Advertisment

Big News : ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

ରାଜ୍ୟ କ୍ୟାବିନେଟ୍‌ରେ ୧୧ଟି ବିଭାଗର ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ । କ୍ୟାବିନେଟ୍‌ ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ।

Big News

Big News

Advertisment

-ବାଲେଶ୍ବର FM ଛାତ୍ରୀ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ । DSP ଇମନ କଲ୍ୟାଣ ନାୟକଙ୍କୁ ତଦନ୍ତ ଦାୟିତ୍ବ । ତଦନ୍ତ ଦାୟିତ୍ବ ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର । ତଦନ୍ତ ଅଧିକାରୀଙ୍କୁ ସହଯୋଗ କରିବେ ଇନ୍ସପେକ୍ଟର ପାଞ୍ଚାଳି ରାଉତ

Advertisment

-ବାଲେଶ୍ବର FM ଛାତ୍ରୀ ମୃତ୍ୟୁ ଘଟଣାରେ ଭୋଗରାଇ ଥାନାରେ ଏତଲା । ଏତଲା କଲେ ମୃତ ଛାତ୍ରୀଙ୍କ ଭାଇ, ସୋସିଆଲ ମିଡିଆରେ ଅପପ୍ରଚାର ଅଭିଯୋଗ । ରାଜନୈତିକ ସ୍ବାର୍ଥ ସାଧନ ପାଇଁ ହୀନ ଉଦ୍ୟମ ଚାଲିଛି ବୋଲି ଲେଖିଲେ ।

-୪ ଜଣଙ୍କ ନାଁ ନେବା ସହ ଆଉ କିଛି ସମ୍ପୃକ୍ତ ବୋଲି ଏତଲାରେ ଦର୍ଶାଇଲେ । ସରକାରଙ୍କ ସହ ଡିଲ୍‌ କରି ଟଙ୍କା ନେଇ ମୁଣ୍ଡ ବିକ୍ରି ଅପପ୍ରଚାର କରୁଛନ୍ତି । ମୃତ ଭଉଣୀଙ୍କ ଚରିତ୍ରକୁ ନେଇ ନାନା କୁତ୍ସାରଟନା କରାଯାଉଛି । କାର୍ଯ୍ୟାନୁଷ୍ଠାନ ଦାବି ସହ ସୁରକ୍ଷା ନ ମିଳିଲେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବୁ କହିଲେ ।

Advertisment

-ରାଜ୍ୟ କ୍ୟାବିନେଟ୍‌ରେ ୧୧ଟି ବିଭାଗର ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ । କ୍ୟାବିନେଟ୍‌ ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ।

-ମୟୂରଭଞ୍ଜର ରାଇରଙ୍ଗପୁରରେ ଏକ ନୂତନ ପୋଲିସ ଜିଲ୍ଲା ଖୋଲିବ । ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମକୁ ଅନୁମୋଦନ । ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ ପାଇଁ ସୃଷ୍ଟି ହେବ ୪,୧୯୫ ପୋଷ୍ଟ

Advertisment

-ସାପ କାମୁଡ଼ାରେ ସ୍ବାମୀ, ସ୍ତ୍ରୀ ମୃତ । ମୃତ ଦମ୍ପତି ନିଶ୍ଚିନ୍ତକୋଇଲି ଥାନା ପୁରୁଣାପାଣି ଗାଁର । କଟକ ଏସ୍‌ସିବିରେ ଭର୍ତ୍ତି ହୋଇଥିଲେ, ମୃତ ଘୋଷଣା କଲେ ଡାକ୍ତର

-ଆସନ୍ତାକାଲି ସାରା ରାଜ୍ୟରେ ପେଟ୍ରୋଲ ପମ୍ପ ବନ୍ଦ ରହିବ । ପେଟ୍ରୋଲ ଡିଲର ଆସୋସିଏସନ ସଭାପତି ଶଶାଙ୍କ ଶେଖର ସାହୁଙ୍କ ସୂଚନା । ସୁରକ୍ଷା ଦୃଷ୍ଟିରୁ ସକାଳ ୬ରୁ ବନ୍ଦ, ସନ୍ଧ୍ୟା ୬ ପରେ ଖୋଲିବ ।

-କାଲି ସାଢ଼େ ୪ ଘଣ୍ଟା ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ । ସନ୍ଧ୍ୟା ସାଢ଼େ ୬ରୁ ରାତି ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରାବଣ କୃଷ୍ଣ ସପ୍ତମୀ ତିଥି ଥିବାରୁ ଶ୍ରୀବିଗ୍ରହଙ୍କ ବନକଲାଗି ଅନୁଷ୍ଠିତ ହେବ

-ସ୍ନାତକ ପାଠ୍ୟକ୍ରମ ସ୍ପଟ୍‌ ନାମଲେଖା ଅବଧି ବଢ଼ିଲା । ଆଜି ସରୁଥିଲା ଅବଧି, ଜୁଲାଇ ୧୯ ତାରିଖକୁ ବଢ଼ିଲା । ଏନେଇ SAMSକୁ ପ୍ରକ୍ରିୟା ବର୍ଦ୍ଧିତ ସମୟରେ ସାରିବାକୁ ନିର୍ଦ୍ଦେଶ । ପ୍ରେସ୍‌ ରିଲିଜ ଜରିଆରେ ସୂଚନା ଜାରି କଲା ଉଚ୍ଚ ଶିକ୍ଷା ବିଭାଗ

-ରାଜଘାଟ ଠାରେ ସତର୍କ ସଂକେତ ଟପିଲା ସୁବର୍ଣ୍ଣରେଖା । ସତର୍କ ସଂକେତ ୯.୪୫ ମି., ଜଳସ୍ତର ୧୦.୧୫ ମି. । ରାଜଘାଟରେ ବିପଦ ସଂକେତ ହେଉଛି ୧୦.୩୬ ମି.

India News Odisha News Odisha Latest News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ