Advertisment

ଆହତ କଲରାପତରିଆ ବାଘକୁ ଉଦ୍ଧାର କଲା ବନ ବିଭାଗ

OUATର ବିଶେଷଜ୍ଞ ଟିମ ଓ ନନ୍ଦନକାନନ ଡାକ୍ତରୀ ଦଳ ତାହାର ଚିକିତ୍ସା କରୁଛନ୍ତି । ଶିକାର ଉଦ୍ଦେଶ୍ୟରେ ଆହତ ହୋଇଥିବାର କୌଣସି ପ୍ରମାଣ ନାହିଁ ।

Leopard Rescued

Leopard Rescued

Advertisment

ଆହତ ଅବସ୍ଥାରେ ଏକ କଲରାପତରିଆ ବାଘକୁ ଉଦ୍ଧାର କରାଯାଇଛି। ଜଙ୍ଗଲ ବିଭାଗ ଚନ୍ଦକା ଡିଭିଜନର ରାପିଡ୍ ରେସପନସ ଟିମ୍ ଓ ମହାନଦୀ ଡିଭିଜନର ମିଳିତ ଟିମ୍ ବାଘଟିକୁ ଉଦ୍ଧାର କରିଛନ୍ତି। ଆହତ ବାଘଟିର ସ୍ବତନ୍ତ୍ର ଭାବରେ ଚିକିତ୍ସା କରାଯାଉଛି। ଏନେଇ ସୂଚନା ଦେଇଛନ୍ତି ପିସିସିଏଫ୍ ୱାଇଲଡ ଲାଇଫ୍ ସୁଶାନ୍ତ ନନ୍ଦ।

Advertisment

ପିସିସିଏଫ୍ ସ୍ପଷ୍ଟ କରିଛନ୍ତି ଯେ, ଶିକାରୀଙ୍କ ଦ୍ବାରା ବାଘଟି ଆହତ ହୋଇନାହିଁ। ବାଘଟିର ପଛ ଦୁଇ ଗୋଡ଼ରେ ଆଘାତ ଲାଗିଥିବାରୁ ସେ ଚାଲି ପାରୁନଥିଲା । ଘୋଷାଡି ଘୋଷାଡି ଚାଲୁଥିଲା ।ଅଧିକ ଚିକିତ୍ସା ପାଇଁ କଲରାପତରିଆକୁ ନନ୍ଦନକାନନ ଭେଟେନାରି ହସ୍ପିଟାଲକୁ ଅଣାଯାଇଛି ।

Advertisment

OUATର ବିଶେଷଜ୍ଞ ଟିମ ଓ ନନ୍ଦନକାନନ ଡାକ୍ତରୀ ଦଳ ତାହାର ଚିକିତ୍ସା କରୁଛନ୍ତି । ଶିକାର ଉଦ୍ଦେଶ୍ୟରେ ଆହତ ହୋଇଥିବାର କୌଣସି ପ୍ରମାଣ ନାହିଁ । କେଉଁ କାରଣରୁ ଆହତ ହୋଇଛି, ତାହାର ପରୀକ୍ଷା ନିରୀକ୍ଷା କରାଯାଉଛି । ଚିକିତ୍ସା ପରେ ସୁସ୍ଥ ହେଲେ ତାକୁ ପୁଣି ଜଙ୍ଗଲରେ ଛଡାଯିବ ।

Leopard
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ