Subhadra Yojana
ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପିଏମ ମୋଦି। ହିତାଧିକାରୀଙ୍କ ଆକାଉଣ୍ଟକୁ ପଠାଯିବ ଟଙ୍କା । ଏହାରି ଭିତରେ ମାତିଲେଣି ସାଇବର ଠକ । କିଛି ହିତାଧିକାରୀଙ୍କ ମୋବାଇଲକୁ ଫେକ୍ ଲିଙ୍କ୍ ଆସୁଛି। ତେଣୁ ଏଭଳି ଲିଙ୍କରେ କ୍ଲିକ୍ ନକରିବାକୁ ପରାମର୍ଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
ଅଧିକ ପଢନ୍ତୁ : ରାଜ୍ୟବ୍ୟାପୀ ସୁଭଦ୍ରା ଯୋଜନାର କ୍ରେଜ୍, ପରୀକ୍ଷାମୂଳକ ଭାବେ ହିତାଧିକାରୀଙ୍କ ଖାତାକୁ ଗଲା ଟଙ୍କାଏ
ସରକାରଙ୍କ ତରଫରୁ କୌଣସି ଫୋନ୍ କଲ୍ ଯାଉନି । ଯଦି କିଛି ଲିଙ୍କ୍ ଆସୁଥାଏ, ଏହା ସାଇବର ଠକଙ୍କ କାମ ହୋଇପାରେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏଥିପାଇଁ ସତର୍କ ରହନ୍ତୁ, କୌଣସି ଲିଙ୍କରେ କ୍ଲିକ୍ ନକରିବାକୁ କହିଛନ୍ତି । ଫର୍ମରେ ଆବେଦନ କରନ୍ତୁ, ଇ-କେୱାଇସି ଦିଅନ୍ତୁ, ନିଶ୍ଚିତ ଟଙ୍କା ପାଇବେ ବୋଲି କହିଛନ୍ତି ପ୍ରଭାତୀ ପରିଡ଼ା ।
ଅନ୍ୟପଟେ ବିଜେଡି ପାଖରେ ଆଉ ମହିଳା ଭୋଟ ବ୍ୟାଙ୍କ ନାହିଁ । ସେମାନେ ଗତ ସରକାର ସମୟରେ ମହିଳାଙ୍କୁ ଛଳ କରିଛନ୍ତି। ମହିଳାମାନେ ତାଙ୍କ ଶାସନକୁ ପ୍ରତ୍ୟାଖ୍ୟାନ କରି ବିଜେପିକୁ ବହୁମତ ସମର୍ଥନ କରିଛନ୍ତି । ଏହା କହିଛନ୍ତି ବିଜେପି ସହ ପ୍ରଭାରୀ ଲତା ଉସେଣ୍ଡି। ଆସନ୍ତାକାଲି ସୁଭଦ୍ରା ଯୋଜନାର ଶୁଭାରମ୍ଭ ପାଇଁ ଭୁବନେଶ୍ବରରେ ପହଞ୍ଚିବା ପରେ ଲତା କହିଛନ୍ତି, ବିଜେପି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାକୁ ପୂରଣ କରୁଛି । ଏହା ଭୋଟ ବ୍ୟାଙ୍କର କଥା ନୁହେଁ ଜନଭାବନାର କଥା । ଓଡିଶାର ଭଉଣୀ ମାନେ ପୂରା ଉତ୍ସାହିତ ଅଛନ୍ତି। ଯେତିକି ହିତାଧିକାରୀ କହିଥିଲୁ ସେତିକି ହିତାଧିକାରୀଙ୍କୁ ନିଶ୍ଚିତ ଭାବେ ସାମିଲ କରାଯିବ । ଜନ୍ମଦିନରେ ଓଡିଶାର ମାଆ ଭଉଣୀଙ୍କ ଆଶୀର୍ବାଦ ନେବାକୁ ପ୍ରଧାନମନ୍ତ୍ରୀ ଆସୁଥିବା କହିଛନ୍ତି ଲତା।
ତେବେ ବିଜେଡି କହିଛି, ବିଜେପି ମନେ ମନେ ଭାବୁଛି ମହିଳା ଭୋଟ ତାଙ୍କ ପଟକୁ ଗଲାଣି ବୋଲି। ମହିଳାମାନଙ୍କ ସମର୍ଥନ ସବୁବେଳେ ନବୀନ ବାବୁଙ୍କ ସହିତ ଅଛି ବୋଲି କହିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726477958.jpg)