ବିଧାନସଭାରେ ଉଠିଲା ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସଙ୍ଗ, ଶୂନ୍ୟକାଳରେ ମୁହାଁମୁହିଁ ହେଲେ ଶାସକ-ବିରୋଧୀ

ବିଜେଡିକୁ କାଉଣ୍ଟର କରିଥିଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ସେ କହିଥିଲେ, କେନ୍ଦ୍ରମନ୍ତ୍ରୀଙ୍କ ମତ ବ୍ୟକ୍ତିଗତ । ଓଡ଼ିଶାବାସୀ ଗ୍ରହଣ କରିଛନ୍ତି । ଯେଉଁମାନେ ରିମୋର୍ଟରେ ପରିଚାଳିତ ହେଉଛନ୍ତି ସେମାନେ ବିରୋଧ କରୁଛନ୍ତି ।

Ravenshaw University

ବିଧାନସଭାରେ ଉଠିଲା ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ । ଶୂନ୍ୟକାଳରେ ଏହି ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ। ବିଜେଡି ବିଧାୟକ ବ୍ୟୋମକେଶ ତ୍ରିପାଠୀ କହିଥିଲେ, କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଛାତ୍ର ଆନ୍ଦୋଳନ ତୀବ୍ର ହେଉଛି । ଦାନା ବାନ୍ଧୁଛି ବିରାଟ ଆନ୍ଦୋଳନ । ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିଲେ ବ୍ୟୋମକେଶ ।

ବିଜେଡିକୁ କାଉଣ୍ଟର କରିଥିଲେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ । ସେ କହିଥିଲେ, କେନ୍ଦ୍ରମନ୍ତ୍ରୀଙ୍କ ମତ ବ୍ୟକ୍ତିଗତ । ଓଡ଼ିଶାବାସୀ ଗ୍ରହଣ କରିଛନ୍ତି । ଯେଉଁମାନେ ରିମୋର୍ଟରେ ପରିଚାଳିତ ହେଉଛନ୍ତି ସେମାନେ ବିରୋଧ କରୁଛନ୍ତି । ଟଙ୍କଧରଙ୍କୁ କାଉଣ୍ଟର କରିଥିଲେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ । ସେ ପଚାରିଥିଲେ, ଆପଣ ମାନୁଛନ୍ତି କି ରେଭେନ୍ସା ନାଁ ପରିବର୍ତ୍ତନ ଅଫିସିଆଲ୍ ଷ୍ଟେଟମେଣ୍ଟ । କଟକବାସୀଙ୍କ ଭାବନା ସହ ଖେଳନ୍ତୁନି ବୋଲି କହିଥିଲେ ସୋଫିଆ ।

ସେହିପରି ରେଭେନ୍ସା ପ୍ରସଙ୍ଗରେ ବିଜେଡି ବିଧାୟକ ସାରଦା ଜେନା କହିଥିଲେ, ଶିକ୍ଷାନୁଷ୍ଠାନ ନାଁ ପରିବର୍ତ୍ତନ ବଦଳରେ ଶିକ୍ଷାର ମାନ ଉନ୍ନତିକୁ ଗୁରୁତ୍ୱ ଦିଆଯାଉ। ବିଜେପି ବିଧାୟକ ଈରାଶିଷ ଆଚାର୍ଯ୍ୟ କହିଥିଲେ, ନାଁ ପରିବର୍ତ୍ତନ ନେଇ ତର୍ଜମା ପାଇଁ କହିଥିଲେ କେନ୍ଦ୍ରମନ୍ତ୍ରୀ । ସେ ଗୃହର ସଦସ୍ୟ ନୁହନ୍ତି । ତାଙ୍କୁ ନେଇ ଆଲୋଚନା କାହିଁକି ବୋଲି ଈରାଶିଷ କହିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ବିଶ୍ବବିଦ୍ୟାଳୟ ନାଁର ପରିବର୍ତ୍ତନ ନେଇ ବ୍ୟକ୍ତିଗତ ମନ୍ତବ୍ୟ ରଖିବା ପରେ ରାଜନୈତିକ ବୟାନବାଜି ତେଜିଛି ।