Advertisment

Subhadra Yojana: ନଭେମ୍ବର ଶେଷ ସୁଦ୍ଧା ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

ନଭେମ୍ବର ଶେଷ ସୁଦ୍ଧା ମିଳିବ ‘ସୁଭଦ୍ରା’ ତୃତୀୟ ପର୍ଯ୍ୟାୟ ଟଙ୍କା। ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା’ ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଅଦ୍ୟତନ ହୋଇଛି
Subhadra Yojana

Subhadra Yojana

Advertisment

ସୁଭଦ୍ରା ଯୋଜନା ନେଇ ବଡ଼ ସୂଚନା। ହିତାଧିକାରୀଙ୍କୁ ନଭେମ୍ବର ଶେଷ ସୁଦ୍ଧା ମିଳିବ ‘ସୁଭଦ୍ରା’ ତୃତୀୟ ପର୍ଯ୍ୟାୟ ଟଙ୍କା। ୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା’ ଟଙ୍କା। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଡିସେମ୍ବର ସୁଦ୍ଧା କୋଟିଏରୁ ଅଧିକ ମହିଳାଙ୍କୁ ସୁଭଦ୍ରା ସହାୟତା ରାଶି ରାଜ୍ୟ ସରକାର ପ୍ରଦାନ କରିବେ ବୋଲେ ସେ କହିଛନ୍ତି।

Advertisment

ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଖାରଜ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନର ରି-ଚେକିଂ ପାଇଁ ବିଡିଓଙ୍କୁ ନୋଡାଲ୍ ଏଜେନ୍ସି ଭାବରେ ଦାୟିତ୍ବ ଦିଆଯାଇଛି। ଜିଲ୍ଲାସ୍ତରରେ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନେଇ ଗଠନ ହୋଇଛି ୩ ଜଣିଆ କମିଟି। ଖାରଜ ହୋଇଥିବା ହିତାଧିକାରୀଙ୍କୁ ଅଙ୍ଗନବାଡି ଦିଦିଙ୍କ ମାଧ୍ୟମରେ ନୋଟିସ୍ ହେବ। ଜମି ଆଧାରରେ ଯେଉଁମାନଙ୍କର ଆବେଦନ ଖାରଜ ହୋଇଛି, ତହସିଲଦାର ଓ ଆରଆଇଙ୍କ ଦ୍ବାରା ଆଉ ଥରେ ଯାଞ୍ଚ କରାଯିବ।

Advertisment

ଖାରଜ ଆବେଦନ ମଧ୍ୟରୁ ଜମି ଆଧାରରେ ଖାରଜ ସଂଖ୍ୟା ଅଧିକ। ଗତକାଲି ସୁଭଦ୍ରା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ କମିଟି ବୈଠକରେ ଏସବୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ଗତକାଲି ଅଯୋଗ୍ୟ ହିତାଧିକାରୀ କିପରି ସୁଭଦ୍ରା ଯୋଜନାରେ ସାମିଲ ହେବେ ସେନେଇ ମୋଡାଲିଟି ପ୍ରସ୍ତୁତ କରି ନୂଆ ଗାଇଡ ଲାଇନ୍ ଅଣାଯିବ ବୋଲି କହିଥିଲେ ଉପ-ମୁଖ୍ୟମନ୍ତ୍ରୀ ।

ଯୋଜନାରୁ ବାଦ ପଡିଥିବା ମହିଳାଙ୍କ ପାଇଁ ନୂଆ ଗାଇଡଲାଇନ ଆଣୁଛନ୍ତି ସରକାର। ବାଦ୍ ପଡିଥିବା ୨ଲକ୍ଷ ୬୭ ହଜାର ହିତାଧିକାରୀଙ୍କ ପାଇଁ ପ୍ରସ୍ତୁତ ହେଉଛି ମୋଡାଲିଟି । ଅଯୋଗ୍ୟ ହିତାଧିକାରୀ କେମିତି ଯୋଜନାରେ ସାମିଲ ହେବେ ସେନେଇ ଚିନ୍ତା କରୁଛନ୍ତି ସରକାର । କେଉଁ ଆଧାରରେ, କେମିତି ସେମାନଙ୍କର ଭେରିଫାଏ କରାଯିବ, ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହେବା ପରେ ଗାଇଡଲାଇନ ଜାରି ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

Advertisment

ସେପଟେମ୍ବର ୧୭ରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ମୋଦିଙ୍କ ହାତରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ମହିଳାଙ୍କ ଖାତାକୁ ଯାଇଥିଲା ୫ ହଜାର ଲେଖାଏଁ ଟଙ୍କା। ଦୁର୍ଗାପୂଜା ପୂର୍ବରୁ ଡିବିଟି ମାଧ୍ୟମରେ ୩୫ ଲକ୍ଷ ଯୋଗ୍ୟ ମିହିଳାଙ୍କ ଖାତାକୁ ଯାଇଥିଲା ଦ୍ବିତୀୟ କିସ୍ତି । ଏବେ ସୁଦ୍ଧା ୧ କୋଟିରୁ ଅଧିକ ମହିଳା ଆବେଦନ କରିଥିବା ବେଳେ ୬୦ ଲକ୍ଷ ଟଙ୍କା ପାଇ ସାରିଲେଣି।

Odisha Govt Subhadra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ