Advertisment

Big News: ପଢ଼ନ୍ତୁ ଆଜିର ବଡ଼ ଖବର

ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କଲେ ଅର୍ଚ୍ଚନା ନାଗ । ପୂର୍ବରୁ ହୋଇଥିବା ଗିରଫଦାରୀକୁ ବିରୋଧ କରି ନ୍ୟାୟ ପାଇଁ ଗୁହାରି କଲେ । କହିଲେ ମୋ ସହ ଅନ୍ୟାୟ ହୋଇଛି, ମୋ ନାଁରେ ମିଛ ଅଭିଯୋଗ ଅଣାଯାଇଥିଲା ।

Big News

Big News

Advertisment

-ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବ ସବୁ ଘରୋଇ ବସ୍ । ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା । ଡ୍ରାଇଭର୍ ମହାସଂଘର ଆନ୍ଦୋଳନ ଯୋଗୁ ବନ୍ଦ ଥିଲା ବସ୍ ଚଳାଚଳ

Advertisment

-ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କଲେ ଅର୍ଚ୍ଚନା ନାଗ । ପୂର୍ବରୁ ହୋଇଥିବା ଗିରଫଦାରୀକୁ ବିରୋଧ କରି ନ୍ୟାୟ ପାଇଁ ଗୁହାରି କଲେ । କହିଲେ ମୋ ସହ ଅନ୍ୟାୟ ହୋଇଛି, ମୋ ନାଁରେ ମିଛ ଅଭିଯୋଗ ଅଣାଯାଇଥିଲା । ପୂର୍ବ ସରକାର ସହ ପୋଲିସ ମିଶି ମୋ ନାଁରେ ମିଛ ଅଭିଯୋଗ କରିଥିଲେ । ଯାହା ଆଜି ପର୍ଯ୍ୟନ୍ତ ପ୍ରମାଣ କରାଯାଇ ନାହିଁ ।

-କଟକ ନିର୍ଗୁଣ୍ଡିରେ ହେବ ରେଲୱେ ଫ୍ଲାଏଓଭର । ଏନେଇ ରେଲୱେ ମନ୍ତ୍ରାଳୟ ପକ୍ଷରୁ ମିଳିଲା ମଞ୍ଜୁରୀ । କଟକ-ନିର୍ଗୁଣ୍ଡି ଚତୁର୍ଥ ରେଲୱେ ଲାଇନ୍‌କୁ ମଧ୍ୟ ମଞ୍ଜୁରୀ । ଏଥିପାଇଁ ମୋଟ୍ ଖର୍ଚ୍ଚ ହେବ ୮୦୨.୯ କୋଟି ଟଙ୍କା । ପ୍ରକଳ୍ପର ଅଂଶ ଭାବେ ମହାନଦୀ ଓ ବିରୂପାରେ ୨ଟି ସେତୁ ନିର୍ମାଣ ହେବ ।

Advertisment

-ସୁବର୍ଣ୍ଣପୁରରେ ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା ଘଟଣାରେ ୩ ଅଟକ । ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା । କାଲି ରାମପୁର ଥାନା ଗଜବନ୍ଧ ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା କରାଯାଇଥିଲା । ଜମି ବିବାଦରୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିଲା

-ଇଡି ସ୍କାନରରେ ରାଜା ଚକ୍ରଙ୍କ ମାଇନିଂ, ମଦ ଓ ପରିବହନ ବ୍ୟବସାୟ । କାଲି କେନ୍ଦୁଝର ଓ ଭୁବନେଶ୍ବରରେ ଇଡି ରେଡ୍‌ରୁ ମିଳିଲା ସାଙ୍ଘାତିକ ତଥ୍ୟ । ନକଲି କାଗଜପତ୍ର ଦେଖାଇ କୋଟି କୋଟି ଟଙ୍କାର ହୋଇଛି ହେରଫେର୍‌ । ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସୀରେ କୋଟି କୋଟି ଟଙ୍କାର ଅନିୟମିତତା । ଅଫିସ୍ ବିଅରର୍ ନଥିଲେ ବି ସୋସାଇଟିକୁ ନିଜ ନିୟନ୍ତ୍ରଣରେ ରଖିଥିଲେ ରାଜା ଚକ୍ର ।

Advertisment

-ରାଜାଙ୍କ ୭୦ରୁ ଊର୍ଦ୍ଧ୍ବ ଗାଡ଼ି, ଅଧିକାଂଶ ଗାଡ଼ିର ଶେଷ ରେଜିଷ୍ଟ୍ରେସନ ନମ୍ବର ୨୧ । ସ୍ତ୍ରୀ ନାଁରେ ଲାଇସେନ୍ସ ଖୋଲି ମଦ ବ୍ୟବସାୟୀ ଚଳାଇଥିଲେ ରାଜା ଚକ୍ର । ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ସହ ଡିଜିଟାଲ୍ ଡିଭାଇସ୍ ଜବତ କରିଛି ଇଡି ।

-କଂଗ୍ରେସରେ ଗୋଷ୍ଠୀ କନ୍ଦଳକୁ ନେଇ ଖପ୍ପା ହାଇକମାଣ୍ଡ୍ । PAC ବୈଠକରେ ଏକାଠି ରହିବା ଉପରେ ଖଡ୍‌ଗେ, ରାହୁଲଙ୍କ ଗୁରୁମନ୍ତ୍ର । ଓଡ଼ିଶାରେ କଂଗ୍ରେସ ହିଁ କଂଗ୍ରେସକୁ ହରାଉଥିବା ଦିଲ୍ଲୀରେ ଶୁଣୁଛୁ କହିଲେ ଖଡ୍‌ଗେ । ଯେଉଁ ପର୍ଯ୍ୟନ୍ତ ନେତାମାନେ ଏକାଠି ହେବେନି ଦଳ ରିଭାଇଭ୍ କରିପାରିବନି । ମତ ଯାହା ଥାଉ ସମସ୍ତଙ୍କୁ ମିଶିକି କାମ କରିବାକୁ କହିଲେ ରାହୁଲ ।

-କଂଗ୍ରେସକୁ ତୀବ୍ର ସମାଲୋଚନା କଲେ ମନମୋହନ ସାମଲ । ଓଡ଼ିଶାରେ କଂଗ୍ରେସର କୌଣସି ସ୍ଥାନ ନାହିଁ କହିଲେ ମନମୋହନ । ସୁଯୋଗ ମିଳିଲେ ବି କଂଗ୍ରେସ କ୍ଷମତାକୁ ଆସି ପାରିବନି । ୧୯ ବର୍ଷ ବିରୋଧୀ ଆସନରେ ବସିବା ପରେ ବି କ୍ଷମତାକୁ ଆସି ପାରିଲେନି । ଆଜି ସେମାନେ ତୃତୀୟରୁ କିପରି ଏକ ନମ୍ବରକୁ ଯିବେ-ମନମୋହନ ।

-୫ ଲୁଟେରାଙ୍କୁ ଗିରଫ କଲା ବଡ଼ବିଲ ପୋଲିସ। ଆନ୍ତଃରାଜ୍ୟ ଛିନତାଇ ଓ ଲୁଟେରା ଗ୍ୟାଙ୍ଗର ୫ ଗିରଫ । ଝାଡଖଣ୍ଡରୁ ଗିରଫ ହେଲେ ସମସ୍ତ ୫ ଅଭିଯୁକ୍ତ । ଅଭିଯୁକ୍ତଙ୍କ ନିକଟରୁ ୨୯ ଗ୍ରାମ ସୁନା, ୩୬୮୧ ଗ୍ରାମ୍ ରୁପା ଜବତ । ବଡ଼ବିଲ, ଯୋଡ଼ା ଓ ଚମ୍ପୁଆରେ ବିଭିନ୍ନ ଛିନ୍‌ତାଇ ଘଟଣାରେ ସଂପୃକ୍ତ ଥିଲେ।

-ସମ୍ବିଧାନ ବଞ୍ଚାଅ ସମାବେଶରେ ମଲିକାର୍ଜୁନ ଖଡ୍‌ଗେଙ୍କ ସମ୍ବୋଧନ । ଓଡ଼ିଶାରେ ଯାହା ବି କିଛି ପ୍ରତିଷ୍ଠା ହୋଇଛି କଂଗ୍ରେସ ପାଇଁ । ଭୁବନେଶ୍ୱରରେ ଏମ୍ସ ଓ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଫିଜିକ୍ସ କଂଗ୍ରେସ କରିଛି । ବିଜେପିର ଅବଦାନ ଜିରୋ, ଏମାନେ ଏଠାରେ କିଛି କାମ କରିନାହାନ୍ତି

India News Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ