Advertisment

କେଉଁଠି ଠେଲାପେଲା କେଉଁଠି ଗଣ୍ଡଗୋଳ ! 'ସୁଭଦ୍ରା' ପାଇଁ ଆଧାର ଅପଡେଟ୍ ଲାଗି ଧାଁ ଦୌଡ଼

ସବୁ ଜନସେବା କେନ୍ଦ୍ର ଓ ଡାକଘରେ ଅସମ୍ଭବ ଗହଳି । ଅଧୈର୍ଯ୍ୟ ନହେବାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀଙ୍କ ଅପିଲ୍ । ଫର୍ମ ଦାଖଲର ନାହିଁ ଶେଷ ତାରିଖ: ପ୍ରଭାତୀ ।

undefined

Subhadra Scheme

Advertisment

କି ପୁରୁଷ, କି ମହିଳା। ପିଲାଠୁଁ ବୁଢ଼ା..ସଭିଏଁ ଦୌଡ଼ୁଥିଲେ l ହଠାତ୍ ଠେଲାପେଲା ଓ ତାପରେ ଦଳାଚକଟା ଭଳି ସ୍ଥିତି ଉପୁଜିଲା । ଯିଏ ଯାହା ଉପରେ ପାରିଲା, ଚଢ଼ି ଆଗକୁ ବଢ଼ିଲା। ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ସୋର ଡାକଘର ପରିସରରେ । ସୁଭଦ୍ରା ଯୋଜନା ଫର୍ମ ଦାଖଲ ପୂର୍ବରୁ ନିଜ ଆଧାର ସଂଶୋଧନ କରିବାକୁ ଏମାନେ ସଭିଏଁ ଭୋରୁ ଆସି ଡାକଘର ଗେଟ୍ ଆଗରେ ଲାଇନ୍ ଲଗାଇଥିଲେ। ଆଉ ଗେଟ୍ ଖୋଲିବା ପରେ ଲାଇନରେ ଆଗ ଛିଡ଼ାହେବାକୁ ଚାଲିଥିଲା ପ୍ରତିଯୋଗିତା।

Advertisment

ତେବେ ଏଭଳି ଭିଡ଼ ପଛର କାରଣ ଶୁଣିଲେ ବି ଆପଣ ଆଶ୍ଚର୍ଯ୍ୟ ହେବେ। ଜନସେବା କେନ୍ଦ୍ରରେ ଆଧାର ଅପଡେଟ୍ ପାଇଁ ଅଧିକ ଟଙ୍କା ଦାବି ହେଉଥିବାରୁ ଠିକ୍ ଦେୟରେ ଆଧାର ସଂଶୋଧନ ପାଇଁ ଡାକଘର ସମ୍ମୁଖରେ ଲାଗୁଛି ଲୋକଙ୍କ ଏମିତି ଗହଳି। 

କେବଳ ସୋର ନୁହେଁ, ଐତିହ୍ୟ ସହର ପୁରୀଠୁ ଆରମ୍ଭ କରି ଜଗତସିଂହପୁର, ଯାଜପୁର, ବାଲେଶ୍ୱର, କାମାକ୍ଷାନଗର, ରାଜ୍ୟର ଯେଉଁ କୋଣ ଅନୁକୋଣକୁ ନଜର ପକାଇବେ, ସୁଭଦ୍ରା ଯୋଜନା ଫର୍ମ ଦାଖଲ ନିମନ୍ତେ ଆଧାର ସଂଶୋଧନ ପାଇଁ ଜନସେବା କେନ୍ଦ୍ର ଓ ଡାକଘରେ ସକାଳୁ ସକାଳୁ ଲାଗୁଛି ଆଶାୟୀଙ୍କ ଏମିତି ଲମ୍ବା ଲାଇନ।

Advertisment

ଅନ୍ୟପଟେ ସୁଭଦ୍ରା ଯୋଜନା ଆବେଦନକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱ ଦୂର କରିଛନ୍ତି କମନ ସର୍ଭିସ୍ ସେଣ୍ଟର-ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ଦାୟିତ୍ୱରେ ଥିବା ଅଧିକାରୀ। ସେ କହିଛନ୍ତି, ସୁଭଦ୍ରା ଯୋଜନା ଆବେଦନ ସଂପୂର୍ଣ୍ଣ ମାଗଣା। କିନ୍ତୁ ଏହାକୁ ଘରେ ବସି ଅନ୍ ଲାଇନରେ ଆବେଦନ କରାଯାଇପାରିବ ନାହିଁ। କେବଳ ଜନସେବା କେନ୍ଦ୍ର ଜରିଆରେ ହିଁ ହୋଇପାରିବ। ଫର୍ମ ପୂରଣ କରିବା ପରେ ଜନସେବା କେନ୍ଦ୍ରକୁ ଆସି ମୋବାଇଲ ନମ୍ବର, ଅଙ୍ଗୁଳି ଛାପ, ମୁହଁ ତଥା ଆଖି ଡୋଳା ଭଳି ୪ଟି ମାଧ୍ୟମରେ ଜଣେ ନିଜର ଆଧାର ଅଥେଣ୍ଟିକେସନ କରାଇ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିପାରିବ।

ସେପଟେ ଆଜି ଭୁବନେଶ୍ୱରରେ ସୁଭଦ୍ରା କଲ୍ ସେଣ୍ଟର ଉଦଘାଟନ କରି କିଛି ସୁଭଦ୍ରା ଆଶାୟୀଙ୍କ ସହ କଥା ହୋଇଛନ୍ତି ଖୋଦ୍ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କଲ୍ ସେଣ୍ଟର ଟୋଲ୍ ଫ୍ରି ନମ୍ବର ହେଉଛି ୧୪୬୭୮। ଏହି ଅବସରରେ ପ୍ରଭାତୀ ସ୍ପଷ୍ଟ କରିଛନ୍ତି, ସୁଭଦ୍ରା ଫର୍ମ ଦାଖଲର କୌଣସି ଶେଷ ତାରିଖ ନାହିଁ। ୧୭ ତାରିଖ ପରେ ବି ରେଜିଷ୍ଟ୍ରେସନ କଲେ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ମିଳିବ।

Advertisment

ଅନ୍ୟପଟେ ସୁଭଦ୍ରା ଯୋଜନାରେ ସବୁ ମହିଳାଙ୍କୁ ଏକକାଳୀନ ୫୦ ହଜାର ନଦେଲେ ଆନ୍ଦୋଳନ କରିବ ବିଜେଡି। ଦଳ ଗାଁରୁ ସହର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି। ଆଜି ବିଜୁ ମହିଳା ଜନତା ଦଳର ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରି ବିଜେପିର ମିଛକୁ ଏକ୍ସପୋଜ୍ କରିବାକୁ ଅହ୍ୱାନ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ସୁଭଦ୍ରା ଯୋଜନା ନାଁରେ ମାଆ ମାନଙ୍କ ବିଶ୍ବାସ ସହ ଖେଳୁଛି ବିଜେପି । ମିଛ ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଆସିଛି।

ଏହାର ଜବାବ ମା ମାନେ ହିଁ ଦେବେ। .. ତେବେ ବିଜେପି କହିଛି, ନବୀନଙ୍କୁ ମହିଳା ଭୋଟ୍ ବ୍ୟାଙ୍କ ଭାଙ୍ଗିଯିବା ଭୟ ଘାରିଛି। ମହିଳା ମାନଙ୍କ ପାଇଁ ବିଜେଡି କୁମ୍ଭୀର କାନ୍ଦଣା କାନ୍ଦୁଛି। ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପାଳନ କରୁଛି ବୋଲି ଦଳ କହିଛି।

Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ