Advertisment

ଭିଜିଲାନ୍ସ ଜାଲରେ ତାଳଚେର ଖଣି ଉପନିର୍ଦ୍ଦେଶକ; ୫ଟି ସ୍ଥାନରେ ଚାଲିଛି ରେଡ୍

ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ରେଡ୍ ମାରିଛି ଭିଜିଲାନ୍ସ ।

ଅଦ୍ୟତନ ହୋଇଛି
Talcher Mines Dy Director in Vigilance net

Vigilance net

Advertisment

ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ରେଡ୍ ମାରିଛି ଭିଜିଲାନ୍ସ । ଧରଣୀଧରଙ୍କ ୫ ଠିକଣାରେ ଛାପା ମାରିଛି ଭିଜିଲାନ୍ସ ଟିମ୍ । 

Advertisment

ଧରଣୀଧରଙ୍କ ତାଳଚେର ବାସଭବନ, ତେଲକୋଇ ଥାନା ଛାମୁଣ୍ଡା ଗାଁରେ ଥିବା ପୈତୃକ ଘର, ଭୁବନେଶ୍ବର ଘର, ସିଂକୁଳବାହାଲରେ ଥିବା ମାର୍କେଟ କଂପ୍ଲେକ୍ସ  ଓ କେନ୍ଦୁଝର ପଣ୍ଡାପଡ଼ା ଥାନା ପୁରମୁଣ୍ଡାରେ ଥିବା ଶ୍ବଶୂର ଘରରେ ଏକକାଳୀନ ରେଡ୍ ଚାଲିଛି।

ଅଧିକ ପଢନ୍ତୁ: ଲାଞ୍ଚ ନେଉଥିଲେ; ପହଞ୍ଚିଗଲା ଭିଜିଲାନ୍ସ, ମୂର୍ଚ୍ଛା ହୋଇଗଲେ କନିଷ୍ଠ ଯନ୍ତ୍ରୀ

Advertisment

ଏପଟେ ରାୟଗଡ଼ା କାଶୀପୁର ବ୍ଲକର କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ଘରେ ତୃତୀୟ ଦିନରେ ରେଡ୍ କରିଛି ଭିଜିଲାନ୍ସ ।  ଏବେ ସୁଦ୍ଧା ତାଙ୍କ ଠାରୁ ପ୍ରାୟ ୭୦ ଲକ୍ଷ ଟଙ୍କାର ସଂପତ୍ତି ଠାବ କଲାଣି ଭିଜିଲାନ୍ସ ।  ମନରେଗା ଯୋଜନାରେ ବିଲ୍ କରିବା ପାଇଁ ଠିକାଦାରଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ ପୂର୍ଣ୍ଣଚନ୍ଦ୍ର।

ନିଜ ବାସଭବନରେ ଠିକାଦାର କ୍ଷେତ୍ର ମାଝୀଙ୍କଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଆଜି ବି ରେଡ୍ ଜାରିଥିବା ବେଳେ ତାଙ୍କ ସଂପତ୍ତି ବଢିପାରେ ବୋଲି ଆକଳନ କରୁଛି ଭିଜିଲାନ୍ସ । ଏନେଇ ପୂର୍ଣ୍ଣଚନ୍ଦ୍ର ଚୌଧୁରୀଙ୍କ ପ୍ରତିକ୍ରିୟା ମିଳିପାରିନି।

Advertisment

Vigilance Vigilance Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ