Advertisment

ଆଧାର ସଂଶୋଧନ ପାଇଁ ଟୋକନ୍ ନମିଳିବାରୁ ତାତିଲେ ଲୋକେ, NH-୫୭ ଅବରୋଧ କଲେ

ଆଧାର ପାଇଁ ରାସ୍ତାରୋକ । ଆଧାର ସଂଶୋଧନ ପାଇଁ ଟୋକନ୍ ନ ମିଳିବାରୁ ତାତିଲେ, NH-୫୭ ଅବରୋଧ କଲେ ଲୋକେ । ଭୋଗରାଇ ଥାନା ଛକରେ NH-୫୭ ଅବରୋଧ କଲେ ଲୋକେ । ୩ ଦିନ ହେଲା ଧାଡ଼ିରେ ଛିଡ଼ା ହୋଇ ଟୋକନ ମିଳୁନଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
Road Block

Road Block

Advertisment

ଆଧାର ପାଇଁ ରାସ୍ତାରୋକ। ଆଧାର ସଂଶୋଧନ ପାଇଁ ଟୋକନ୍ ନ ମିଳିବାରୁ ତାତିଲେ ଲୋକ। ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଛକରେ NH-୫୭ ଅବରୋଧ କରିଛନ୍ତି। ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି, ୩ ଦିନ ହେଲା ଧାଡ଼ିରେ ଛିଡ଼ା ହୋଇ ଟୋକନ ମିଳୁନାହିଁ। ଅନେକ ହଇରାଣ ହେବା ପରେ ବାଧ୍ୟ ହୋଇ ରାସ୍ତା ଅବରୋଧ କରିଥିଲେ। ପୋଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ଅବରୋଧ ହଟିଛି।

Advertisment

ତେବେ ଆଧାର ଅପଡେଟ୍ ପାଇଁ ଭୋଗରାଇ ଉପଡାକଘର ଆଗରେ ହିତାଧିକାରୀଙ୍କ ଲମ୍ବା ଲାଇନ୍ ଲାଗିଛି। ମହିଳା, ପୁରୁଷଙ୍କ ସମେତ ବୟସ୍କ ଓ ପିଲାମାନେ ମଧ୍ୟ ଟୋକନ୍ ପାଇଁ ଲାଇନରେ ଠିଆ ହେଉଥିବା ଦେଖିବାକୁ ମିଳିଛି। ଏପରିକି ଗତ ରାତିରୁ ଆସି ଲାଇନରେ ରହୁଛନ୍ତି ଲୋକ। ସୁଭଦ୍ରା ଯୋଜନାରେ ଯେତେବେଳେ ବି ଫର୍ମ ଦାଖଲ କରି ହେବ, ଏଥିପାଇଁ ଶେଷ ତାରିଖ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅପିଲ୍ ପରେ ବି ଶୁଣିବା ମୁଡରେ ନାହାନ୍ତି ହିତାଧିକାରୀ।

Road Block
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ