ନାଟମଣ୍ଡପରେ ହେବ ରାମ୍ପ ଓ ବ୍ୟାରିକେଡ୍ ବ୍ୟବସ୍ଥା, କାର୍ତ୍ତିକ ମାସ ପରେ ଆରମ୍ଭ ହେବ କାମ

ସେହିପରି ମହିଳା ଭକ୍ତ, ଦିବ୍ୟାଙ୍ଗ, ବୟୋବୃଦ୍ଧ ଓ ଛୋଟ ପିଲାଙ୍କ ପାଇଁ ସ୍ବତନ୍ତ୍ର ଧାଡିର ବ୍ୟବସ୍ଥା କରାଯିବ । ସମସ୍ତ ଭକ୍ତ ସାତପାହାଚ ବାଟରେ ପ୍ରବେଶ କରିବେ ଏବଂ ଦର୍ଶନ କରିବା ପରେ ଘଣ୍ଟି ଦ୍ବାରରେ ପ୍ରସ୍ଥାନ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

Srimandir

ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ହେବ ରାମ୍ପ ଓ ବ୍ୟାରିକେଡ୍ ବ୍ୟବସ୍ଥା । ଆଜି ବସିଥିବା ଛତିଶା ନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏହି ସୂଚନା ଦେଇଛନ୍ତି । ଓବିସିସି ଅବଢ଼ା ଯୋଜନାରେ ନାଟମଣ୍ଡପରେ ରାମ୍ପ ଓ ବ୍ୟାରିକେଡ୍ ହେବ ବୋଲି ସେ କହିଛନ୍ତି । ଏଥି ପାଇଁ ଡାଇଗ୍ରାମ ପ୍ରସ୍ତୁତ ସରିଛି । କାର୍ତ୍ତିକ ମାସ ପରେ କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଅରବିନ୍ଦ ପାଢ଼ୀ ।

ସେହିପରି ମହିଳା ଭକ୍ତ, ଦିବ୍ୟାଙ୍ଗ, ବୟୋବୃଦ୍ଧ ଓ ଛୋଟ ପିଲାଙ୍କ ପାଇଁ ସ୍ବତନ୍ତ୍ର ଧାଡିର ବ୍ୟବସ୍ଥା କରାଯିବ । ସମସ୍ତ ଭକ୍ତ ସାତପାହାଚ ବାଟରେ ପ୍ରବେଶ କରିବେ ଏବଂ ଦର୍ଶନ କରିବା ପରେ ଘଣ୍ଟି ଦ୍ବାରରେ ପ୍ରସ୍ଥାନ କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ।

ସେପଟେ ଧର୍ମମାସ କାର୍ତ୍ତିକର ଶୃଙ୍ଖଳିତ ନିତିକାନ୍ତି ଦର୍ଶନ ଓ ବାଳଧୂପ ନୀତିକାନ୍ତି ସଠିକ ସମୟରେ ସମ୍ପନ୍ନ କରାଯିବ । ଏୟାରକଣ୍ଡିସନ ବ୍ୟବସ୍ଥା କରାଯିବ । ସରକାରୀ ପଞ୍ଜିକରଣ ହବିଷ୍ୟାଳୀ ଯେଉଁ ଧାଡିରେ ଯିବେ ସେହି ଧାଡିରେ ଅଣପଞ୍ଜୀକୃତ ବା ବିଭିନ୍ନ ମଠ ମନ୍ଦିର ଓ ଘର ଭଡ଼ାରେ ରହୁଥିବା ହବିଷ୍ୟାଳୀମାନେ ମଧ୍ୟ ସେହି ଧାଡିରେ ଯିବେ ବୋଲି ଜିଲ୍ଲାପାଳ କହିଛନ୍ତି । ସେପଟେ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ବୋଲି ପୁରୀ ଏସ୍‌ପି କହିଛନ୍ତି ।