Big News
- ଜଗତସିଂହପୁର ସ୍ୱାମୀ ଅରୂପାନନ୍ଦ କଲେଜ ଅଧ୍ୟକ୍ଷ, ଅଧ୍ୟାପକ ନିଲମ୍ବିତ । ଅଧ୍ୟକ୍ଷ ରମେଶ ସାହୁ, ଗଣିତ ଅଧ୍ୟାପକ ଶାଶ୍ୱତ ମହାନ୍ତି ଚାକିରିରୁ ନିଲମ୍ବିତ । ଛାତ୍ରୀ ନିର୍ଯାତନା ଘଟଣାରେ ଜିଲ୍ଲାପାଳଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ।
-କଲେଜର ଜଣେ ଅଧ୍ୟାପକଙ୍କ ନାଁରେ ଛାତ୍ରୀ ଆଣିଥିଲେ ଅଭିଯୋଗ । ଅଧ୍ୟକ୍ଷଙ୍କ କାରଣ ଦର୍ଶାଅ ରିପୋର୍ଟ ସନ୍ତୋଷଜନକ ନଥିବାରୁ ପଦକ୍ଷେପ । ଉପଜିଲ୍ଲାପାଳଙ୍କ ଜରିଆରେ ନିର୍ଦ୍ଦେଶନାମା ଜାରି ହୋଇଛି ।
- ରାଉରକେଲା କୋଏଲ ନଦୀରେ ବୁଡ଼ି ନବମ ଶ୍ରେଣୀ ଛାତ୍ରୀ ନିଖୋଜ । ସେକ୍ଟର ୧୫ ଥାନା ତୁମକେଲା ଘାଟ ନିକଟରେ ଅଘଟଣ । ଘାଟ ନିକଟରେ ଛାତ୍ରୀଙ୍କ ସାଇକେଲ୍, ଚପଲ ପଡ଼ିରହିଛି । ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି
- ବ୍ରହ୍ମପୁରରେ ରନ୍ଧନ ଗ୍ୟାସ୍ ନିଆଁରେ ଜିଅନ୍ତା ଜଳିଗଲେ ମହିଳା । ବୈଦ୍ୟନାଥପୁର ଥାନା ନୀଳାଞ୍ଚଳନଗର ଅଞ୍ଚଳରେ ଅଘଟଣ । ଘର ବି ଜଳି ଯାଇଛି, କିପରି ଗ୍ୟାସ୍ ଲିକ୍ ହେଲା ସ୍ପଷ୍ଟ ହୋଇନି
- ଦିଲ୍ଲୀରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଲେ ବିଜେପିର ୭ ସାଂସଦ । ଆଜି ପୀଡ଼ିତାଙ୍କ ସ୍କିନ୍ ଟ୍ରାନ୍ସପ୍ଲାଣ୍ଟ ହୋଇଥିବା କହିଲେ ବିଭୁ ତରାଇ । ପୀଡ଼ିତା ଭଲ ଅଛନ୍ତି, ଲଗାତାର ଚିକିତ୍ସା ଜାରି ରହିଛି- ବିଭୁ ତରାଇ ।
- ବାରିପଦାରେ ଦିନ ଦ୍ୱିପ୍ରହରେ ଘରେ ପଶି ମା’ ଝିଅଙ୍କୁ ଛୁରିରେ ଆକ୍ରମଣ । ଦୁର୍ବୃତ୍ତଙ୍କ ସହ ମା’ ଝିଅଙ୍କ ଧସ୍ତାଧସ୍ତି, ଖସି ପଳାଇଲେ ଦୁର୍ବୃତ୍ତ । ସହରର ମୁରୁଗାବାଡ଼ି ଅଞ୍ଚଳରେ ଜଣଙ୍କ ଘର ଭିତରକୁ ପଶିଥିଲେ ଦୁର୍ବୃତ୍ତ । ମୁହଁରେ ଗାମୁଛା ବାନ୍ଧି ହାତରେ ଛୁରି ଧରି ପଶିଥିଲେ ।
- ରାସ୍ତାଘାଟରେ ପ୍ଲାଷ୍ଟିକ୍ ବୋତଲରେ ପେଟ୍ରୋଲ ବିକିଲେ କାର୍ଯ୍ୟାନୁଷ୍ଠାନ । ପେଟ୍ରୋଲ ପମ୍ପ୍ ସଂଘ ସହ ବୈଠକରେ ପରେ ଯୋଗାଣ ମନ୍ତ୍ରୀଙ୍କ ସୂଚନା । ବାହାରେ ବିକ୍ରି ହେଲେ ଚଢ଼ାଉ କରି କାର୍ଯ୍ୟାନୁଷ୍ଠାନ ହେବ ।
- କେନ୍ଦ୍ରାପଡ଼ାରେ ମେଡିକାଲ୍ କଲେଜ ପ୍ରତିଷ୍ଠା ହେବ କହିଲେ ସ୍ବାସ୍ଥ୍ୟ ମନ୍ତ୍ରୀ । ସରକାରୀ କାର୍ଯ୍ୟର ସମୀକ୍ଷା ବେଳେ କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ‘ସରକାରଙ୍କ ଟପ୍-୨୧ ଏଜେଣ୍ଡା ଭିତରେ ଏହା ସ୍ଥାନ ପାଇ ସାରିଛି’ ।
- ପୁରୀ ବଳଙ୍ଗାରେ ସ୍ପେଶାଲ୍ ବ୍ରାଞ୍ଚ ଆଇଜିଙ୍କ ସମେତ ୧୦ ଜଣିଆ ଟିମ୍ । ଘଟଣାସ୍ଥଳକୁ ଯାଇ ୧୦ ଜଣିଆ ଟିମ୍ର ସ୍ଥିତି ଅନୁଧ୍ୟାନ ।
-ବାୟାବର ନିକଟ ଭାର୍ଗବୀ ନଦୀବନ୍ଧ ତଳେ ଯାଇ ସ୍ଥିତି ଅନୁଧ୍ୟାନ । ବଳଙ୍ଗା ଥାନାକୁ ଗଲେ ଓ ପୀଡ଼ିତାକୁ ଉଦ୍ଧାର କରିଥିବା ବ୍ୟକ୍ତିଙ୍କୁ ଭେଟିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Big_News_1753107024.jpg)