ ୩୦୦ କୋଟିର ଋଣ ଦେବା ପାଇଁ ଲାଞ୍ଚ ନେଇଥିଲେ ଚନ୍ଦା ।

news

news

Advertisment

-ଲାଞ୍ଚ ମାମଲାରେ ICICI ବ୍ୟାଙ୍କ ପୂର୍ବତନ CEO ଚନ୍ଦା କୋଚର ଦୋଷୀ ସାବ୍ୟସ୍ତ । SAFEMA ଟ୍ରିବ୍ୟୁନାଲରେ ଚନ୍ଦାଙ୍କ ଆବେଦନ ଖାରଜ । ଭିଡିଓକନକୁ ୩୦୦ କୋଟିର ଋଣ ଦେବା ପାଇଁ ଲାଞ୍ଚ ନେଇଥିଲେ ଚନ୍ଦା । ଭିଡିଓକନ ଗ୍ରୁପରୁ ନେଇଥିଲେ ୬୪ କୋଟି ଟଙ୍କାର ଲାଞ୍ଚ । ସ୍ବାମୀଙ୍କ କମ୍ପାନୀ ‘ନୁ ପାୱାର’ ଜରିଆରେ ହୋଇଥିଲା ଅର୍ଥ ଦେଣନେଣ ।

Advertisment

-କୁବେର DFO ନିତ୍ୟାନନ୍ଦ ନାୟକ ଗିରଫ । କେନ୍ଦୁଝର କେନ୍ଦୁପତ୍ର ଡିଭିଜନ DFO ନିତ୍ୟାନନ୍ଦ ଗିରଫ । ଆୟ ଠାରୁ ୨୧୮% ଅଧିକ ସମ୍ପତ୍ତି ଠୁଳ ଅଭିଯୋଗ । ନିଜ ଓ ପରିବାର ନାଁରେ ମୋଟ ୧୨୩ ପ୍ଲଟ ଠାବ । ୯ ହଜାର ବର୍ଗଫୁଟର ବହୁତଳ କୋଠା, ୨ ଫାର୍ମ ହାଉସ ମିଳିଛି । ୧୦.୨୫ ଲକ୍ଷର କ୍ୟାସ୍‌, ୫୦.୩୮ ଲକ୍ଷର ବ୍ୟାଙ୍କ ଜମା । ୨ଟି ଚାରିଚକିଆ ଓ ୨୦୦ ଗ୍ରାମ ସୁନା ଠାବ

-ବ୍ରହ୍ମପୁରରେ ଘରୋଇ ସ୍କୁଲର ସଂସ୍କୃତ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ । ଇନଷ୍ଟାରେ ବନ୍ଧୁ ସାଜିଥିବା ଯୁବକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ । ଏକ କାମରେ ବ୍ରହ୍ମପୁର ନେଇ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ । ବୈଦ୍ୟନାଥପୁର ଥାନା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା

Advertisment

-ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ସହଯୋଗୀ ଗିରଫ । ଉଦିତ ପ୍ରଧାନଙ୍କ ଅନ୍ୟତମ ସହଯୋଗୀ ଆୟୁଷ୍ମାନ ସାହୁ ଗିରଫ । କାଲି ଭିଡିଓ କରି ଉଦିତ୍‌ଙ୍କ ଦୋଷ ନଥିବା କହିଥିଲେ ଆୟୁଷ୍ମାନ । ଦୁଷ୍କର୍ମ ମାମଲାକୁ ଗଣଦୁଷ୍କର୍ମ ମାମଲାରେ ପରିବର୍ତ୍ତନ କଲା ପୋଲିସ । ଆୟୁଷ୍ମାନଙ୍କ ବିରୋଧରେ ପୀଡ଼ିତା ବୟାନ ଦେଇଥିବା ପୋଲିସର ସୂଚନା

-ଲ୍ୟାଣ୍ଡିଂ ବେଳେ ଏୟାର ଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ । ସୋମବାର ଦିଲ୍ଲୀ ବିମାନ ବନ୍ଦରରେ ଲ୍ୟାଣ୍ଡିଂ ବେଳେ ଅଗ୍ନିକାଣ୍ଡ । ହଂକଂରୁ ଆସୁଥିଲା ବିମାନ, ସମସ୍ତ ଯାତ୍ରୀ ଓ କ୍ରିଉ ମେମ୍ବର ସୁରକ୍ଷିତ । ତେବେ ବିମାନର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ସୂଚନା

Advertisment

-ଢେଙ୍କାନାଳରେ ଗାଁରେ ପହଞ୍ଚିଲା ଡାକ୍ତରୀ ଛାତ୍ର ଯାଦବେନ୍ଦ୍ର ସାହୁଙ୍କ ମରଶରୀର । ଗଁଦିଆ ଥାନା ବୈଦ୍ୟକାଟେଣୀ ଗାଁରେ ଶୋକାକୁଳ ପରିବେଶ । ପାଟ୍‌ନା ଏମ୍‌ସର ପ୍ରଥମ ବର୍ଷ ପିଜି ଛାତ୍ର ଥିଲେ ଯାଦବେନ୍ଦ୍ର ସାହୁ । ପୁଅକୁ ମାରି ଦିଆଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ ।

-ରାଜଭବନ ଯାଇ ରାଜ୍ୟପାଳଙ୍କୁ ଭେଟିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଆଜି ରାଜ୍ୟପାଳ ରାଜସ୍ବ ମନ୍ତ୍ରୀଙ୍କ ବାସଭବନକୁ ଯିବାର କାର୍ଯ୍ୟକ୍ରମ ଥିଲା । ବ୍ୟକ୍ତିଗତ କାର୍ଯ୍ୟରେ ବାହାରକୁ ଯିବାର ଥିବାରୁ ଆଗୁଆ ଭେଟିଲେ ରାଜସ୍ବ ମନ୍ତ୍ରୀ

-ବଲାଙ୍ଗିର ବେଲପଡ଼ାର ରାଇସ୍‌ ମିଲ୍‌ ମାଲିକଙ୍କ ପୁଣି ଜୀବନ ହାରିବା ଧମକ । ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଜୀବନ ହାରିବା ଧମକ । ବାରମ୍ବାର ଦାବି ସତ୍ତ୍ବେ ଯୋଗାଣ ବିଭାଗର ବକେୟା ଟଙ୍କା ମିଳୁ ନଥିବା ଅଭିଯୋଗ ।

-ସୋରର ତଳନଗର କଲେଜ ଅଧ୍ୟକ୍ଷଙ୍କ ବାଇକ୍‌ ଡିକିରୁ ୨.୫୫ ଲକ୍ଷ ଟଙ୍କା ଲୁଟ୍ । ଜାମୁଝାରି SBIରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଲୁଟ୍‌ ହୋଇଥିବା ସୂଚନା । ବାଟରେ ଅଟକି ଦୋକାନରୁ ଚା' ପିଉଥିବା ବେଳେ ଦୁର୍ବୃତ୍ତଙ୍କ ଦ୍ବାରା ଲୁଟ୍

-ଭୁବନେଶ୍ବରରେ ଡାକ୍ତରଙ୍କ ବିରୋଧରେ ଷ୍ଟାଫ ନର୍ସଙ୍କ ନିର୍ଯାତନା ଅଭିଯୋଗ । ଏକ ଘରୋଇ ମେଡିକାଲ୍‌ କଲେଜର ପ୍ରଫେସରଙ୍କ ନାଁରେ ଅଭିଯୋଗ । ସବୁ ଫୋରମ୍‌ରେ ଅଭିଯୋଗ ଆଣି ନିରାଶ ପରେ ମଞ୍ଚେଶ୍ବର ଥାନାରେ ଅଭିଯୋଗ । ଦେଢ଼ ବର୍ଷ ହେଲା ମାନସିକ ଓ ଶାରୀରିକ ନିର୍ଯାତନା ନେଇ ଅଭିଯୋଗ । ନେଇ ସମ୍ପୃକ୍ତ ମେଡିକାଲ୍‌ କଲେଜ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି

India News Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ