Advertisment

Subhadra Yojana: ଆଜି ଘରେ ଘରେ ଜଳିବ ‘ସୁଭଦ୍ରା’ ଦୀପ, ବ୍ୟାଙ୍କ ଆକାଉଣ୍ଟକୁ ଆସିବ ଟଙ୍କା

ସୁଭଦ୍ରାରେ ବଢୁଛନ୍ତି ହିତାଧିକାରୀ, ସଶକ୍ତ ହେଉଛନ୍ତି ମହିଳା। ଗତକାଲି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ମିଳିଥିଲା। ପାଞ୍ଚଟି ପର୍ଯ୍ୟାୟରେ ମୋଟ କୋଟିଏ ୬୪ ହଜାର ମହିଳା ପାଇଲେ ପ୍ରଥମ କିସ୍ତି।

ଅଦ୍ୟତନ ହୋଇଛି
ଜଳିବ ସୁଭଦ୍ରା ଦୀପ, ଆସିବ ୧୦ ହଜାର

ଜଳିବ ସୁଭଦ୍ରା ଦୀପ, ଆସିବ ୧୦ ହଜାର

Advertisment

ଆଜି ଘରେ ଘରେ ଜଳିବ ସୁଭଦ୍ରା ଦୀପ । କାଲି ବ୍ୟାଙ୍କ ଆକାଉଣ୍ଟକୁ ଆସିଯିବ ଟଙ୍କା । ଘର ମୁଖ୍ୟଦ୍ୱାରରେ ଦୀପ ଜଳାଇବାକୁ ପ୍ରଭାତୀଙ୍କ ଆହ୍ବାନ । ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଟପିଛି। ତେଣୁ ସୁଭଦ୍ରା ଯୋଜନାକୁ ଆହୁରି ସଶକ୍ତ କରିବାକୁ ଆଜି ସଂଧ୍ୟାରେ ପ୍ରତି ଘରେ ଦୀପ ଜାଳିବାକୁ କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଆସନ୍ତାକାଲି ସୁଭଦ୍ରାର ଦ୍ୱିତୀୟ କିସ୍ତି ମିଳିବାକୁ ଯାଉଛି। ତେଣୁ ଗୋଟିଏ ଘରେ ଯେତେ ଜଣ ସୁଭଦ୍ରା ହିତାଧିକାରୀ ଥିବେ ସମସ୍ତେ ଆଜି ଗୋଟିଏ ଗୋଟିଏ ଦୀପ ଜାଳିବାକୁ ଅନୁରୋଧ କରିଛନ୍ତି ପ୍ରଭାତୀ ।

Advertisment

ଅଧିକ ପଢ଼ନ୍ତୁ: ଗିରଫ ହେଲେ କୋଟିପତି ବାବୁ, ଘରେ ଥିଲା ୨ କିଲୋ ସୁନା ଓ ୧୭ ଲକ୍ଷ ଟଙ୍କା

ସୁଭଦ୍ରାରେ ବଢୁଛନ୍ତି ହିତାଧିକାରୀ, ସଶକ୍ତ ହେଉଛନ୍ତି ମହିଳା। ଗତକାଲି ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା ମିଳିଥିଲା। ପାଞ୍ଚଟି ପର୍ଯ୍ୟାୟରେ ମୋଟ କୋଟିଏ ୬୪ ହଜାର ମହିଳା ପାଇଲେ ପ୍ରଥମ କିସ୍ତି। ମାର୍ଚ୍ଚ ୮ ଆନ୍ତର୍ଜାତୀୟ ମହିଳା ଦିବସରେ ସେମାନେ ପୁଣି ପାଇବେ ୫ ହଜାର । ଗୋଟିଏ ଦିନରେ କୋଟିଏ ୬୪ ହଜାର ହିତାଧିକାରୀଙ୍କ ଖାତାକୁ ଯିବ ୨ୟ କିସ୍ତି ଟଙ୍କା। ତେବେ ମୋଟ ଆବେଦନକାରୀଙ୍କ ସଂଖ୍ୟା କୋଟିଏ ୮ ଲକ୍ଷ ଥିବା ବେଳେ, ମାର୍ଚ୍ଚ ୩୧ ଯାଏଁ ଆବେଦନ କରିଥିବା ହତାଧିକାରୀଙ୍କୁ ସର୍ଭେ କରି ସାମିଲ କରିବେ ସରକାର। ସେମାନଙ୍କୁ ରାକ୍ଷୀ ପୂର୍ଣ୍ଣିମାରେ ଏକାଥରେ ୩ଟି କିସ୍ତି ଅର୍ଥାତ ୧୫ହଜାର ଟଙ୍କା ମିଳିବ।

Advertisment

ଏପଟେ ଶେଷ ପର୍ଯ୍ୟାୟରେ ସାମିଲ ହୋଇଥିବା ହିତାଧିକାରୀଙ୍କ ଖୁସି କହିଲେ ନସରେ । ଗତକାଲି ସୁଭଦ୍ରାର ପ୍ରଥ କିସ୍ତି ଟଙ୍କା ମିଳିଥିବା ବେଳେ ଆସନ୍ତା କାଲି ଦ୍ୱିତୀୟ କିସ୍ତିର ୫ ହଜାର ଟଙ୍କା ମିଳିବାକୁ ଯାଉଛି । ତେଣୁ ମହିଳା ମାନଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳୁଛି।

Subhadra Pravati Parida Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ