Teacher Transfer Tension
ବିବାଦ ଘେରରେ ଶିକ୍ଷକ ବଦଳି ନିୟମ । ଶିକ୍ଷକଙ୍କ ବଦଳି ଅନୁରୋଧ ଚାପରେ ଅତିଷ୍ଠ ବିରୋଧୀ । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖି କ୍ଷମତା ପ୍ରତ୍ୟାହାର ପାଇଁ ବିଜେଡି ଅନୁରୋଧ କରିଥିବା ବେଳେ ବିଜେପି ନେତାଙ୍କ ଅଦୃଶ୍ୟ ସୁପାରିଶକୁ କାର୍ଯ୍ୟକାରୀ କରି ବିରୋଧୀ ବିଧାୟକଙ୍କୁ ସଂକୁଚିତ କରାଯାଉଥିବା କଂଗ୍ରେସ ଅଭିଯୋଗ କରିଛି । ଶିକ୍ଷକ ସଂଘ ବି ବଦଳି ନିୟମ ବିରୋଧରେ ବର୍ଷି ସରକାରଙ୍କୁ ଆଲୋଚନା ପାଇଁ ଆମନ୍ତ୍ରଣ କରିଛି । ତେବେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ରାସନାଲାଇଜେସନ୍ ଆଧାରରେ ହେଉ ବଦଳି ସୁପାରିଶ ।
ଆତ୍ମଘାତୀ ହେବ କି ଶିକ୍ଷକ ବଦଳି କୋଟା ? ବିଧାୟକଙ୍କ ରାଜନୈତିକ କ୍ୟାରିୟର ଉପରେ ପଡ଼ିବ କି ପ୍ରଭାବ ? ଏବେଠୁ ଆଶଙ୍କା କଲେଣି ବିରୋଧୀ ବିଧାୟକ । ବିଜେଡି ବିଧାୟକ ଗଣେଶ୍ବର ବେହେରା ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କୁ ଲେଖିଲେ ଚିଠି। ନିଜ ଜିଲ୍ଲା ଭିତରେ ବିଧାୟକମାନେ ୧୫ ଜଣ ଶିକ୍ଷକଙ୍କ ବଦଳି ପାଇଁ ସୁପାରିଶ କରିପାରିବେ ବୋଲି ନିଷ୍ପତ୍ତି କଲେ ରାଜ୍ୟ ସରକାର । ହେଲେ ଏହି ବଦଳି ନିୟମ ଏବେ ବିଧାୟକମାନଙ୍କ ପାଇଁ ବୁମେରାଂ ହେବାରେ ଲାଗୁଛି । ଆଶାୟୀଙ୍କ ତାଲିକା ଲମ୍ବା । ବିଧାୟକଙ୍କ ଘରେ ବାହାରେ ସବୁଠି ଶିକ୍ଷକଙ୍କ ଭିଡ଼ । ବିଧାୟକମାନଙ୍କ ଘର ଆଗରେ ଶିକ୍ଷକଙ୍କ ଲମ୍ବା ଧାଡ଼ି ଲାଗୁ ଥିବାରୁ କେଉଁ 15 ଜଣଙ୍କ ନାଁ ବଦଳି ପାଇଁ ସୁପାରିସ୍ କରିବେ ତାକୁ ନେଇ ଅଡୁଆ ପରିସ୍ଥିତିରେ ବିଧାୟକ ।
ଅଧିକ ପଢନ୍ତୁ: ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର ପରିବର୍ତ୍ତନ: ଶୀଘ୍ର କରନ୍ତୁ ଆବେଦନ, ଏହି ଦିନ ଶେଷ ତାରିଖ...
କେନ୍ଦ୍ରାପଡ଼ା ବିଜେଡି ବିଧାୟକ ଗଣେଶ୍ବର ବେହେରା ଏହି ନିଷ୍ପତ୍ତି ପ୍ରତ୍ୟାହାର କରି ନେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଚିଠି ଲେଖିଛନ୍ତି । ଅନ୍ୟ କାହାରି କ୍ଷେତ୍ରରେ ନହେଲେ ବ୍ୟକ୍ତିଗତ ଭାବେ ତାଙ୍କ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରିବାକୁ ସେ ଅନୁରୋଧ କରିଛନ୍ତି । ଗଣେଶ୍ବର ଆହୁରି ସାଂଘାତିକ ଖୁଲାସା କରି କହିଛନ୍ତି, ବଦଳି ନକଲେ ଭୋଟରେ ଉଚିତ ଜବାବ ଦିଆଯିବ ବୋଲି ପରୋକ୍ଷରେ ଶିକ୍ଷକମାନେ ଧମକ ଦେଉଥିବା ସେ କହିଛନ୍ତି ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଏହା ହେଉଛି ସରକାରଙ୍କ କଦର୍ଯ୍ୟ ନିଷ୍ପତ୍ତି । 15 ଶିକ୍ଷକ ବଦଳି କରି ଶତ୍ରୁ ଅର୍ଜନ କରିବା କଥା ଯେଉଁଥିପାଇଁ ସେ ବଦଳି କୋଟା ବ୍ୟବହାର କରିବେ ନାହିଁ ବୋଲି ସିଧା ସିଧା ଶୁଣାଇଛନ୍ତି । ସେପଟେ ଗଣଶିକ୍ଷା ମନ୍ତ୍ରୀ ବିରୋଧୀ ବିଧାୟକଙ୍କୁ କାଉଣ୍ଟର କରି କହିଛନ୍ତି, ବିଧାୟକମାନେ ହେଲେ ଜନପ୍ରତିନିଧି । ତେଣୁ ଲୋକେ ସେମାନଙ୍କ ସମସ୍ୟା ନେଇକିଯାନ୍ତି | ଯେଉଁମାନେ କହୁଛନ୍ତି ଚାପ ପକାଉଛନ୍ତି, ତାହାଲେ ସେମାନେ ରାଜନୀତି ଛାଡି ଦିଅନ୍ତୁ।
ବଦଳି ନିୟମରେ ଶିକ୍ଷକମାନେ ବି ଅତିଷ୍ଠ । ବିଧାୟକମାନଙ୍କ ଅସହାୟତାକୁ ସେମାନେ ବୁଝି ପାରୁଛନ୍ତି । ଏମଏଲଏ କୋଟାକୁ ୧୫ରୁ ବୃଦ୍ଧି କରିବା ସହ ଜିଲ୍ଲା ବାହାର ସୁପାରିଶ କାର୍ଯ୍ୟକାରୀ କରିବାକୁ ସେମାନେ ଦାବି କରିଛନ୍ତି। ରାଜ୍ୟକୁ ଅର୍ବାନ, ସେମି ଅର୍ବାନ, ଗ୍ରାମୀଣ ଓ ଉପାନ୍ତ କ୍ଲଷ୍ଟର ଭାବେ ବିଭକ୍ତ କରାଯାଇ ବଦଳି କରିବା ଉପରେ ସେମାନେ ଜୋର ଦେଇଛନ୍ତି । ଯେଉଁଠି ପ୍ରତି କ୍ଲଷ୍ଟରରେ ଶିକ୍ଷକ ପାଞ୍ଚ ବର୍ଷ କାମ କରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749133879.jpg)