ବଡ଼ ଖବର; ଆସିଲା ‘ସୁଭଦ୍ରା’ ଗାଇଡ୍‌ଲାଇନ୍; ଜାଣନ୍ତୁ କିଏ କରିପାରିବେ ଆବେଦନ...

ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ 'ସୁଭଦ୍ରା' ଗାଇଡ୍‌ଲାଇନ୍ ଜାରି । ୨୧ରୁ ଅଧିକ ଓ ୬୦ ବର୍ଷରୁ କମ୍ ବୟସ୍କ ମହିଳା ଆବେଦନ କରିପାରିବେ ।

Subhadra Yojana scheme

ବଡ଼ ଖବର । ଆସିଲା ‘ସୁଭଦ୍ରା ଯୋଜନା’ ଗାଇଡ୍‌ଲାଇନ୍ । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ 'ସୁଭଦ୍ରା' ଗାଇଡ୍‌ଲାଇନ୍ ଜାରି ହେଲା  । ୨୧ରୁ ଅଧିକ ୬୦ ବର୍ଷରୁ କମ୍ ବୟସ୍କ ମହିଳା ‘ସୁଭଦ୍ରା ଯୋଜନା’ ପାଇଁ ଆବେଦନ କରିପାରିବେ । ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ଗ୍ରହଣ କରାଯିବ ବୋଲି ସୂଚନା ଜାରି ହୋଇଛି । 

୨୦୨୪-୨୫ ବର୍ଷ ପାଇଁ ଗତ ଜୁଲାଇ ୧ ସୁଦ୍ଧା ବୟସ ୨୧ରୁ ଊର୍ଦ୍ଧ୍ୱ ୬୦ରୁ କମ୍ ।ଆବେଦନକାରୀଙ୍କ ଜନ୍ମ ୦୨.୦୭.୧୯୬୪ ପୂର୍ବରୁ ହୋଇନଥିବା ଦରକାର । ଆବେଦନକାରୀଙ୍କ ଜନ୍ମ ୦୧.୦୭.୨୦୦୩ ପରେ ହୋଇନଥିବା ମଧ୍ୟ ଦରକାର । ୧ ଜୁଲାଇ ୨୦୨୪ ସୁଦ୍ଧା ୨୧ରୁ କମ୍‌ ଓ ୬୦ରୁ ଅଧିକ ହୋଇଥିଲେ ପାଇବେନି ଏହି ଯୋଜନାର ଲାଭ ।

ଏମାନେ ପାଇବେନି ସୁଭଦ୍ରା ସହାୟତା

-୧ ଜୁଲାଇ ୨୦୨୪ ସୁଦ୍ଧା ୨୧ରୁ କମ୍‌ ଓ ୬୦ରୁ ଅଧିକ ହୋଇଥିଲେ ପାଇବେନି ।
-ମାସକୁ ୧୫ଶହ ବା ବର୍ଷକୁ ୧୮ ହଜାରରୁ ଅଧିକ ସହାୟତା ପାଉଥିଲେ ପାଇବେନି ।
-ବର୍ତ୍ତମାନ କିମ୍ବା ପୂର୍ବତନ ସାଂସଦ/ବିଧାୟକ ହୋଇଥିଲେ ପାଇବେନି ।
-ଆୟକର ଦେଉଥିଲେ ପାଇବେନି ସୁଭଦ୍ରା ସହାୟତା ।
-ୱାର୍ଡମେମ୍ବର/କାଉନସିଲର ଛଡ଼ା ଅନ୍ୟ ପଞ୍ଚାୟତ ପ୍ରତିନିଧି ହୋଇଥିଲେ ମିଳିବନି ।

-କେନ୍ଦ୍ର/ରାଜ୍ୟ ସରକାର ଚାକିରି ବା ପେନ୍‌ସନ୍‌ ପାଉଥିଲେ ମିଳିବନି

-ପରିବାରର ଜଳସେଚିତ ଜମି ୫ ଏକର/ଅଣଜଳସେଚିତ ଜମି ୧୦ ଏକର ଥିଲେ ଅଯୋଗ୍ୟ

କେମିତି କରିବେ ଆବେଦନ ? 

-’ସୁଭଦ୍ରା’ ପାଇବାକୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରିବା ଆବଶ୍ୟକ
-ଅଫ୍‌ଲାଇନ୍‌ ଫର୍ମ ପୂରଣ ବା ଅନ୍‌ଲାଇନ୍‌ରେ ସୁଭଦ୍ରା ପୋର୍ଟାଲରେ ଆବେଦନ
-ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ରରେ ମାଗଣାରେ ମିଳିବ ଫର୍ମ
-ଆବେଦନକାରୀ ଫର୍ମ ପୂରଣ କରି ମୋ ସେବା କେନ୍ଦ୍ରରେ ଦାଖଲ କରିବେ

ମିଳିବ ସୁଭଦ୍ରା ଏଟିଏମ୍‌ କାର୍ଡ

-ସୁଭଦ୍ରା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଏଟିଏମ୍‌ କାର୍ଡ
-ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୫ ବର୍ଷରେ ମିଳିବ ୫୦ ହଜାର ଟଙ୍କା
-୫ ହଜାର ଲେଖାଏଁ ବର୍ଷକୁ ୨ ଥର ମୋଟ ୧୦ ହଜାର ଟଙ୍କା ମିଳିବ
-ବର୍ଷକୁ ୧୦ ହଜାର କରି ୫ ବର୍ଷ ଯାଏଁ ମିଳିବ ମୋଟ ୫୦ ହଜାର
-ବର୍ଷକୁ ୨ ଥର ପ୍ରଥମ କିସ୍ତି ରାକ୍ଷୀ ଓ ୨ୟ କିସ୍ତି ମାର୍ଚ୍ଚ ୮ରେ ମିଳିବ
-ଅଧିକ ଡିଜିଟାଲ କାରବାର କଲେ ପଞ୍ଚାୟତରୁ ଶହେ ଜଣଙ୍କୁ ଅତିରିକ୍ତ ୫ଶହ