Advertisment

ଶ୍ରୀମନ୍ଦିର ଭିତରେ ଦର୍ଶନ ଯନ୍ତ୍ରଣାରୁ ମୁକ୍ତି ପାଇଁ ବ୍ଲୁ-ପ୍ରିଣ୍ଟ; ୬ ଲାଇନରେ ହେବ ପ୍ରବେଶ ଓ ପ୍ରସ୍ଥାନ

ଧାଁ ଦୌଡ଼ । ଅସମ୍ଭାଳ ଭିଡ଼ । ଠେଲାପେଲା ଓ ଅଣନିଶ୍ବାସୀ । ଶ୍ରୀମନ୍ଦିର ଭିତରେ ଜଗା ଦର୍ଶନାର୍ଥୀଙ୍କ ପାଇଁ ଇଏ ନିତି ଦିନିଆ ଯମ ଯନ୍ତ୍ରଣା । ଏଥିରୁ ଭକ୍ତଙ୍କୁ ମୁକ୍ତି ଦେବାକୁ ହୋଇଛି ବ୍ଲୁ ପ୍ରିଣ୍ଟ ।

undefined

Puri Srimandir

Advertisment

ଶ୍ରୀମନ୍ଦିରର ଚାରିଦ୍ବାର ସିନା ଖୋଲିଲା, ହେଲେ ମନ୍ଦିର ଭିତରେ ଜଗା ଦର୍ଶନ ପାଇଁ ଯମ ଯନ୍ତ୍ରଣା ଭୋଗୁଛନ୍ତି ଭକ୍ତ। ସେଥିରେ ପୂର୍ଣ୍ଣଛେଦ ପକାଇବାକୁ ନାଟମଣ୍ଡପରେ ଅସ୍ଥାୟୀ କାଠ ବ୍ୟାରିକେଡ୍ ଓ ରାମ୍ପ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି ମନ୍ଦିର ପ୍ରଶାସନ। ତେବେ କେମିତି ରହିବ ଏ ବ୍ୟବସ୍ଥା ? କେତେ ମିଳିବ ଭକ୍ତଙ୍କୁ ଫାଇଦା ? ତାକୁ ନେଇ ପ୍ରଶ୍ନ ଉଠିଥିବାବେଳେ ବ୍ୟାରିକେଡ୍ ସାତ ପାହାଚ ନା ଗରୁଡ଼ ଖମ୍ବରୁ ହେବା ଦରକାର, ତାକୁ ନେଇ ଚାଲିଲାଣି ଚର୍ଚ୍ଚା-ଆଲୋଚନା। 

Advertisment

ଧାଁ ଦୌଡ଼ । ଅସମ୍ଭାଳ ଭିଡ଼ । ଠେଲାପେଲା ଓ ଅଣନିଶ୍ବାସୀ । ଶ୍ରୀମନ୍ଦିର ଭିତରେ ଜଗା ଦର୍ଶନାର୍ଥୀଙ୍କ ପାଇଁ ଇଏ ନିତି ଦିନିଆ ଯମ ଯନ୍ତ୍ରଣା । ଏଥିରୁ ଭକ୍ତଙ୍କୁ ମୁକ୍ତି ଦେବାକୁ ହୋଇଛି ବ୍ଲୁ ପ୍ରିଣ୍ଟ । ମନ୍ଦିର ଭିତରେ ତିଆରି ହେବ ଅସ୍ଥାୟୀ କାଠ ବ୍ୟାରିକେଡ୍ ଓ ରହିବ ରାମ୍ପ ବ୍ୟବସ୍ଥା, ବାରିକେଡ୍ ୬ ଲାଇନ୍ ବିଶିଷ୍ଟ ହେବ। ଯେଉଁଥିରେ ଦିବ୍ୟାଙ୍ଗ, ମହିଳା ଓ ଛୋଟ ପିଲା ଏବଂପୁରୁଷଙ୍କ ପାଇଁ ଅଲଗା ଅଲଗା ଲାଇନ୍ ରହିବ। ଚାରି ଦ୍ବାର ଫିଟିବା ପରେ ହେଉ କି ତା ପୂର୍ବରୁ, ଶ୍ରୀମନ୍ଦିର ଭିତରେ ଦହଗଞ୍ଜ ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନ ସୁବିଧା ଦେବା ଲକ୍ଷ୍ୟରେ ଏଭଳି ବ୍ୟବସ୍ଥା ଲାଗୁ ହେବ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ। 

ଗତକାଲି ବିସ୍ତୃତ ସୂଚନା ଦେଇ ମୁଖ୍ୟ ପ୍ରଶାସକ କହିଥିଲେ- ବ୍ୟାରିକେଡ୍ ବ୍ୟବସ୍ଥା ସାତ ପାହାଚ ନିକଟରୁ ଆରମ୍ଭ ହେବ। ନାଟମଣ୍ଡପ ଭିତରେ ଛଅ ଲାଇନ୍ କାଠ ବ୍ୟାରିକେଡ୍ ଭିତରେ ଦର୍ଶନାର୍ଥୀ ଧାଡ଼ିରେ ଯିବେ। ବାହାର କାଠ ପାଖରେ ରାମ୍ପ ତିଆରି ହେବ। ସମସ୍ତେ ସେଥିରେ ଚଢ଼ି ଠାକୁରଙ୍କୁ ବିନା ବାଧାରେ ଦର୍ଶନ କରିବେ ଓ ଘଣ୍ଟି ଦ୍ବାରବାଟେପ୍ରସ୍ଥାନ କରିବେ। ତେବେ ଏ ବ୍ୟବସ୍ଥାର ଉପଯୋଗିତା ଓ ଅସୁବିଧାର ବିଭିନ୍ନ ଦିଗକୁ ନେଇ ସେବାୟତ ନିଯୋଗଙ୍କ ସହ ବିସ୍ତୃତ ଆଲୋଚନା ହେବ। କାର୍ତ୍ତିକ ମାସ ପରଠୁ ଏହା ଲାଗୁ କରାଯିବାକୁ ସ୍ଥିର ହୋଇଛି। ଯଦିଓ ମନ୍ଦିର ଭିତରେ ବ୍ୟାରିକେଡ୍ ଦର୍ଶନ ବ୍ୟବସ୍ଥାକୁ ଉଭୟ ଭକ୍ତ ଓ ସେବକ ସ୍ବାଗତ କରିଛନ୍ତି, ହେଲେ ଗୋଟିଏ ପରିବାରର ସଦସ୍ୟ କେମିତି ଅଲଗା ଅଲଗା ଲାଇନ୍‌ରେ ଯିବେ ବୋଲି ପ୍ରଶ୍ନ ଉଠାଇଛନ୍ତି।

Advertisment

ସେମିତି ଜଣ ଦିବ୍ୟାଙ୍ଗ ଭକ୍ତ ଅଭିଜିତ୍ ଯୋଶୀ। ଆଗରୁ ରାମେଶ୍ବର, ବଦ୍ରିନାଥ ଓ ଦ୍ବାରିକା ନାଥଙ୍କୁ ଦର୍ଶନ ସାରିଛନ୍ତି। ପୁରୀରେ ଜଗନ୍ନାଥଙ୍କୁ ଦର୍ଶନ କରି ଚାରି ଧାମ ଦର୍ଶନ ଇଚ୍ଛା ପୂର୍ତ୍ତି ଆଶା ଥିଲା, ହେଲେ ହ୍ବିଲ୍ ଚେୟାରରେ ତାଙ୍କୁ ଦର୍ଶନ ଅନୁମତି ନମିଳିବାରୁ ଭଗ୍ନ ମନରେ ଫେରି ଯାଇଛନ୍ତି। ଏଥିପାଇଁ ସେ ସିଧାସଳଖ ପ୍ରଶାସନକୁ ଦାୟୀ କରିଛନ୍ତି। ସେପଟେ ଦିବ୍ୟାଙ୍ଗଙ୍କ ପାଇଁ ଦିନରେ ଏକ ନିର୍ଦ୍ଦିଷ୍ଟ ସମୟରେ ଦର୍ଶନ ସ୍ଲଟ୍ ବ୍ୟବସ୍ଥା କରାଯିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି ବରିଷ୍ଠ ସେବାୟତ।

ତେବେ ନାଟମଣ୍ଡପରେ ବ୍ୟାରିକେଡ୍ ବ୍ୟବସ୍ଥା ସାତ ପାହାଚରୁ ଆରମ୍ଭ ହେବ କି ଗରୁଡ଼ ଖମ୍ବ ପାଖରୁ ? ତାକୁ ନେଇ ଉପୁଜିଛି ଦ୍ବନ୍ଦ୍ବ। ଯେହେତୁ ପ୍ରତିଟି ଭକ୍ତ ଦଗନ୍ନାଥ ଦର୍ଶନ ପୂର୍ବରୁ ପ୍ରଥମେ ଗରୁଡ଼ ଖମ୍ବକୁ ଛୁଇଁବାର ଇଚ୍ଛା ରଖିଥାଏ, ତେଣୁ ସେଇଠୁ ହିଁ ବ୍ୟାରିକେଡ୍ ବ୍ୟବସ୍ଥା ପାଇଁ ସେବାୟତ ଦାବି ରଖିଛନ୍ତି। ତାସହ ସେମାନଙ୍କ ଯୁକ୍ତି- ଜୟ ବିଜୟ ଦ୍ବାର ପାଖରେ ଉଚ୍ଚା ରାମ୍ପ ନିର୍ମାଣ ହେଲେ, ଆଉ ଗରୁଡ଼ ଖମ୍ବ ପାଖରୁ ଠାକୁର ଦର୍ଶନ ସମ୍ଭବ ହେବ ନାହିଁ।

Advertisment

Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ