Advertisment

Subhadra Yojana: ଖୁସି ଖବର; ଜାନୁଆରୀ ମାସରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

୨ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ  KYC ଅପ୍‌ଡେଟ୍ କରିନାହାନ୍ତି। ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବା ପୂର୍ବରୁ KYC ଅପ୍‌ଡେଟ୍ କରିଦିଅନ୍ତୁ  ବୋଲି ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅଦ୍ୟତନ ହୋଇଛି
Subhadra Yojana

Subhadra Yojana

Advertisment

ସୁଭଦ୍ରାକୁ ନେଇ ବଡ଼ ଅପଡେଟ୍ ଦେଲେ ଉପ ମୁଖ୍ୟମନ୍ତ୍ରୀ। ଚଳିତ ମାସ ଶେଷ ସୁଦ୍ଧା ମିଳିବ ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ୟ୍ୟାୟ ଟଙ୍କା । ଚତୁର୍ଥ ପର୍ୟ୍ୟାୟ ଟଙ୍କା ମିଳିବା ପରେ ମଧ୍ୟ KYC ଅପଡେଟ୍‌ କଲେ କିମ୍ୱା ଅପଟ୍ ଇନ୍‌ କଲେ ଯୋଜନାରେ ସାମିଲ ହୋଇ ପାରିବେ ହିତାଧିକାରୀ। କେହି ବି ଜଣେ ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆଯିବନି ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

Advertisment

ସେ ଆହୁରି ମଧ୍ୟ କହିଛନ୍ତି, ୩୧ ହଜାର ହିତାଧିକାରୀ ସୁଭଦ୍ରାରୁ ଅପଟ୍ ଆଉଟ୍‌ ହୋଇଥିଲେ, ସେମାନେ ନିଜ ଇଚ୍ଛାରେ ଅପଟ୍ ଆଉଟ୍ ହୋଇଛନ୍ତି ବୋଲି ଆମେ ଭାବିଥିଲୁ। ହେଲେ ସେମାନେ ବାଉଳାରୁ ଅପଟ୍‌ ଆଉଟ୍ ହୋଇଯାଇଥିବା ଆମକୁ ଦରଖାସ୍ତ ଦେଇଥିଲେ। ତେଣୁ ଆମେ ତାଙ୍କୁ ଅପଟ୍‌ ଇନ୍‌ର ସୁଯୋଗ ଦେଇଥିଲୁ।୧୭ ଜଣ ହିତାଧିକାରୀ ଅପଟ୍‌ ଇନ୍ ହେଲେଣି।  ବାକି ୧୪ ହଜାର ମହିଳା ଅପଟ୍‌ ଇନ୍ କରିନାହାନ୍ତି। ସେମାନେ ଆୟକର ବର୍ଗର ହୋଇ ଥାଇ ପାରନ୍ତି କିମ୍ବା ତାଙ୍କ ପରିବାରରୁ କିଏ ସରକାରୀ ଚାକିରି କରିଥାଇପାରନ୍ତି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ।

ଉପ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ୨ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ  KYC ଅପ୍‌ଡେଟ୍ କରି ନାହାନ୍ତି। ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବା ପୂର୍ବରୁ KYC ଅପ୍‌ଡେଟ୍ କରି ଦିଅନ୍ତୁ। ସରକାର ପର୍ଯ୍ୟାପ୍ତ ସମୟ ଦେଉଛନ୍ତି,ଯେଉଁମାନେ  KYC କରିନାହାନ୍ତି, ଶୀଘ୍ର କରି ଦିଅନ୍ତୁ। ଯେତେ ଶୀଘ୍ର କରିବେ ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ। ଯେଉଁମାନେ  KYC କରିବେ ନାହିଁ, ସେମାନେ ଜାନୁଆରୀରେ ମିଳିବାକୁ ଥିବା ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପାଇବେ ନାହିଁ। ଯଦି ମାର୍ଚ୍ଚ ମାସରେ ହିତାଧିକାରୀ  KYC କରିବେ,ତାହାହେଲେ ସେମାନେ ମାର୍ଚ୍ଚ ୮ ରେ ୨ଟି କିସ୍ତିର ସୁଭଦ୍ରା ଟଙ୍କା ପାଇବେ। 

Advertisment

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୧୭ ତାରିଖରେ, ଅକ୍ଟୋବର ୯ ଓ ନଭେମ୍ବର ୨୪ ତାରିଖରେ ୩ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ପ୍ରଦାନ କରାଯାଇ ସାରିଛି। ଏହି ଯୋଜନାରେ ଅଧିକରୁ ଅଧିକ ମହିଳାଙ୍କୁ ସାମିଲ କରିବାକୁ ଟାର୍ଗେଟ ରଖିଛନ୍ତି ରାଜ୍ୟ ସରକାର।

ଅଧିକ ପଢ଼ନ୍ତୁ: ଏଣିକି ସୁଭଦ୍ରା ପୋର୍ଟାଲରେ ଯୋଡ଼ିହେବ ନାଁ; ଭୁଲରେ କଟିଥିଲେ ହୋଇପାରିବେ ସାମିଲ୍

Advertisment
BJP Subhadra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ