Advertisment

Zeenat Pregnant:ସେପ୍ଟେମ୍ବରରେ ମାଆ ହେବ 'ଜିନତ୍' , ସୂଚନା ଦେଲା ବନ ବିଭାଗ

ଗତ ମାସରେ ଯମୁନାଗଡ଼ ଜଙ୍ଗଲରେ ଜୀନତ୍ କୁ ଭେଟିଥିଲା କଳା ମହାବଳ T-12 । ଏହାପରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ଜୀନତ୍ ଏବେ ଗର୍ଭବତୀ ରହିଛି।

Zeenat Pregnant

Zeenat Pregnant

Advertisment

ବାଘୁଣୀ ଜିନତ ଦେଲା ଖୁସିଖବର। ସେପ୍ଟେମ୍ବରରେ ମାଆ ହେବ ମରାଠା ବାଘୁଣୀ ଜୀନତ୍। କଳା ମହାବଳ T-12 ସହ ସମ୍ପର୍କରେ ଆସି ବାଘୁଣୀ ଜିନତ୍ ଗର୍ଭବତୀ ହୋଇଛି ।

Advertisment

ମେ ମାସରେ ବଡ଼ ଏନକ୍ଲୋଜରରୁ ମୁକ୍ତ ହେବା ପରେ ଶିମିଳିପାଳ ଅଭୟାରଣ୍ୟର ଯମୁନାଗଡ଼ରୁ ଗୁଡୁଗୁଡ଼ିଆ ପର୍ଯ୍ୟନ୍ତ ଜଙ୍ଗଲକୁ ନିଜର ବାସସ୍ଥଳୀ ଭାବେ ବାଛିଥିଲା ଜିନତ୍। ଗତ ମାସରେ ଯମୁନାଗଡ଼ ଜଙ୍ଗଲରେ ଜୀନତ୍ କୁ ଭେଟିଥିଲା କଳା ମହାବଳ T-12 । ଏହାପରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ।

ଜୀନତ୍ ଏବେ ଗର୍ଭବତୀ ରହିଛି। ସୂଚନା ଥାଉକି 2024 ନଭେମ୍ବରରେ ମହାରାଷ୍ଟ୍ରର ତଡ଼ବା ଅନ୍ଧେରି ଅଭୟାରଣ୍ୟରୁ ଶିମିଳିପାଳକୁ ଆସିଥିଲା ୩ ବର୍ଷୀୟା ତରୁଣୀ ବାଘୁଣୀ ଜୀନତ୍। ତେବେ ପରବର୍ତ୍ତୀ ସମୟରେ ଏହା ଶିମିଳିପାଳରୁ ବାହାରି ଝାଡଖଣ୍ଡ ଦେଇ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ବାନ୍ଦ୍ୱାନ ଜଙ୍ଗଲକୁ ପଲେଇଥିଲା ।

Advertisment

ପରବର୍ତ୍ତୀ ସମୟରେ ପଶ୍ଚିମବଙ୍ଗ ବନ ବିଭାଗ ସହଯୋଗରେ ଓଡ଼ିଶା ବନ ବିଭାଗ ଚଳିତ ବର୍ଷ ଜାନୁଆରୀ ପହିଲାରେ ଜୀନତ୍ କୁ ଉଦ୍ଧାର କରି ଶିମିଳିପାଳ ଆଣିଥିଲେ। ଏହା ପରଠାରୁ ଜୀନତ କୁ ପ୍ରଥମେ ସଫ୍ଟ ଏନକ୍ଲୋଜର, ତାପରେ ବଡ଼ ଏନକ୍ଲୋଜର ରେ ରଖାଯିବା ପରେ ମେ' ମାସରେ ପୁଣି ଥରେ ଜଙ୍ଗଲକୁ ଛଡାଯାଇଥିଲା।....

ଅଧିକ ପଢନ୍ତୁ: ବନ୍ଧା ହେଲେ ଜମିଦାର ବାବୁ; ମିଳିଥିଲା ୨ଟି ଫାର୍ମହାଉସ୍ ସମେତ ୮୪ଏକର ଜମି...

Advertisment
Similipal National Park Pregnancy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ