/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757075798.jpg)
Teachers’ Day Turns Sour in Odisha as Non-Govt Teachers Protest
ଗୁରୁଦିବସରେ ଗର୍ଜିଲେ ଶିକ୍ଷକ। ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ପକ୍ଷରୁ ଆନ୍ଦୋଳନକୁ ଓହ୍ଲାଇଛି ସଂଘ। ଅବସର ନେଇଥିବା ଶିକ୍ଷକଙ୍କୁ ପେନସନ୍ ପ୍ରଦାନ, ଚାକିରି ସର୍ତ୍ତାବଳୀ ସହ ବୟସ ସୀମାକୁ ୬୦ରୁ ୬୨କୁ ବୃଦ୍ଧି ନେଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତିପ୍ରାୟ ୨୦ ହଜାର ଶିକ୍ଷକ।
Advertisment
ସମସ୍ତ ଯୋଗ୍ୟ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ତୁରନ୍ତ ଅନୁଦାନ ପ୍ରଦାନ କରିବା, ଅବସର ଶିକ୍ଷକଙ୍କୁ ପେନସନ୍ ପ୍ରଦାନ, ଚାକିରି ସର୍ତ୍ତାବଳୀ ସହ ବୟସ ସୀମାକୁ ୬୦ ରୁ ୬୨କୁ ବୃଦ୍ଧି ନେଇ ସରକାରଙ୍କୁ ଘେରିଛନ୍ତି ଶିକ୍ଷକ। ସରକାରକୁ ଆସିବା ପୂର୍ବରୁ ପ୍ରତିଶ୍ରୁତି ଦେଇ ଭୁଲି ଯାଇଥିବା ଅଭିଯୋଗ କରିଛନ୍ତି ଶିକ୍ଷକ ଓ ଅଧ୍ୟାପକ। ଯାହାକୁ ନେଇ ଆଜି ଗୁରୁ ଦିବସରେ ଗୁରୁଙ୍କ ପ୍ରତି ହୋଇଥିବା ଅବହେଳାକୁ ଜଣାଇବାକୁ ଏକାଠି ହୋଇଛନ୍ତି ହଜାର ହଜାର ଶିକ୍ଷକ ଅଧ୍ୟାପକ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)