Advertisment

କ୍ଲାସ୍‌ରେ ପାଠ ପଢ଼ା ଚାଲିଥିଲା, ହଠାତ ଅସୁସ୍ଥ ହୋଇପଡ଼ିଲେ ୧୭ ଛାତ୍ରଛାତ୍ରୀ

ଚିକିତ୍ସା ପାଇଁ ୬ଜଣ ଛାତ୍ରୀ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ୩ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ୩ଜଣ ଆଳି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ଅଦ୍ୟତନ ହୋଇଛି
Aul School

Aul School

Advertisment

ପାଠପଢା ଚାଲିଥିବା ବେଳେ ହଠାତ ଅସୁସ୍ଥ ହେଲେ ୧୭ ଛାତ୍ରୀ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଚକ୍ରଧର ହାଇସ୍କୁଲରେ। ଅସୁସ୍ଥ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରାଥମିକ ଚିକିତ୍ସା କରାଯାଇଛି। ତେବେ କାହିଁକି ଛାତ୍ର ଛାତ୍ରୀ ମାନେ ଅସୁସ୍ଥ ହେଲେ ତାହା ଜଣା ପଡ଼ିନାହିଁ। ବର୍ତ୍ତମାନ ସ୍କୁଲରେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ମେଡିକାଲ ଟିମ ପହଁଚି ଚିକିତ୍ସା ଜାରି ରଖିଛନ୍ତି। ପରେ ପରେ ଚିକିତ୍ସା ପାଇଁ ୬ଜଣ ଛାତ୍ରୀ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ୩ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ୩ଜଣ ଆଳି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

Advertisment

ତେବେ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ବିଶ୍ୱଜୟ ଶର୍ମାଙ୍କ କହିବା ଅନୁଯାୟୀ, ଅତ୍ୟଧିକ ଗୁଳୁଗୁଳି କାରଣରୁ ଏଭଳି ହୋଇଥିବା ଅନୁମାନ କରାଯାଉଛି। ତେବେ ଚିକିତ୍ସା ପରେ ପ୍ରକୃତ କାରଣ ଜଣାପଡ଼ିବ। ସେପଟେ ସ୍କୁଲ୍‌ର ପ୍ରଧାନଶିକ୍ଷକ ମଧ୍ୟ ସମାନ କାରଣକୁ ଦୋହରାଇଛନ୍ତି। ଅତ୍ୟଧିକ ଗୁଳୁଗୁଳିକୁ ସେ ଦାୟୀ କରିବା ସହ ଏହାର କାରଣ କିଛି ଖାଦ୍ୟ ହୋଇପାରେ ବୋଲି ମଧ୍ୟ ସେ ଅନୁମାନ କରୁଛନ୍ତି। କିଛି ପିଲାଙ୍କ ମୁଣ୍ଡ ବୁଲାଇଥିବା ବେଳେ ଆଉ କିଛି ପିଲାଙ୍କ ଚେଷ୍ଟ୍ ପେନ୍ ହୋଇଥିବା ପ୍ରଧାନଶିକ୍ଷକ ସୂଚନା ଦେଇଛନ୍ତି।

 ହଠାତ୍ ପାଠପଢ଼ା ଚାଲିଥିବା ବେଳେ କିଛି ପିଲା ଆସି ସେମାନଙ୍କ ମୁଣ୍ଡ ବୁଲାଉଥିବା କହିଥିଲେ। ସେମାନଙ୍କୁ ସ୍କୁଲ୍‌ର କମନ୍ ରୁମ୍‌କୁ ନେଇ ପାଣି ଦିଆଯାଉଥିବା ବେଳେ ପରେ ପରେ ଆଉ କିଛି ପିଲା ଆସି ମଧ୍ୟ ଅସୁସ୍ଥ ଅନୁଭବ କରୁଥିବା କହିଥିଲେ। ଖବର ପାଇ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ସ୍କୁଲ୍‌ରେ ପହଞ୍ଚିଥିଲେ ଏବଂ ସେମାନଙ୍କ ପିଲାମାନଙ୍କୁ ମେଡିକାଲ୍ ନେବାରେ ସହାୟତା କରିଥିଲେ। ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।  ତେବେ ଏକାଧିକ ଛାତ୍ରଛାତ୍ରୀ ହଠାତ୍ ଏଭଳି ଅସୁସ୍ଥ ହେବା ଖବରକୁ କେହି ସହଜରେ ଗ୍ରହଣ କରିପାରୁନାହାଁନ୍ତି। 

Advertisment

Student
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ