ଏପ୍ରିଲ ୨୪ରେ ମିଳିବ ସୁଭଦ୍ରା ଟଙ୍କା । ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପଞ୍ଚାୟତିରାଜ ଦିବସରେ ପୁରୀ ଠାରେ ଏହି ଟଙ୍କା ଦିଆଯିବ । ୧ ଲକ୍ଷ ୭୦ ହଜାର ମହିଳା ଏକାଥରେ ଦୁଇଟି କିସ୍ତି ଟଙ୍କା ପାଇବେ । ଯେଉଁମାନେ ନୂଆ ଆବେଦନ କରିଛନ୍ତି, ସେମାନଙ୍କୁ ମିଳିବ ଏହି ଟଙ୍କା ।
ସେ ଆହୁରି କହିଛନ୍ତି, ସୁଭଦ୍ରାକୁ ସହଜ କରିବା ପାଇଁ ସର୍ଭେ ହେବ । ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଦିଆଯିବ । ତୃତୀୟ କିସ୍ତି ପରେ ଯେଉଁମାନଙ୍କ ବୟସ ୨୧ ବର୍ଷ ହୋଇଯାଇଥିବ ସେମାନଙ୍କ ପାଇଁ ପୁଣି ସୁଭଦ୍ରା ପୋର୍ଟାଲ ଓପନ୍ ହେବ ।
Also Read
ତେବେ ପୂର୍ବରୁ ମାର୍ଚ୍ଚ ୩୧ ତାରିଖ ଆବେଦନର ଶେଷ ହେବ ବୋଲି କୁହାଯାଇଥିଲା । ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଯାହା ରିପୋର୍ଟ ଆସିଥିଲା ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ନୂଆ ଆବେଦନ ଆସିଥିଲା । ଜିଲ୍ଲାୱାରୀ ସବୁ ଆବେଦନର ସର୍ଭେ କରାଯାଇଛି । ଆସନ୍ତା ୨୪ ତାରିଖରେ ଏହି ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ଦିଆଯିବ ବୋଲି ବୋଲି ପ୍ରଭାତୀ ପରିଡ଼ା କହିଛନ୍ତି ।