Advertisment

Sujata’s Entry Sparks Debate: ସନ୍ନ୍ୟାସୀରୁ ପୁଣି ନେତା ହେବେ କି ପାଣ୍ଡିଆନ୍ ? ସୁଜାତାଙ୍କ ସହ BJDକୁ ମାରିବେ କି ଏଣ୍ଟ୍ରି ?

ବର୍ଷକର ଲୁଚକାଳି ଖେଳ ପରେ...ଧୀରେ ଧୀରେ ପୁଣି ପାର୍ଟି ପଲିଟିକ୍ସରେ ଆବିର୍ଭାବକୁ ନେଇ ସରଗରମ ବିଜେଡି ରାଜନୀତି । ଏଥର ପୁଣି ଏକା ନୁହେଁ ସାଙ୍ଗରେ ଅଛନ୍ତି ପତ୍ନୀ ସୁଜାତା କାର୍ତ୍ତିକେୟନ।

ଅଦ୍ୟତନ ହୋଇଛି
Sujata’s Entry Sparks Debate

Sujata’s Entry Sparks Debate

Advertisment

ପତ୍ନୀ ସୁଜାତାଙ୍କ ସହ ମିଶି ବିଜେଡିକୁ ପୁଣି ଏଣ୍ଟ୍ରି ମାରିବେ କି ପାଣ୍ଡିଆନ୍ ? ଲୋକସେବା ଭବନ ଘେରାଉ ବେଳେ ଆହତ ବିଜେଡି ନେତାଙ୍କୁ ଉଭୟେ ହସ୍ପିଟାଲରେ ଭେଟିବାକୁ ନେଇ ସରଗରମ ଶଙ୍ଖ ରାଜନୀତି। ପୁଣି ଜିଇଁଲା ସୁଜାତାଙ୍କୁ ନବୀନଙ୍କ ଉତ୍ତରାଧିକାରୀ ଚର୍ଚ୍ଚା। ତେବେ ଏମିତି ହେଲେ ଏହା ବିଜେଡି ପାଇଁ ଆତ୍ମଘାତୀ ହେବା ବିଜେପି କହିଥିଲା ବେଳେ ରାଜନୈତିକ ସମୀକ୍ଷକ ବି ରଖିଛନ୍ତି ସେଇ ସମାନ ମତ।...

Advertisment

ସନ୍ନ୍ୟାସୀରୁ ପୁଣି ରାଜନେତା ହେବେ କି ପାଣ୍ଡିଆନ୍ ? ବର୍ଷକର ଲୁଚକାଳି ଖେଳ ପରେ...ଧୀରେ ଧୀରେ ପୁଣି ପାର୍ଟି ପଲିଟିକ୍ସରେ ଆବିର୍ଭାବକୁ ନେଇ ସରଗରମ ବିଜେଡି ରାଜନୀତି । ଏଥର ପୁଣି ଏକା ନୁହେଁ ସାଙ୍ଗରେ ଅଛନ୍ତି ପତ୍ନୀ ସୁଜାତା କାର୍ତ୍ତିକେୟନ। ଉଭୟେ ଆଇଏଏସରୁ ସ୍ବେଚ୍ଛାକୃତ ଅବସର ନେଇ ସାରିଛନ୍ତି। ନିକଟରେ ପାଣ୍ଡିଆନ୍ ଦମ୍ପତି ଲୋକସେବା ଭବନ ଘେରାଉ ବେଳେ ବିଜେଡିର ଆହତ ନେତାଙ୍କୁ ହସ୍ପିଟାଲରେ ଭେଟିଛନ୍ତି। ଯାହାକୁ ନେଇ ବଢିଛି ଚର୍ଚ୍ଚା। ନବୀନଙ୍କ ପାଖେ ପାଖେ ଛାଇପରି ରହୁଥିବା ପାଣ୍ଡିଆନ୍ ଏଥର ପତ୍ନୀ ସୁଜାତାଙ୍କୁ ଧରି ଆସିବାର କାରଣ କଣ ? ନିଜେ ପ୍ରତ୍ୟାଖ୍ୟାତ ହେବା ପରେ ଏବେ କଣ ସୁଜାତାଙ୍କୁ ଏଣ୍ଟ୍ରି କରିବାକୁ ଫନ୍ଦି କରୁଛନ୍ତି କି? ନବୀନଙ୍କ ଉତ୍ତରାଧିକାରୀ ହେବେ କି ସୁଜାତା ? କାରଣ କିଛି ଦିନ ତଳେ ଏହି ଚର୍ଚ୍ଚା ଜୋର୍ ଧରିଥିଲା। କିଛି ବାଟ କଥା ଯାଇଥିଲା ମଧ୍ୟ। ମାତ୍ର ଦଳ ଭିତରର ଆଗଧାଡିର ନେତାଙ୍କ ବିରୋଧ ପରେ ଏଣ୍ଟ୍ରି ମାରି ପାରି ନଥିଲେ ସୁଜାତା। ସେପଟେ ବିଜେଡି ନେତା କିନ୍ତୁ ପରୋକ୍ଷରେ ପାଣ୍ଡିଆନ୍ ଦମ୍ପତିଙ୍କୁ ନେତା ଭାବେ ମାନି ସାରିଲେଣି। ବିଜେପି କହିଛି ସୁଜାତାଙ୍କୁ ବିଜେଡିର ସର୍ବେସର୍ବା କରିବା ଦଳ ପାଇଁ ଆତ୍ମଘାତୀ ହେବ।

ପାଣ୍ଡିଆନଙ୍କ ନେଇ ଦଳ ଏବେ ବିଭାଜିତ। ବହୁ ବରିଷ୍ଠ ଓ ଯୁବ 24 ବିପର୍ଯ୍ୟୟର ମୁଖ୍ୟ କାରଣ ପାଣ୍ଡିଆନ୍ ବୋଲି କହିଛନ୍ତି। କିନ୍ତୁ ନବୀନ ପାଣ୍ଡିଆନ୍ଙ୍କ ଛଡ଼ା ଆଉ କାହା କଥା ଶୁଣୁ ନାହାଁନ୍ତି, ପାଖ ମଡ଼େଇ ଦେଉନାହାନ୍ତି। ତାର ଉଦାହରଣ 24 ବର୍ଷ ପରେ ଦଳ ଗଢ଼ିଥିବା ପଲିଟିକାଲ୍ ଆଫେୟାର୍ସ କମିଟିରେ ସବୁତକ ପାଣ୍ଡିଆନ୍ ମାର୍କା ଚେହେରା।
କୁହାଯାଉଛି ଏବେବି ଦଳ ନିଷ୍ପତ୍ତିର ଡୋରି ତାଙ୍କରି ହାତରେ। ଯେଉଁଥିପାଇଁ ଭିତରେ ଭିତରେ ଅସନ୍ତୋଷ କୁହୁଳିଚାଲିଛି। ଆଉ ରାଜନୈତିକ ସମୀକ୍ଷକଙ୍କ ମତ, ଏପରି ସ୍ଥଳେ ନବୀନ ଯଦି ସୁଜାତାଙ୍କୁ ଉତ୍ତରାଧିକାରୀ ବାଛନ୍ତି ତାହେଲେ ବିଦ୍ରୋହ ନିଶ୍ଚିତ।

Advertisment

ଖାଲି ଏତିକି ନୁହେଁ ସୁଜାତାଙ୍କୁ ନେଇ ବିଜେଡି ଭିତରେ ଚର୍ଚ୍ଚା ଜୋର ଉଡୁଛି। କେହି କେହି ଆସନ୍ତା ଡିସେମ୍ବର 26 ତାରିଖ ଦଳର ପ୍ରତିଷ୍ଠା ଦିବସରେ ସୁଜାତା ବିଧିବଦ୍ଧ ଶଙ୍ଖ ଫୁଙ୍କିବାର ଆକଳନ କରୁଛନ୍ତି। ଆଉ କେହି ଆସନ୍ତାବର୍ଷ ରାଜ୍ୟସଭା ସିଟ୍ ପାଇଁ ସୁଜାତାଙ୍କ ଦାବିଦାରି ବି ଦେଖୁଛନ୍ତି। ହେଲେ ଏପଟେ କିନ୍ତୁ ବିପର୍ଯ୍ୟୟର 13 ମାସ ପରେ ବି ସଂଗଠନ ସଜାଡ଼ି ହୋଇ ନଥିବାରୁ ପାଣ୍ଡିଆନ୍ ଦଂପତିଙ୍କ ଏ ଆବିର୍ଭାବ ଅସନ୍ତୋଷ ନିଆଁକୁ କୁଆଡ଼େ ନେଉଛି ତା ଉପରେ ନଜର।

ଅଧିକ ପଢନ୍ତୁ: ରେଭେନ୍ସାରେ ଅଜବ ନିଷ୍ପତ୍ତି ନେଲେ, ଘଣ୍ଟାକ ପରେ ୟୁ-ଟର୍ଣ୍ଣ ମାରିଲେ...

Advertisment
BJD VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ