big news
-IPS ସ୍ତରରେ ଅଦଳ ବଦଳ କଲେ ରାଜ୍ୟ ସରକାର । ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍ । ଅଖିଳେଶ୍ବର ସିଂ ହେଲେ ସ୍ବତନ୍ତ୍ର ଗୁଇନ୍ଦା ଶାଖା DIG । କେଭି ସିଂ ହେଲେ ଦକ୍ଷିଣ-ପଶ୍ଚିମାଞ୍ଚଳ DIG ।
-IAS ଧୀମାନ ଚକ୍ମାଙ୍କ ଜାମିନ ଆବେଦନ ମାମଲା । ଭିଜିଲାନ୍ସ ପକ୍ଷରୁ ହାଇକୋର୍ଟରେ କେସ୍ ଡାଏରୀ ଓ ରେକର୍ଡ ପତ୍ର ଦାଖଲ । ଆସନ୍ତା ସପ୍ତାହକୁ ଶୁଣାଣି ଘୁଞ୍ଚାଇଲେ ହାଇକୋର୍ଟ । ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଜେଲ୍ରେ ଅଛନ୍ତି ଧୀମାନ ।
-ଭିଜିଲାନ୍ସ ଜାଲରେ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡା । ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ । ଭୁବନେଶ୍ବର ଯିବା ବେଳେ ଛତ୍ରପୁର ନିକଟରେ ଧରିଲା ଭିଜିଲାନ୍ସ । ଏତେ ଟଙ୍କା କାହିଁକି ନେଉଥିଲେ ଚାଲିଛି ପଚରାଉଚରା
-ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ଼ ଘୋଷଣା । ରାଜ୍ୟ ମନ୍ତ୍ରିମଣ୍ଡଳରେ ୬ଟି ପଦ ଖାଲି ଅଛି, ଶୀଘ୍ର ସଂପ୍ରସାରଣ ହେବ । ଖୁବ ଶୀଘ୍ର ବୋର୍ଡ ନିଗମ ଅଧ୍ୟକ୍ଷ ନିଯୁକ୍ତି ପ୍ରକ୍ରିୟା ହେବ ।
-ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ । ଜାମିନ ଦେଲେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ । ୩୦ ହଜାର ଟଙ୍କା ଓ ଜଣେ ଜାମିନଦାରଙ୍କ ମୁଚାଲିକାରେ ଜାମିନ । BMC ଅଧିକାରୀଙ୍କୁ ମାଡ଼ ଘଟଣାରେ ଗିରଫ ହୋଇଥିଲେ ଜଗନ୍ନାଥ ।
-ସି-ସୋର୍ ଚିଟ୍ଫଣ୍ଡ ଠକେଇ । ପୂର୍ବତନ ସାଂସଦ ରବି ଜେନାଙ୍କ ଅଡୁଆ ବଢ଼ିଲା । CBIକୁ ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପରବର୍ତ୍ତୀ ଶୁଣାଣି ଯାଏଁ କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟଙ୍କ ଅଙ୍କୁଶ । ହାଜର ହୋଇ ପକ୍ଷ ରଖିବାକୁ ନୋଟିସ୍ କରିଛି CBI ।
-ଗୁଜରାଟରେ ପୋଲ ଭୁଷୁଡି ୯ ମୃତ, ୧୦ ଗୁରୁତର । ମହିସାଗର ନଦୀ ଉପରେ ଥିବା ପୋଲ ହଠାତ୍ ଦୁଇ ଫାଳ। ପୋଲ ଉପରୁ ନଦୀକୁ ଖସି ପଡ଼ିଲା ୫ରୁ ଅଧିକ ଗାଡ଼ି । ୯ ମୃତଦେହ ଉଦ୍ଧାର, ଗୁରୁତର ୧୦ ଜଣ ମେଡ଼ିକାଲରେ ଭର୍ତ୍ତି ।
- ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ । ବିହାରର ଜୟପ୍ରକାଶ ନାରାୟଣ ଏୟାରପୋର୍ଟରେ ଅବତରଣ । ପକ୍ଷୀ ସହ ବିମାନ ମାଡ଼ ହେବାରୁ ଇଂଜିନରେ ଯାନ୍ତ୍ରିକ ତ୍ରୁଟି । ଅଳ୍ପକେ ବର୍ତ୍ତିଲେ ଇଣ୍ଡିଗୋ ବିମାନ 6E509ର ୧୬୯ ଯାତ୍ରୀ । ପାଟନାରୁ ଦିଲ୍ଲୀ ଅଭିମୁଖେ ଯାଉଥିଲା ଇଣ୍ଡିଗୋ ବିମାନ ।
-ଶ୍ରମିକ ସଙ୍ଗଠନର ଭାରତ ବନ୍ଦକୁ ବିଜେଡିର ସମର୍ଥନ । ଭଦ୍ରକ ଶ୍ରମିକ ଆନ୍ଦୋଳନରେ ସାମିଲ ହେଲେ ବିଜେଡି କର୍ମୀ । NH ୧୬ ଅବରୋଧ ସହ ବିଭିନ୍ନ ସ୍ଥାନରେ ପିକେଟିଂ । ୧୬ ନଂ ଜାତୀୟ ରାଜପଥ ୪ ଲେନ୍ ସଂପୂର୍ଣ୍ଣ ଜାମ୍ । ଭଦ୍ରକ ଵସଷ୍ଟାଣ୍ଡ ଓ ବନ୍ତ ଛକରେ ଅଟକି ରହିଛି ଗାଡ଼ି ।
-ମୁଣ୍ଡଳିରେ ହୀରାକୁଦର ପ୍ରଥମ ବନ୍ୟା ଜଳ । ମହାନଦୀ ଓ ତା'ର ଶାଖା ନଦୀର ଜଳସ୍ତର ବଢୁଛି । ବାଙ୍କୀ ଓ ବଡମ୍ବାର କିଛି ଅଂଚଳରେ ପଶିଲା ମହାନଦୀ ପାଣି । ବନ୍ୟା ପାଣି ଘେରରେ ବଡମ୍ବାର ଭଟ୍ଟାରିକା ମନ୍ଦିର । କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆଲର୍ଟ । ନଦୀ ଭିତରକୁ ନ ଯିବା ପାଇଁ ସତର୍କ ସୂଚନା ଜାରି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/big_news__1752049799.jpg)