Advertisment

‘ଖୁବଶୀଘ୍ର ଆଉ ୨୫ ଲକ୍ଷଙ୍କୁ ସୁଭଦ୍ରା ସହାୟତା, ଆଗକୁ ମହିଳାମାନଙ୍କ ପର୍ବ ଅବସରରେ ମିଳିବ ଟଙ୍କା’

ପ୍ରଥମ ପର୍ଯ୍ୟାୟରେ ଯୋଜନାର ଶୁଭାରମ୍ଭ ଦିନ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦିଆଯାଇଛି।

Subhadra scheme

Subhadra scheme

Advertisment

ଆଗକୁ ଆସୁଛି ମହିଳାମାନଙ୍କ ଉତ୍ସବ। ସେ ପର୍ବ ଅବସରରେ ଆଉ ୨୫ ଲକ୍ଷ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଏଥିସହ ପର୍ଯ୍ୟାୟ କ୍ରମେ ୧ କୋଟି ମହିଳାଙ୍କୁ ଯୋଜନାରେ ସାମିଲ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେପଟେ ପ୍ରଥମ ପର୍ଯ୍ୟାୟରେ ଯୋଜନାର ଶୁଭାରମ୍ଭ ଦିନ ୨୫ ଲକ୍ଷ ୧୧ ହଜାର ମହିଳାଙ୍କୁ ପ୍ରଥମ କିସ୍ତି ଦିଆଯାଇଛି।

Advertisment

ସେପଟେ ସପ୍ତାହକ ଭିତରେ ୧ କୋଟି ଛୁଇଁବ ‘ସୁଭଦ୍ରା’ ଆବେଦନ ସଂଖ୍ୟା। ଏଯାଏଁ ୯୨ ଲକ୍ଷ ଆବେଦନ କରିସାରିଲେଣି। E-KYC ପାଇଁ ଟିକେ ସମୟ ଲାଗୁଛି। ତେବେ ମାର୍ଚ୍ଚ ୮ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ପ୍ରଥମ କିସ୍ତି ଦିଆଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। କିଏ ଆଗ ଓ କିଏ ପରେ ପାଉଛି। କିନ୍ତୁ ସମସ୍ତେ ନିଶ୍ଚିତ ସୁଭଦ୍ରା ଟଙ୍କା ପାଇବେ ବୋଲି ସେ କହିଛନ୍ତି।

ଅନ୍ୟପଟେ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ଆଜି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ସେ କହିଛନ୍ତି, ନବୀନଙ୍କ ୨୪ ବର୍ଷର ଶାସନ ରାଜ୍ୟକୁ ବିକାଶ ବଦଳରେ ଧ୍ୱଂସ କରିଦେଲା । ସଭା ମଞ୍ଚରେ ସିଏମଓ ଅଧିକାରୀ ନେତୃତ୍ବ ନେଇ ଭାଷଣ ଦେଲେ । ମନ୍ତ୍ରୀ, ବିଧାୟକ ମଞ୍ଚ ତଳେ ଛିଡ଼ା ହେଲେ । ଓଡ଼ିଆ ଅସ୍ମିତାକୁ ବିପଦରେ ପକାଇଦେଲେ । ଓଡ଼ିଆ ଯଦି କଷ୍ଟ ପାଇବ, ସରକାର ନିଶ୍ଚିତ ପରିବର୍ତ୍ତନ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

Advertisment

ଏଥିସହ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ପୂର୍ବ ସରକାର ମିଶନ ଶକ୍ତି ଋଣର ସୁଧ ଦେଉଥିଲେ କହୁଥିଲେ । କିନ୍ତୁ ଏହାର ୭ ପ୍ରତିଶତ କେନ୍ଦ୍ର ଓ ରାଜ୍ୟ ୪ ପ୍ରତିଶତ ସୁଧ ଦେଉଥିଲା । ନବୀନ ବାବୁ ପର ଛୁଆକୁ ମୋ ଛୁଆ କହିବା କଥା ଲୋକ ଜାଣି ପାରିଲେ । ଭୋଟ ପାଇଁ ହୀନ ଚକ୍ରାନ୍ତରେ ନିଜେ ଫସିଲେ ଓ ଲୋକ ଜବାବ ଦେଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେବେ ଏହା ଉପରେ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ