ରାଉରକେଲାରେ ରେଳଲାଇନ୍ ନିର୍ମାଣକୁ ବିରୋଧରୁ ଯୁବକଙ୍କ ମୃତ୍ୟୁ ଘଟଣାରେ ଥମୁନି ଉତ୍ତେଜନା । କାଲିଠୁ ଶବ ନେଉ ନାହାନ୍ତି ପରିବାର ଲୋକ । ଜିଦରେ ଅଟଳ ଅଛନ୍ତି ଆନ୍ଦୋଳନକାରୀ । ଘଟଣାସ୍ଥଳରେ ଏବେ ବି ବସିଛନ୍ତି ଉତ୍ୟକ୍ତ ଲୋକ । ରେଳ ଲାଇନ ନିର୍ମାଣକୁ ବିରୋଧ କରି ସେମାନେ ମୃତଦେହ ନେଉନାହାନ୍ତି। ପ୍ରତିବାଦରେ ଆଜି ବନ୍ଧମୁଣ୍ଡା ବନ୍ଦ ରହିଛି ।
Also Read
ଅଧିକ ପଢ଼ନ୍ତୁ: ବାୟା କରୁଛି ବେଟିଂ ଆପ୍, ଗ୍ୟାମ୍ବଲିଂ ଡିଜଅର୍ଡରର ଶିକାର ହେଉଛନ୍ତି କି ଯୁବପିଢ଼ି ?
କାଲିଠୁ ଶବ ପଡ଼ିଛି। ଆଉ ଶବ ସହିତ ଶବ ହୋଇ ପଡ଼ିରହିଛନ୍ତି ଆତ୍ମୀୟ, ପରିଜନ, ବନ୍ଧୁବାନ୍ଧବ । ମୁଣ୍ଡ ପିଟିପିଟି କାନ୍ଦୁଛନ୍ତି ସଭିଏଁ । ନା ଲୁହ ଶୁଖୁଛି ନା ଉତ୍ତେଜନା ଥମୁଛି । ରାଉରକେଲାରେ ରେଳଲାଇନ୍ ନିର୍ମାଣକୁ ବିରୋଧରୁ ଯୁବକଙ୍କ ମୃତ୍ୟୁ ଘଟଣାରେ ଇଏ ଆଜିର ଚିତ୍ର । ପ୍ରବଳ ଖରାରେ ବି ଧାରଣାରେ ବସିଛନ୍ତି ଗାଁ ଲୋକ । ବଡ଼କଥା ହେଲା କାଲିଠୁ ସେମିତି ଶବକୁ ଧରି ବିକ୍ଷୋଭ କରୁଛନ୍ତି । ରେଳ ଲାଇନ ନିର୍ମାଣକୁ ବିରୋଧ କରି ମୃତଦେହ ନେଉନାହାନ୍ତି । ପ୍ରଶାସନର ନାନା ବୁଝାସୁଝା ପରେ ବି ନଛୋଡବନ୍ଧା ଏମାନେ ।
ଗତ ୪୦ ଦିନ ହେଲା ବିକ୍ଷୋଭ ଚାଲିଥିବାବେଳେ ଗତକାଲି ଯୁବକଙ୍କ ମୃତ୍ୟୁ ପରେ ଆହୁରି ତୀବ୍ର ହୋଇଛି ଆନ୍ଦୋଳନ । ଘଟଣାସ୍ଥଳକୁ ଯାଇ ରାଜଗାଙ୍ଗପୁର ଓ ବୀରମିତ୍ରପୁର ବିଧାୟକ ଆନ୍ଦୋଳକାରୀଙ୍କ ସହ ଆଲୋଚନା କରିଛନ୍ତି । ତଥାପି ବାହାରିପାରିନି ସମାଧାନ ବାଟ । ସେହିପରି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଦାୟିତ୍ବରେ ଥିବା ଅଧିକାରୀ ଓ ପଶ୍ଚିମାଞ୍ଚଳ ଡିଆଇଜି ମଧ୍ୟ ବିକ୍ଷୋଭସ୍ଥଳରେ ବୁଝାସୁଝା କରି ବିଫଳ ହୋଇଛନ୍ତି । ସେପଟେ ଗତକାଲି ଘଟଣାକୁ ନେଇ ଆଜି ପୂରା ବନ୍ଧମୁଣ୍ଡାରେ ବନ୍ଦ ପାଳନ କରାଯାଇଛି l
ଗତକାଲି RSP ପକ୍ଷରୁ ରେଲୱେ ଲାଇନ ନିର୍ମାଣକୁ ବିରୋଧରୁ ପୋଲିସ ଓ ଜନତା ମୁହାଁମୁହିଁ ହୋଇଥିଲେ। ଏତିକିବେଳେ ଜେସିବି ଆଗକୁ ଚାଲି ଆସିବାରୁ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ବେଳକୁ ବେଳ ଉତ୍ତେଜନା ବଢୁଥିବାବେଳେ ମୃତଦେହକୁ ଉଠାଉନାହାନ୍ତି ଆନ୍ଦୋଳନକାରୀ ।