Advertisment

Corruption in Odisha: ଫିଟୁଛି ସରକାରୀ ବାବୁମାନଙ୍କ ଦୁର୍ନୀତି ନିଶାର ଗୁମର, ୩ ବର୍ଷରେ ୭ ବାବୁଙ୍କ ଘରୁ ମିଳିଲାଣି ପୁଳା ପୁଳା ଟଙ୍କା

କେବଳ ୨୦୨୪ରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୫୦ ଜଣ କ୍ଲାସ ୱାନ୍ ଅଫିସରଙ୍କ ବିରୋଧରେ ରୁଜୁ ହୋଇଛି ମାମଲା ।

ଅଦ୍ୟତନ ହୋଇଛି
ସେବେ ଶୋଷୁଥିଲେ, ଏବେ ଜାଲରେ

ସେବେ ଶୋଷୁଥିଲେ, ଏବେ ଜାଲରେ

Advertisment

ଭୁବନେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟଯନ୍ତ୍ରୀଙ୍କ ଘରୁ ଟଙ୍କାର ପାହାଡ଼ ମିଳିବା ପରେ ଦୁର୍ନୀତିର ଚେର କେତେ ଗଭୀର ତାର ଆଉ ଏକ ନମୂନା ମିଳିଛି। ପୂର୍ବରୁ ଗଞ୍ଜାମର କ୍ଷୁଦ୍ର ଜଳସେଚନ ବିଭାଗର ସରକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରୁ ୩ କୋଟି ୪୧ ଲକ୍ଷ ଏବଂ ନବରଙ୍ଗପୁର ଜିଲ୍ଲାର ଅତିରିକ୍ତି ଜିଲ୍ଲାପାଳଙ୍କ ଘରୁ ୩ କୋଟି ୧୨ ଲକ୍ଷ ଜବତ ଘଟଣା ପୁଣି ତାଜା ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ନିକଟରେ ହୋଇଥିବା ଭିଜିଲାନ୍ସ ରେଡ୍ ଭିତରୁ ୭-୭ଟି ଘଟଣାରେ କୋଟିଏରୁ ଅଧିକ ଲେଖାଏଁ କ୍ୟାସ୍ ଜବତ ହୋଇଛି। କେବଳ ୨୦୨୪ରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୫୦ ଜଣ କ୍ଲାସ ୱାନ୍ ଅଫିସରଙ୍କ ବିରୋଧରେ ରୁଜୁ ହୋଇଛି ମାମଲା ।

Advertisment

ଅଧିକ ପଢ଼ନ୍ତୁ: ନକଲି ସାର୍ଟିଫିକେଟ୍ ଦେଇ ହାତେଇଛନ୍ତି IAS ଚାକିରି, ଖୋଳାତାଡ଼ ଆରମ୍ଭ କଲା DoPT

ଏପ୍ରିଲ ୮, ୨୦୨୨। ଗଞ୍ଜାମ ମାଇନର ଇରିଗେସନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରୁ ମିଳିଲା ୩ କୋଟି ୪୧ ଲକ୍ଷର ନଗଦ କ୍ୟାସ୍ । ଜୁନ୍ ୨୩, ୨୦୨୩। ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ଘରୁ ୩ କୋଟି ୧୨ ଲକ୍ଷ। ଆଉ ଆଜି ଭୁବନେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀଙ୍କ ଘରୁ ୨ କୋଟି ୫୦ ଲକ୍ଷର ନଗଦ ଟଙ୍କା ଜବତ । ଓଡ଼ିଶା ଭିଜିଲାନ୍ସ ରେଡ୍ ଇତିହାସରେ ପୁଣି ଏକ ହାଇପ୍ରୋଫାଇଲ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଘଟଣା ସାମ୍ନାକୁ ଆସିବା ପରେ ଖୋଲିଛି ରାଜ୍ୟରେ ଉଚ୍ଚ ପଦବୀରେ ଥିବା ସରକାରୀ ବାବୁଙ୍କ ଦୁର୍ନୀତିଖୋର ମୁଖା । ତେଣୁ ଏଠାରେ ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି, ଯେ ଉଚ୍ଚ ପଦବୀରେ ଥାଇ ସରକାରୀ ତହବିଲରୁ ଟିଙ୍କ ଭଳି ଟଙ୍କା ଶୋଷୁଥିବା ଏମିତି ବାବୁଙ୍କ ସଂଖ୍ୟା କ’ଣ ଏତିକି ?

Advertisment

କୁହାଯାଉଛି, କାର୍ତ୍ତିକେଶ୍ବର, ପ୍ରଶାନ୍ତ ଓ ବୈକୁଣ୍ଠଙ୍କ ଭଳି ସରକାରୀ ମାଲ୍ ଲୁଟ୍ କରି ଏମିତି ମାଳ ମାଳ ଦୁର୍ନୀତିଖୋର ଅଫିସର ଆଜି ବି କର୍ତ୍ତବ୍ୟରତ। ଭିଜିଲାନ୍ସ ବିଭାଗ ତଥ୍ୟ କହୁଛି, କେବଳ ୨୦୨୪ରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୫୦ ଜଣ କ୍ଲାସ ୱାନ୍ ଅଫିସରଙ୍କ ବିରୋଧରେ ରୁଜୁ ହୋଇଛି ମାମଲା। ସେହିଭଳି ଗିରଫ ହେଲେଣି, ୧୯ ଇଞ୍ଜିନିୟର, ୨୨ ରାଜସ୍ବ ଅଧିକାରୀ, ୯ ପୋଲିସ ଅଧିକାରୀ, ୫ ଡାକ୍ତର ଏବଂ ୩ ଜଙ୍ଗଲ ବିଭାଗ ଅଧିକାରୀ । ଏପଟେ ସରକାରୀ ଅଧିକାରୀ ଥାଇ ଦୁର୍ନୀତି କରିଥିଲେ ଅବସର ପରେ ବି ନିସ୍ତାର ମିଳିବନି ବୋଲି ଚେତାଇ ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ।

ମୋଟା ଅଙ୍କର ଦରମା, ବ୍ୟାପକ ସରକାରୀ ସୁବିଧା ସୁଯୋଗ, ପଦବୀ ପାଇଁ ସମ୍ମାନ ଆଉ ସେବା ଲାଗି ପର୍ଯ୍ୟାପ୍ତ ସୁଯୋଗ ସତ୍ତ୍ବେ କାହିଁକି ଏମିତି କଳା ଟଙ୍କା ଠୁଳ କରିବା ମୋହରେ ପଡୁଛନ୍ତି ସରକାରୀ ବାବୁ ? ପ୍ଲଟ୍ ପରେ ପ୍ଲଟ୍ ଓ ଫ୍ଲାଟ୍ ପରେ ଫ୍ଲାଟ୍ କିଣିବା ପଛର କାରଣ କ’ଣ? ବରିଷ୍ଠ ଅଧିକାରୀଙ୍କ ମତରେ ଚାକିରରେ ଥାଇ କ୍ଷମତାର ଦୁରୁପୋଯୋଗ ଆଉ ଲୋଭର ବଶବର୍ତ୍ତୀ ହୋଇ, ଏଭଳି କରିବାକୁ ପଛାଉ ନାହାନ୍ତି କିଛି ନିର୍ଦ୍ଦିଷ୍ଟ ସରକାରୀ ଅଫିସର ।

Advertisment

ଭିଜିଲାନ୍ସ ପକ୍ଷରୁ ଏଇ ନିକଟରେ ହୋଇଥିବା ବଡ଼ ଧରଣର ରେଡ୍ ଭିତରେ ୭ଟି ଘଟଣାରେ କୋଟିଏରୁ ଅଧିକ ଲେଖାଏଁ ଟଙ୍କା କ୍ୟାସ ଜବତ ହୋଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୨୦୨୨ ପରଠୁ ହିଁ ଏଭଳି ଘଟଣା ଅଧିକ ସଂଖ୍ୟାରେ ସାମ୍ନାକୁ ଆସିଛି। ତେଣୁ ସ୍ବାଭାବିକ ଭାବେ ଅଫିସରଙ୍କ ଭିତରେ ଏଭଳି ଦୁର୍ନୀତିଖୋର ମନୋବୃତ୍ତି ଲାଗି ଅନେକାଂଶରେ ୨୪ ବର୍ଷ ଧରି ଶାସନ ଗାଦିରେ ଥିବା ପୂର୍ବର ବିଜେଡି ସରକାର ଆଡ଼କୁ ଅଙ୍ଗୁଳି ଉଠୁଛି ।

ଅଧିକ ପଢ଼ନ୍ତୁ: ଏଥର ରଥଯାତ୍ରା ପାଇଁ ପୁରୀକୁ ଗଡ଼ିବ ହଜାରେ ବସ୍, ଅଧିକ ଭଡ଼ା ନେଇ ପାରିବେନି ଗାଡ଼ି ମାଲିକ

Odisha Vigilance Raid Goverment Employee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ