Advertisment

Struggle of Traditional Dancer in Odisha: ଓଡ଼ିଶୀ ନୃତ୍ୟଗୁରୁ ସର୍ବେଶ୍ବର ସାହୁଙ୍କ କରୁଣ କାହାଣୀ...ଗୋଡ଼ ଚାଲୁଛି, ପେଟ ପୁରୁନି

ଗୁରୁ ସବେଶ୍ବର ପୁରୀ ଜିଲ୍ଳାର ମୂଳବାସିନ୍ଦା । ପାଖାପାଖି ୩୦ ବର୍ଷ ଆଗରୁ ଓଡ଼ିଶୀ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବଲାଙ୍ଗିର ଚାଲି ଆସିଥିଲେ । ବାସ୍ , ସେହି ଦିନଠୁ  ଅହରହ ଚାଲିଛି  କଳା ସଂସ୍କୃତିର ପ୍ରଚାର ପ୍ରସାର । କେତେ ସୁନାମ ଧନ୍ୟ କଳାକାର, ସୃଷ୍ଟି କରିଛନ୍ତି ଗୁରୁ ସବେଶ୍ବର । କିନ୍ତୁ ଆଜିଯାଏ ମୁଣ୍ଡ ଉପରେ ଛାତଟିଏ କରିପାରିନାହାନ୍ତି ।

ଅଦ୍ୟତନ ହୋଇଛି
କଳାକାରଙ୍କ କରୁଣ କାହାଣୀ

କଳାକାରଙ୍କ କରୁଣ କାହାଣୀ

Advertisment

ସୁନ୍ଦର ଛାନ୍ଦର ତାଳେ ତାଳେ, ଗୁରୁ ସର୍ବେଶ୍ବର ସାହୁଙ୍କ ଓଡ଼ିଶୀ ନୃତ୍ୟକୁ ଦେଖିଲେ ଆଖି ଲାଖିଯିବ। ମଂଚ ଉପରେ ଜୋସ୍ ଦେଖିଲେ, କେହି ବି ବିଶ୍ବାସ କରିବେନି... ନାଚ କରୁଥିବା ବ୍ୟକ୍ତି ଜଣକ, ୮୦ ବର୍ଷ ବୟସର ବ୍ୟକ୍ତି । ବଲାଙ୍ଗିର ସହରର ଅଧିକାଂଶ ମଂଚରେ ନିଜ ନାଚର ଜଲୱା ଦେଖାନ୍ତି ଓଡିଶୀ ନୃତ୍ୟ ଗୁରୁ ସବେଶ୍ବର । ହେଲେ ତାଙ୍କ ଜୀବନ ଏବେ ପାଲଟିଛି ସଂଘର୍ଷର ଏକ କରୁଣ କାହାଣୀ ।

Advertisment

ଘରର ଅଭାବ ଯୋଗୁଁ, ପୁଅ ବୋହୂ କେରଳ ଯାଇ ଦାଦନ ଖଟୁଥିଲେ । ହେଲେ ଦୁର୍ଘଟଣାର ଶିକାର ହୋଇଥିଲା ପୁଅ । ଲୋକଙ୍କ ସାହାଯ୍ୟ ନେଇ, ପକ୍ଷାଘାତ ରୋଗରୁ ପୁଅକୁ ଭଲ କରିଥିଲେ ଗୁରୁ ସବେଶ୍ବର । କିନ୍ତୁ ଏବେ ପୁଣି ପୁଅ  ମୁଣ୍ଡର ଏକ ଭେନ ଫାଟିଯାଇଛି ।  ଏ ଗରିବ ବାପା କଳାର ସାଧକ, ଥିବାରୁ ପାଖରେ ଟଙ୍କା ନାହିଁ ।

ତେଣୁ ମୁହଁରେ ଚେନାଏ ହସ ରଖି, ନୃତ୍ୟ ଶିଖାଉଥିବା ଗୁରୁ, ଏକାନ୍ତରେ କଇଁ କଇଁ କାନ୍ଦୁଛନ୍ତି । ଏପରିକି ପିଲାଙ୍କୁ ନାଚ ଶିଖାଉଥିବା ସମୟରେ ବି, ଆଖିରୁ ଗଡି ଯାଉଛି ପୁଅର କରୁଣ କାହାଣୀର କୋହଭରା ଲୁହ । ସାହାଯ୍ୟ ପାଇଁ ଲୋକଙ୍କୁ ନେହେରୁ ହୋଇଛନ୍ତି କଳାର ପୂଜାରୀ, ଗୁରୁ ସବେଶ୍ବର । 

Advertisment

ଗୁରୁ ସବେଶ୍ବର ପୁରୀ ଜିଲ୍ଳାର ମୂଳବାସିନ୍ଦା । ପାଖାପାଖି ୩୦ ବର୍ଷ ଆଗରୁ ଓଡ଼ିଶୀ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ବଲାଙ୍ଗିର ଚାଲି ଆସିଥିଲେ । ବାସ୍ , ସେହି ଦିନଠୁ  ଅହରହ ଚାଲିଛି  କଳା ସଂସ୍କୃତିର ପ୍ରଚାର ପ୍ରସାର । କେତେ ସୁନାମ ଧନ୍ୟ କଳାକାର, ସୃଷ୍ଟି କରିଛନ୍ତି ଗୁରୁ ସବେଶ୍ବର । କିନ୍ତୁ ଆଜିଯାଏ ମୁଣ୍ଡ ଉପରେ ଛାତଟିଏ କରିପାରିନାହାନ୍ତି ।

ଏବେବି ଗୋଟିଏ କୋଠରୀର ଭଡ଼ା ଘରେ ଜୀବନ କାଟୁଛନ୍ତି । ଆଧୁନିକତାର ଚାକଚକ୍ୟ ଭିତରେ, ଧିରେ ଧିରେ ପାରଂପାରିକ ନାଚର ଆଦର କମୁଛି । ରୋଜଗାର ବି କମି ଯାଉଛି । ପେଟକୁ ଦାନା ଯୋଗାଡ ମୁସ୍କିଲ ହୋଇ ପଡୁଛି । ତେଣୁ ପେଟ ପାଇଁ ପ୍ରତିଦିନ ସଂଘର୍ଷ କରୁଥିବା ବେଳେ, ଏବେ ପୁଅର ରୋଗ ଦାଉ ସାଧିଛି । ତେଣୁ କିଛି କଳାପ୍ରେମୀ ଗୁରୁ ସର୍ବେଶ୍ବରଙ୍କୁ ସାହାଯ୍ୟ ପାଇଁ ସାଧାରଣ ଲୋକ ଓ ସରକାରଙ୍କୁ ଅନୁରୋଧ କରିଛନ୍ତି । 

Advertisment

ଯଦି ଆପଣ ସର୍ବେଶ୍ବରଙ୍କୁ ସାହାଯ୍ୟ ସହଯୋଗ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ଠିକଣାରେ ଯୋଗାଯୋଗ କରିପାରବେ । 
ବର୍ତ୍ତମାନର ଠିକଣା
ନାମ-ସର୍ବେଶ୍ବର ସାହୁ
ଗ୍ରାମ/ପୋଷ୍ଟ-ଆଦର୍ଶପଡା,ବଲାଙ୍ଗିର
ଫୋନ ନମ୍ବର-୮୯୧୭୫୮୬୫୧୪
ବ୍ୟାଙ୍କ ଆକାଉଣ୍ଟ ନମ୍ବର-୩୨୩୦୫୪୭୦୯୨୮
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ
IFSC-SBIN0001701

Odissi Dancer Odissi Music Elderly Man Struggles Music Artistes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ