Advertisment

Bhubaneswar Club: ଭୁବନେଶ୍ବର କ୍ଲବ ନିର୍ବାଚନରେ ବଡ଼ବାବୁଙ୍କ ଲଢେଇ, ଅସିତ୍ ତ୍ରିପାଠୀ ବନାମ ପ୍ରଦୀପ ଜେନା

ହାଇପ୍ରୋଫାଇଲ୍ ଭୁବନେଶ୍ବର କ୍ଲବ ନିର୍ବାଚନରେ କିଏ ମାରିବେ ବାଜି ? ପାୱାରଫୁଲ୍ ଲଢ଼େଇରେ ସଭାପତି ପଦ ପାଇଁ ମୁହାଁମୁହିଁ ହୋଇଛନ୍ତି ଦୁଇ ପୂର୍ବତନ ଚିଫ୍ ସେକ୍ରେଟାରୀ ଅସୀତ ତ୍ରିପାଠୀ ଓ ପ୍ରଦୀପ ଜେନା। କ୍ଲବ ନିର୍ବାଚନ ପାଇଁ ଆଜି ଇ-ଭୋଟିଂ ଚାଲିଥିବା ବେଳେ କାଲି ବାଲଟରେ ମତଦାନ ହେବ। ପ୍ରଥମ ଥର କ୍ଲବ ନିର୍ବାଚନକୁ ଓହ୍ଲାଇଥିବା ପ୍ରଦୀପ ଜେନା ଭୋଟ୍ ଫର ଚେଞ୍ଜ ନାରା ଦେଇଥିବା ବେଳେ ହ୍ୟାଟ୍ରିକ ଲକ୍ଷ୍ୟରେ ଥିବା ଅସୀତ ବିକାଶ ଏକ ଯାତ୍ରା ସ୍ଲୋଗାନ୍ ଦେଇଛନ୍ତି।

clash of bureaucratic

clash of bureaucratic

Advertisment

ରାଜ୍ୟର ସବୁଠୁ ସମ୍ଭ୍ରାନ୍ତ ଓ ହାଇ ପ୍ରୋଫାଇଲ୍ ଭୁବନେଶ୍ବର କ୍ଲବ ନିର୍ବାଚନରେ ଦୁଇ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମହାଲଢ଼େଇକୁ ନେଇ ପାୱାର କରିଡରରେ ହଲଚଲ। ପ୍ରଶାସନିକ କ୍ଷେତ୍ରରେ ଦୁହେଁ ଦକ୍ଷତାର ସହ କାର୍ଯ୍ୟ କରିଥିବା ବେଳେ ଏବେ ପାୱାରଫୁଲ କ୍ଲବ ନିର୍ବାଚନରେ ଦମ୍ ଦେଖାଇବାକୁ ଆମନା ସାମନି ହୋଇଛନ୍ତି। ହେଭିୱେଟ ଅସୀତ ତ୍ରିପାଠୀ ତୃତୀୟ ଥର ନିର୍ବାଚନ ଲଢୁଛନ୍ତି। ପୂର୍ବରୁ ୨ ଥର ଭୁବନେଶ୍ବର କ୍ଲବ ସଭାପତି ରହିଥିବା ବେଳେ ଏଥର ଜିତିଲେ ହ୍ୟାଟ୍ରିକ କରିବେ। ତାଙ୍କର ସ୍ଲୋଗାନ୍ ରହିଛି ବିକାଶ ଏକ ଯାତ୍ରା। ଏହାର ଗତିକୁ ସାଥ ଦିଅନ୍ତୁ।

Advertisment

ଅନ୍ୟପଟେ ଅବସର ପରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ପଦ ସମ୍ଭାଳିଥିବା ପ୍ରଦୀପ ଜେନା ପ୍ରଥମ ଥର କ୍ଲବ ନିର୍ବାଚନକୁ ଓହ୍ଲାଇଛନ୍ତି। ତାଙ୍କର ନାରା ରହିଛି ଭୋଟ୍ ଫର ଚେଞ୍ଜ, ପରିବର୍ତ୍ତନ ପାଇଁ ଭୋଟ୍ ଦିଅନ୍ତୁ। ପ୍ରଦୀପ ଜେନା କହିଛନ୍ତି, ପ୍ରଶାସନିକ କ୍ୟାରିୟରକୁ ଓଡ଼ିଶାର ସେବାରେ ସଚ୍ଚୋଟତା ଓ ନିଷ୍ଠା ସହିତ ଉତ୍ସର୍ଗ କରିଛି। ଏବେ ଭୁବନେଶ୍ୱର କ୍ଲବକୁ ସେହି ମୂଲ୍ୟବୋଧ ଆଣିବା ପାଇଁ ସମର୍ଥନ ଲୋଡୁଛି। ଆମ କ୍ଲବ ଆମ ଗୌରବ। ଏକାଠି ମିଳିମିଶିି ସତ୍ୟନିଷ୍ଠା, ସ୍ବଚ୍ଛତା ଓ ପ୍ରଗତିର ସହ ଗର୍ବ କରି ପାରୁଥିବା କ୍ଲବ ଗଢ଼ିବାକୁ ଆହ୍ବାନ ଦେଇଛନ୍ତି ପ୍ରଦୀପ ଜେନା।

ଏଥର ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ପଦରେ ଦୁଇ ଜଣ ଲେଖାଏଁ ମୋଟ ୮ ଜଣ ପ୍ରାଥୀ ରହିଥିବା ବେଳେ ୬ଟି କାର୍ଯ୍ୟନିର୍ବାହୀ ପଦବୀରେ ଅଛନ୍ତି ୧୩ ଜଣ। ପ୍ରଦୀପ ଜେନାଙ୍କ ପ୍ୟାନେଲରେ ଉପସଭାପତି ପଦ ପାଇଁ ଲଢୁଛନ୍ତି ବିଶିଷ୍ଟ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ପିଭି ମୋହନ। ସମ୍ପାଦକ ପଦରେ ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଲଳିତ ଦାସ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ପ୍ରଶାନ୍ତ ନାଥ ଯୁଗ୍ମ ସଚିବ ପାଇଁ ଲଢୁଛନ୍ତି।

Advertisment

ସେହିପରି ଅସିତଙ୍କ ପ୍ୟାନେଲରେ ଉପସଭାପତି ପାଇଁ ପ୍ରଗତି ମହାନ୍ତି, ସମ୍ପାଦକ ପଦରେ ଟୁଟୁଲ କିଶୋର ଦାସ ଓ ଯୁଗ୍ମ ସଚିବ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି ସମ୍ବିତ ମହାନ୍ତି। ଭୁବନେଶ୍ବର କ୍ଲବରେ ପ୍ରାୟ ୩୫ଶହ ସଦସ୍ୟ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଭୋଟ ଅଧିକାର ନାହିଁ। ଏବର୍ଷ ୨୨ଶହ ସଦସ୍ୟ ଭୋଟ୍ ଦେଇପାରିବେ।ଅନ୍ୟପଟେ ଗତ ନିର୍ବାଚନ ହାରିଥିବା ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ ସିଧା ସଳଖ ନହେଲେ ବି ପରୋକ୍ଷରେ ପ୍ରଦୀପ ଜେନାଙ୍କୁ ସମର୍ଥନ କରିବା ପାଇଁ ନିବେଦନ କରିଛନ୍ତି।

ରାଜ୍ୟର ସବୁଠୁ ପାୱାରଫୁଲ୍ ବ୍ୟକ୍ତି ବିଶେଷଙ୍କୁ ନେଇ ଗଠିତ ଭୁବନେଶ୍ବର କ୍ଲବ ନିର୍ବାଚନ ସବୁବେଳେ ଚର୍ଚ୍ଚାରେ ରହି ଆସିଥାଏ। ପ୍ରଥମ ଥର ପାଇଁ ଇ-ଭୋଟିଂ ବ୍ୟବସ୍ଥା କରାଯାଇଛି। ବାହାରେ ରହୁଥିବା କ୍ଲବ ସଦସ୍ୟ ଅନଲାଇନରେ ଆଜି ମତଦାନ କରିପାରିବେ। କାଲି ପଡ଼ିବ ବାଲଟ୍। ଆସନ୍ତାକାଲି ସକାଳ ୧୧ଟାରୁ ସନ୍ଧ୍ୟା ୫ଟା ଭିତରେ କ୍ଲବକୁ ଆସି ମତଦାନ କରିପାରିବେ।

Advertisment
Clash Bureaucrats Bhubaneswar Club Bhubaneswar Club Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ