Advertisment

‘ସୁଭଦ୍ରା’ର SOP ପରେ ଆସିଲା ଗାଇଡଲାଇନ୍, ଜାଣନ୍ତୁ କେମିତି କରିବେ ଆବଦେନ

କହିଁ ଖୁସି, କହିଁ ଗମ୍ । ସୁଭଦ୍ରା ଯୋଜନାକୁ ନେଇ ରାଜ୍ୟରେ ମହିଳାଙ୍କ ଭିତରେ ଏବେ ଏମିତି ମାହୋଲ । ଏବେ ବି ମନରେ ରହିଛି ଦ୍ୱନ୍ଦ୍ବ। କେମିତି ଆଉ କେଉଁଠି କରିବେ ଆବେଦନ।

undefined

Subhadra Yojana

Advertisment

୮୦ ଲକ୍ଷ କି କୋଟିଏ ନୁହଁ, ପ୍ରତ୍ୟେକ ଯୋଗ୍ୟ ମହିଳା ପାଇବେ ସୁଭଦ୍ରା । ପ୍ରସ୍ତୁତ ରଖନ୍ତୁ ଡକ୍ୟୁମେଣ୍ଟ । ମିଳିଲାଣି ଫର୍ମ, ଖୁବଶୀଘ୍ର ଆବେଦନ । ପରିବାରରେ ଏକାଧିକ ମହିଳା ଥିଲେ ବି, ଯଦି ଯୋଗ୍ୟ ତାହେଲେ ସଭିଏଁ ପାଇବେ ସୁଭଦ୍ରା ଟଙ୍କା । ଏସ୍ଓପି ଅନୁୟାୟୀ ବୟସ ୨୧ରୁ ୬୦ ବର୍ଷ ଭିତରେ ହୋଇଥିବା ଦରକାର । କିନ୍ତୁ ପରିବାରର କେହି ଆୟକରଦାତା ହୋଇନଥିବେ, ସରକାରୀ ଚାକିରି କରିନଥିବେ କି ନିର୍ବାଚିତ ଜନ ପ୍ରତିନିଧି ବି ହୋଇନଥିବେ। କିମ୍ବା ନିଜେ ଅନ୍ୟ କୌଣସି ସରକାରୀ ସହାୟତା ପାଉନଥିବେ । ଆପଣଙ୍କର ୪ ଚକିଆ ଗାଡ଼ି ନଥିବା ଦରକାର ।

Advertisment

ତେବେ ହିତାଧିକାରୀଙ୍କ ପୁଅ-ଝିଅ ସରକାରୀ ବୃତ୍ତି ପାଉଥିଲେ ବି ସୁଭଦ୍ରା ଯୋଜନାରେ ଆବେଦନ କରିପାରିବେ । ନିଜେ ସ୍କଲାରସିପ୍‌ ପାଉଥିଲେ ବି ସୁଭଦ୍ରାରେ ସାମିଲ ହୋଇପାରିବେ। ଯଦିଓ SOPରେ ରହିଛି ସରକାରୀ ସହାୟତା ମାସିକ ୧୫୦୦ ଟଙ୍କା ପାଉଥିଲେ ଆପଣ ସାମିଲ ହୋଇପାରିବେନି। କିନ୍ତୁ ବିଧବା ଭତ୍ତା କିମ୍ବା ଦିବ୍ୟାଙ୍ଗ ଭତ୍ତା ପାଇଲେ ବି ଆବେଦନ କରି ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ । ୨୦୨୪ ଜୁଲାଇ ୧ ସୁଦ୍ଧା ୨୧ ବର୍ଷରୁ କମ୍ କିମ୍ବା ୬୦ ବର୍ଷରୁ ଅଧିକ ହେଲେ ଆବେଦନ ପାଇଁ ଯୋଗ୍ୟ ହେବେ ନାହିଁ। ସୁଭଦ୍ରା SOPକୁ ନେଇ ଗତକାଲି ବିଧାନସଭାରେ ସ୍ପଷ୍ଟୋକ୍ତି ଆଣିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ଏବେ ଆସନ୍ତୁ ଜାଣିବା, କେମିତି କରିବେ ଆବେଦନ । ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିହେବ । ଅଫଲାଇନରେ ଆପଣ ଅଙ୍ଗନୱାଡି କେନ୍ଦ୍ର, ବ୍ଳକ୍ ଅଫିସ୍, ମୋ ସେବା କେନ୍ଦ୍ର, ଜନସେବା କେନ୍ଦ୍ରରୁ ଫର୍ମ ନେଇ ସେହିଠାରେ ପ୍ରମାଣ ପତ୍ର ସହ ଆବେଦନ ଭରିପାରିବେ । ସେହିପରି ଅନଲାଇନରେ ସୁଭଦ୍ରା ପୋର୍ଟାଲରେ ଫର୍ମ ଫିଲପ୍ ସହ ସମସ୍ତ ପ୍ରମାଣ ପତ୍ର ଅପଲୋଡ୍ କରିବାକୁ ହେବ।

Advertisment

ଆବଦେନ ବେଳେ କ’ଣ କ’ଣ ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ

ବୟସ ପ୍ରମାଣ ପାଇଁ ଆପଣଙ୍କୁ ନିଜ ଆଧାର କାର୍ଡ ଦେବାକୁ ପଡ଼ିବ । ଆଧାର କାର୍ଡରେ ଉଲ୍ଲେଖ ହୋଇଥିବା ଜନ୍ମ ତାରିଖ ହିଁ ଗ୍ରହଣଯୋଗ୍ୟ । ସେହିପରି ଆଧାର କାର୍ଡ ସହ ଲିଙ୍କ୍ ହୋଇଥିବା ମୋବାଇଲ ନମ୍ବର ଦେବାକୁ ହେବ । ଆପଣଙ୍କୁ ନିଜର କିମ୍ବା ନିଜ ସ୍ୱାମୀ କିମ୍ବା ବାପାଙ୍କର ଇନକମ୍ ସାର୍ଟିଫିକେଟ୍ ବି ଦେବାକୁ ହେବ । ଯଦି ପରିବାରର ଆୟ ବାର୍ଷିକ ଅଢେଇ ଲକ୍ଷରୁ ଅଧିକ ହୋଇଥିବ, ତାହାଲେ ଆପଣ ବାଦ୍ ପଡ଼ିବେ । ସେହିପରି ଏହି ଯୋଜନାର ଲକ୍ଷ୍ୟ ଅନ୍ତୋଦ୍ୟୟ ଥିବାରୁ ଯଦି ଆପଣଙ୍କର ରାସନ କାର୍ଡ ରହିଛି, ତାହେଲେ ସେହି ପ୍ରମାଣ ବି ଆପଣ ଦେଇପାରିବେ। ଏ ସମସ୍ତ ପ୍ରମାଣ ପତ୍ର ଦେଇ ଆବେଦନ ପରେ E-KYC ଦାଖଲ କରିବାକୁ ପଡିବ । ଆପଣ ସୁଭଦ୍ରା ପୋର୍ଟାଲ କିମ୍ବା ମୋବାଇଲ ଆପରେ ଆଧାର ନମ୍ବର ଦେଇ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ସାରି ପାରିବେ । ଆବଶ୍ୟକ ହେଲେ ହେଲ୍ପଲାଇନ କିମ୍ବା ସେଣ୍ଟ୍ରାଲ କଲ ସେଣ୍ଟରକୁ କଲ୍ କରି ସାହାଯ୍ୟ ନେଇପାରିବେ ।

ଯଦି ସମସ୍ତ ଯୋଗ୍ୟତା ଥାଇ ବି ଆପଣ ଯୋଜନାରୁ ବାଦ୍ ପଡନ୍ତି ତାହେଲେ ସୁଭଦ୍ରା ପୋର୍ଟାଲରେ ଥିବା ଅଭିଯୋଗ ବ୍ୟବସ୍ଥାରେ ଆପଣ ଆବେଦନ କରିପାରିବେ। ଜିଲ୍ଲା, ବ୍ଲକ ସ୍ତରରେ ହେବାକୁ ଥିବା ସୁଭଦ୍ରା ଶିବିରରେ ସିଧାସଳଖ ଅଧିକାରୀଙ୍କୁ ଭେଟି ମଧ୍ୟ ଅଭିଯୋଗ ଜଣାଇପାରିବେ । ସେପ୍ଟେମ୍ବର ୧୭ରେ ଯୋଜନା ଆରମ୍ଭ ହେବାକୁ ଥିବା ବେଳେ ଖୁବଶୀଘ୍ର ଆରମ୍ଭ ହେବ ଆବେଦନ ।

Advertisment

SOP Subhadra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ