Advertisment

Big News: ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

ବାଲେଶ୍ୱର ଘଟଣାରେ ପୀଡ଼ିତା ଛାତ୍ରୀଙ୍କ ମାଆଙ୍କ ସାଙ୍ଘାତିକ ଅଭିଯୋଗ । କହିଲେ ସିସିଟିଭିରେ ଦେଖିଲୁ ନିଆଁ ଜଳୁଛି, ଛୁଆ ମୋର ଦୌଡ଼ି ଦୌଡ଼ି ଆସିଲା । ତେଣୁ ମୁଁ ଭାବୁଛି ସାର୍‌ ନିଆଁ ଲଗାଇ ଦେଇଛନ୍ତି ।

ଅଦ୍ୟତନ ହୋଇଛି
Big News

Big News

Advertisment

-ଏମ୍‌ସରେ ଚିକିତ୍ସାଧୀନ ବାଲେଶ୍ବର ଛାତ୍ରୀଙ୍କ ଅବସ୍ଥା ବହୁତ ଜଟିଳ । ସୂଚନା ଦେଲେ ଏମ୍‌ସ ବର୍ଣ୍ଣ ସେଣ୍ଟର ମୁଖ୍ୟ ସଞ୍ଜୟ ଗିରି । '୯୫% ପୋଡ଼ିଯାଇଛି, ଅବସ୍ଥା ବହୁତ ଜଟିଳ ଅଛି' ।

Advertisment

- ବାଲେଶ୍ୱର ଘଟଣାରେ ପୀଡ଼ିତା ଛାତ୍ରୀଙ୍କ ମାଆଙ୍କ ସାଙ୍ଘାତିକ ଅଭିଯୋଗ । କହିଲେ ସିସିଟିଭିରେ ଦେଖିଲୁ ନିଆଁ ଜଳୁଛି, ଛୁଆ ମୋର ଦୌଡ଼ି ଦୌଡ଼ି ଆସିଲା । ତେଣୁ ମୁଁ ଭାବୁଛି ସାର୍‌ ନିଆଁ ଲଗାଇ ଦେଇଛନ୍ତି ।

- ସଂରକ୍ଷିତ ଜଙ୍ଗଲରୁ ଗଳିତ ହାତୀର ମୃତଦେହ ଉଦ୍ଧାର । ସିରିଆବାହାଳ କଳାପୋଖରୀ ସଲେଇକେନା ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର ହୋଇଛି ।

Advertisment

-ହାତୀର ବୟସ ପ୍ରାୟ ୧୦ ବର୍ଷ। ୪/୫ ଦିନ ତଳୁ ମୃତ୍ୟୁ ହୋଇଥିବା ଅନୁମାନ । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ, ବନବିଭାଗର ତଦନ୍ତ ଜାରି ।

- ଆମ ବସ୍ ଧକ୍କାରେ ବାଇକ୍ ଆରୋହୀ ଯୁବକ ମୃତ । ବାରଙ୍ଗ ବ୍ଲକ ଛକ ନିକଟରେ ଯୁବକଙ୍କୁ ଚାପିଦେଲା ଆମ ବସ୍ । ଭୁବନେଶ୍ୱରରୁ କଟକ ଆସୁଥିଲା ଆମ ବସ୍, ପଛରୁ ଧକ୍କା ଦେଲା ।

Advertisment

- ଓଡ଼ିଶା ହାଇକୋର୍ଟକୁ ବଦଳି ହେଲେ ଗୌହାଟୀ ହାଇକୋର୍ଟ ବିଚାରପତି । ଜଷ୍ଟିସ୍ ମାନସ ରଞ୍ଜନ ପାଠକଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି । ଏନେଇ ଆଇନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ।

- ପୁଣି ବରଗଡ଼ ଜିଲ୍ଲାକୁ ଫେରିଲା ସ୍କ୍ରବ ଟାଇଫସ୍ । ଗାଇସିଲେଟ ଅଞ୍ଚଳର ୨୫ ବର୍ଷୀୟା ଯୁବତୀଙ୍କ ରକ୍ତ ନମୁନାରୁ ମିଳିଲା । ରକ୍ତ ନମୁନା ପଜିଟିଭ୍ ନେଇ ପଦମପୁର SDMOଙ୍କ ସୂଚନା । ଯୁବତୀ ସୁସ୍ଥ ଥିବା ସୂଚନା, ତଥାପି ଲୋକେ ଆତଙ୍କିତ ।

- ଭୁବନେଶ୍ୱର ଏମ୍‌ସ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ସମ୍ବୋଧନ । ଡିଗ୍ରୀପ୍ରାପ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଉଛି । ପୁଅଙ୍କ ତୁଳନାରେ ଅଧିକ ଝିଅ ସ୍ୱର୍ଣ୍ଣ ପଦକ ପାଇଥିବାରୁ ଆହୁରି ଖୁସି । ମା, ଭଉଣୀ ହେଉଛନ୍ତି ସେବାର ପ୍ରତୀକ । ଝିଅମାନେ ଅଧିକରୁ ଅଧିକ ଡାକ୍ତର ହେଲେ ସେବା କାର୍ଯ୍ୟ ଜୋରଦାର ହେବ

- ଗୁଣାତ୍ମକ ଚିକିତ୍ସା ଯୋଗୁଁ ଦେଶ ବାହାରୁ ଚିକିତ୍ସା ପାଇଁ ଏମ୍‌ସ ଆସୁଛନ୍ତି ରୋଗୀ । ଗତ ୧୦ ବର୍ଷରେ ୧୦ ଲକ୍ଷ ଲୋକ ଏମ୍‌ସରେ ଚିକିତ୍ସିତ ହୋଇଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି ।

-ରାଜ୍ୟରେ କଙ୍ଗାରୁ କୋର୍ଟ ନେଇ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା । ଯୁବକଯୁବତୀଙ୍କୁ କଙ୍ଗାରୁକୋର୍ଟକୁ ଟାଣିବା ଅତ୍ୟନ୍ତ ଅନୈତିକ କାମ । ଏହା ଏକ ଘୃଣ୍ୟ ପ୍ରଥା, ଆଇନ ହାତକୁ ନେଲେ ଦଣ୍ଡିତ ହେବେ ।କଙ୍ଗାରୁକୋର୍ଟରେ ନିର୍ଯାତନା ନେଇ ସରକାରଙ୍କ ସ୍ପଷ୍ଟ ଆଇନ୍ ଅଛି ।

India News Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ