Advertisment

ସୋସିଆଲ ମିଡିଆ ଘାଣ୍ଟୁଛି ବନ ବିଭାଗ, ବନ୍ୟଜନ୍ତୁଙ୍କ ଫଟୋ ଓ ଭିଡିଓ ଛାଡ଼ିଲେ ହେବ ଜେଲ୍‌

ସୋସିଆଲ ମିଡିଆ ଘାଣ୍ଟୁଛି ବନ ବିଭାଗ। ସ୍କାନରରେ ନିଷିଦ୍ଧ ବନ୍ୟଜନ୍ତୁଙ୍କ ଫଟୋ ଓ ଭିଡିଓ ଥିବା ଆକାଉଣ୍ଟ । ଯଦି ଆପଣଙ୍କ ଆକାଉଣ୍ଟରେ ବି କିଛି ସେଭଳି ପୋଷ୍ଟ ଅଛି, ତୁରନ୍ତ ଡିଲିଟ୍ କରନ୍ତୁ ।

undefined

Wild Animal

Advertisment

ସାବଧାନ! ଆକ୍ସନ ମୋଡ୍‌ରେ ବନ ବିଭାଗ । ସୋସିଆଲ ମିଡିଆରେ ଛାଡ଼ି ନାହାନ୍ତି ତ ବନ୍ୟଜନ୍ତୁଙ୍କ ଫଟୋ କି ଭିଡିଓ ? ମହଙ୍ଗା ପଡ଼ିପାରେ ନିଷିଦ୍ଧ ବନ୍ୟଜନ୍ତୁଙ୍କ ଫଟୋ ଓ ଭିଡିଓ ପୋଷ୍ଟ୍ । ୭ ବର୍ଷ ଯାଏଁ ଜେଲ ସହ ଦେବାକୁ ପଡ଼ିପାରେ ଲକ୍ଷେ ଟଙ୍କା ତଣ୍ଡ । ମାର୍ଚ୍ଚ ୧୫ ସର୍କୁଲାରରେ ଚେତାଇବା ପରେ, କାଲି ପ୍ରଥମ କାର୍ଯ୍ୟାନୁଷ୍ଠାନ ନେଇଛି ବନ ବିଭାଗ । ଗିରଫ ହୋଇଛନ୍ତି ଭଦ୍ରକର ମିର୍ଜା ମହମ୍ମଦ ଆରିଫ୍ ।

Advertisment

ବନ ବିଭାଗର ବାରମ୍ବାର ଚେତାବନୀକୁ ଖାତିର ନକରି, ସେ ବେଆଇନ ଭାବେ ସାପ ଧରୁଥିଲେ ଏବଂ ସେହି ଭିଡିଓକୁ ୟୁଟ୍ୟୁବ୍ ଓ ଫେସବୁକ ଆଦିରେ ଛାଡ଼ୁଥିଲେ ବୋଲି ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ବିଭାଗର କଡ଼ା ତାଗିଦ ପରେ ଲକ୍ଷ ଲକ୍ଷ ସବସ୍କ୍ରାଇବର ଓ ଫଲୋଅର ଥିବା ତାଙ୍କ ଆକାଉଣ୍ଟ କଣ୍ଟେଣ୍ଟକୁ ସସ୍ପେଣ୍ଡ କରିଛନ୍ତି ଫେସବୁକ୍ ଓ ୟୁଟ୍ୟୁବ କର୍ତ୍ତୃପକ୍ଷ । ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି, ଜଙ୍ଗଲୀ ଜୀବଜନ୍ତୁ ଆମର ଖେଳଣା ନୁହନ୍ତି । ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ଓ ଭିଡିଓ ପୋଷ୍ଟ କରିବା, ବନ୍ୟପ୍ରାଣୀ ନିରାପତ୍ତା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ବନ ବିଭାଗ ଜଏଣ୍ଟ ଟାସ୍କଫୋର୍ସର କ୍ରାଇମ ସେଲ ଏଭଳି ପୋଷ୍ଟ ଉପରେ ନଜର ରଖୁଛି ।

ଫଟୋ ଓ ଭିଡିଓ ଉଠାଇ ଆପଣଙ୍କ ମଜା, କିନ୍ତୁ ବିଚରା ବନ୍ୟଜନ୍ତୁଙ୍କ ପାଇଁ ବନିପାରେ ବଡ଼ ସଜା। ବିଶେଷଜ୍ଞଙ୍କ ମତରେ, ବନ୍ୟପ୍ରାଣୀ ନିରାପତ୍ତା ଆଇନ ଅନୁସାରେ ନିଷିଦ୍ଧ ବନ୍ୟପ୍ରାଣୀଙ୍କୁ ଧରିବା ହିଁ ଅପରାଧ। ଏପରିକି ମୃତ ବନ୍ୟପ୍ରାଣୀ ବି ସରକାରଙ୍କ ସଂପତ୍ତି । ତେଣୁ ତାହାର କୌଣସି ଅଂଶ ବି ରଖିବା ବେଆଇନ। ଫଟୋ ଓ ଭିଡିଓ ଉଠାଇବା ବେଳେ କ୍ୟାମେରା ଓ ମୋବାଇଲର ଫ୍ଲାସ ଲାଇଟ୍ ତଥା କ୍ଲିକ୍ ଶବ୍ଦ ବନ୍ୟପ୍ରାଣୀଙ୍କୁ ବିରକ୍ତ କରିଥାଏ । ଏହା ସେମାନଙ୍କ ପାଇଁ କ୍ଷତିକାରକ । ଲୋକେସନ ସହ ବନ୍ୟପ୍ରାଣୀଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କଲେ, ଏହା ଶିକାରୀଙ୍କ ପ୍ରାଦୁର୍ଭାବ ବୃଦ୍ଧିରେ ସହାୟକ ହୁଏ । ତା ଛଡ଼ା ଏଭଳି ଫଟୋ ଓ ଭିଡିଓ ପୋଷ୍ଟ ଅନ୍ୟମାନଙ୍କୁ ବି ସେଭଳି କରିବାକୁ ପ୍ରେରିତ କରିଥାଏ । ଯାହାକି ବନ୍ୟପ୍ରାଣୀଙ୍କ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି ।

Advertisment

ବନବିଭାଗର ବନ୍ୟପ୍ରାଣୀ ମୁଖ୍ୟାଳୟ ସର୍କୁଲାର ଅନୁସାରେ, ଯଦି କୌଣସି ବ୍ୟକ୍ତି ଗବେଷଣା ତଥା ସଚେତନତା ଉଦ୍ଦେଶ୍ୟରେ ବନ୍ୟପ୍ରାଣୀଙ୍କ ଫଟୋ ନେବାକୁ ଚାହୁଁଛନ୍ତି, ତେବେ ବନବିଭାଗର ଅନୁମତି ନେବାକୁ ପଡ଼ିବ।

Social Media Odisha PCCF Wild Animals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ